ETV Bharat / state

ପଶ୍ଚିମବଙ୍ଗ ଦେଲାନି ଆଳୁ, ଓଡ଼ିଶାରେ ଅଟକିଲା ଦିଦିଙ୍କ ମାଛ ଓ ଅଣ୍ଡା ଟ୍ରକ - Truck to West Bengal blocked

author img

By ETV Bharat Odisha Team

Published : Aug 9, 2024, 4:30 PM IST

Updated : Aug 9, 2024, 4:46 PM IST

Truck to West Bengal from Odisha blocked in Cuttack: ଓଡ଼ିଶାକୁ ଆଳୁ ଟ୍ରକ ଛାଡୁନି ପଶ୍ଚିମବଙ୍ଗ । ଏହାର ପ୍ରତିବାଦରେ ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଯାଉଥିବା ସବୁ ଖାଦ୍ୟ ଗାଡିକୁ ଅଟକାଇଲେ ସାମାଜିକ ସଂଗଠନ । ଅଧିକ ପଢନ୍ତୁ

ଆଳୁ ସଙ୍କଟ ପାଇଁ ତାତିଲେ ଲୋକେ; ପଶ୍ଚିମବଙ୍ଗ ଯାଉଥିବା ମାଛ ଅଣ୍ଡା ଟ୍ରକ ଅଟକାଇଲେ, ଚେତାବନୀ ଶୁଣାଇଲେ
ଆଳୁ ସଙ୍କଟ ପାଇଁ ତାତିଲେ ଲୋକେ; ପଶ୍ଚିମବଙ୍ଗ ଯାଉଥିବା ମାଛ ଅଣ୍ଡା ଟ୍ରକ ଅଟକାଇଲେ, ଚେତାବନୀ ଶୁଣାଇଲେ (ETV Bharat Odisha)

କଟକ: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଟ୍ରକ ଆସୁନାହିଁ । ଯେଉଁଥିପାଇଁ ଏବେ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି । ଏହାର ପ୍ରତିବାଦରେ ଆଜି (ଶୁକ୍ରବାର) ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଯାଉଥିବା ସମସ୍ତ ଖାଦ୍ୟ ଗାଡିକୁ କଟକରେ ଅଟକାଇଛନ୍ତି ବିଭିନ୍ନ ସାମାଜିକ ସଂଗଠନ । ମଙ୍ଗୁଳି ଛକ ନିକଟସ୍ଥ ଟାଙ୍ଗି ଟୋଲଗେଟ ନିକଟରେ କୋଲକାତାକୁ ଯାଉଥିବା ମାଛ, ଅଣ୍ଡା ଓ ବିଭିନ୍ନ ଖାଦ୍ୟ ବୋଝେଇ ଟ୍ରକ ଗୁଡିକୁ ଅଟକ ରଖାଯାଇଛି । ପଶ୍ଚିମବଙ୍ଗ ଆଳୁ ଗାଡି ନ ଛାଡିଲେ ପଶ୍ଚିମବଙ୍ଗ ଯାଉଥିବ ସବୁ ଖାଦ୍ୟ ଗାଡିକୁ ଅଟକାଇବାକୁ ବୋଲି କଡ଼ା ଚେତାବନୀ ଦେଇଛନ୍ତି ସାମାଜିକ ସଂଗଠନ ଓ ସ୍ଥାନୀୟ ଲୋକେ ।

ଆଳୁ ସଙ୍କଟ ପାଇଁ ତାତିଲେ ଲୋକେ (ETV Bharat Odisha)

ମଙ୍ଗୁଳି ଛକରେ ଅଟକିଲା ଟ୍ରକ:

କଟକ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଏକତ୍ରିତ ହୋଇ ଜାତୀୟ ରାଜପଥ 16 ମଙ୍ଗୁଳି ଛକରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିରୋଧରେ ଏମିତି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛନ୍ତି । ସକାଳୁ କୋଲକାତା ଅଭିମୁଖେ ଯାଉଥିବା ସମସ୍ତ ଖାଦ୍ୟ ବୋଝେଇ ଭାରିଯାନକୁ ଟୋଲ ଗେଟ ପାଖରେ ଅଟକ ରଖାଯାଇଛି । ଓଡ଼ିଶାରେ ଆଳୁ ସଙ୍କଟ ପାଇଁ ପଶ୍ଚିମବଙ୍ଗ ସରକାରର ସାହାଯ୍ୟ ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି ସମାଜିକ ସଙ୍ଗଠନମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହାଟରେ ଆଳୁ ଉଭାନ; ୫୦ ଉପରେ ପରିବା ଦର, ହନ୍ତସନ୍ତ ଖାଉଟି ଓ ବ୍ୟବସାୟୀ - Potato Shortage In Niali

ସାମାଜିକ ସଙ୍ଗଠନର ଯେସାକୁ ତେସା ନୀତି:

ସାମାଜିକ ସଙ୍ଗଠନ ସଦସ୍ୟ ସସ୍ମିତା ଦାସ କହିଛନ୍ତି, ''ପଶ୍ଚିମବଙ୍ଗ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଯାହାଫଳରେ ଓଡ଼ିଶାରେ ବର୍ତ୍ତମାନ ଆଳୁର ଦର ଆକାଶ ଛୁଆଁ । ତେଣୁ ଆଜି ପଶ୍ଚିମବଙ୍ଗ ଯାଉଥିବା ସମସ୍ତ ଖାଦ୍ୟ ଗାଡିକୁ ଅଟକାଇ ପ୍ରତିବାଦ କରୁଛୁ । ମମତା ବାନାର୍ଜୀ ଯଥାଶୀଘ୍ର ଆଳୁ ଟ୍ରକ ଛାଡନ୍ତୁ । ଯଦି ସେ ଆଳୁ ଗାଡି ନ ଛାଡନ୍ତି, ତାହେଲେ ଆଗାମୀ ଦିନରେ ଓଡ଼ିଶା ଦେଇ ଯାଉଥିବା ମାଛ, ଅଣ୍ଡା, ପରିବା ଗାଡି ଛାଡିବୁ ନାହିଁ । ଆମେ ବର୍ଡରରେ ସବୁ ଖାଦ୍ୟ ଗାଡିକୁ ବନ୍ଦ କରିଦେବୁ ।''

ଓଡ଼ିଶା ବଜାରରୁ ଗାଏବ ଆଳୁ !

ଗତ କିଛି ଦିନ ହେବ ଓଡ଼ିଶା ବଜାରରେ ଘୋର ଆଳୁ ସଙ୍କଟ ଦେଖାଦେଇଛି । କେଉଁଠି ଆଳୁ ଆଦୌ ମିଳୁନଥିବା ବେଳେ ଆଉ କେଉଁଠି ଦର ଆକାଶ ଛୁଆଁ ରହିଛି । ଓଡ଼ିଆଙ୍କ ହାଣ୍ଡିଶାଳର ସବୁଠୁ ଜରୁରୀ ପରିବା ଆଳୁର ଏମିତି ସଙ୍କଟ ଯୋଗୁଁ ସାଧାରଣ ଖାଉଟି ନାନା ହଇରାଣ ହେଉଛନ୍ତି । ତେଣୁ ପଶ୍ଚିମବଙ୍ଗ ସରକାର ଯଥାଶୀଘ୍ର ଆଳୁ ଗାଡି ଛାଡିବା ଆବଶ୍ୟକ । ନହେଲେ ଆଗମୀ ଦିନରେ ଏହି ପ୍ରତିବାଦ ଆହୁରି ଉଗ୍ର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ସାମାଜିକ ସଂଗଠନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 9, 2024, 4:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.