ETV Bharat / state

100 ଟଙ୍କାରେ ମିଳୁଛି 3 କେଜି ଆଳୁ, ବୋହିନେଲେ ଲୋକେ - Potato crisis in Odisha

author img

By ETV Bharat Odisha Team

Published : Aug 10, 2024, 2:19 PM IST

Updated : Aug 10, 2024, 2:26 PM IST

Potato crisis in Odisha: ରାଜ୍ୟରେ ଆଳୁ ସଙ୍କଟକୁ ନେଇ ଜନ ଅସନ୍ତୋଷ ଓ ରାଜନୀତି ସରଗରମ ରହିଥିବା ବେଳେ ଆଳୁକୁ ଶସ୍ତାରେ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଗ୍ରାହକ 100 ଟଙ୍କାରେ ୩ କେଜି ଆଳୁ ପାଉଛନ୍ତି । ଅନ୍ୟପଟେ ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ରାଜଧାନୀର 95 ରୁ ଅଧିକ ଡିଲରଙ୍କୁ ଆଳୁ ବିକ୍ରି କରିଛି ଯୋଗାଣ ବିଭାଗ । ଅଧିକ ପଢନ୍ତୁ

Potato crisis in Odisha
Potato crisis in Odisha (ETV Bharat Odisha)

ଭୁବନେଶ୍ୱର: 3 କେଜି ଆଳୁକୁ 100 ଟଙ୍କା । ରାଜ୍ୟରେ ଆଳୁ ସଙ୍କଟକୁ ନେଇ ଜନ ଅସନ୍ତୋଷ ଓ ରାଜନୀତି ସରଗରମ ରହିଥିବା ବେଳେ ଆଳୁକୁ ଶସ୍ତାରେ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର । ଆଜିଠାରୁ ରାଜଧାନୀ ଭୁବନେଶ୍ୱରରେ ଗ୍ରାହକ 100 ଟଙ୍କାରେ ୩ କେଜି ଆଳୁ ପାଉଛନ୍ତି । ଅନ୍ୟପଟେ ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ରାଜଧାନୀର 95 ରୁ ଅଧିକ ଡିଲରଙ୍କୁ ଆଳୁ ବିକ୍ରି କରିଛି ଯୋଗାଣ ବିଭାଗ ।

3 କେଜି ଆଳୁକୁ 100 ଟଙ୍କା:

ବଜାରରେ ଆଳୁ ଅଭାବ ମଧ୍ୟରେ ଏହା ଦର ମଧ୍ୟ ଶସ୍ତା ହୋଇଛି । ଆଜି ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ରାଜଧାନୀର 95 ରୁ ଅଧିକ ଡିଲରଙ୍କୁ ଆଳୁ ଯୋଗାଇ ଦିଆଯାଇଥିବା ବେଳେ ୩ କେଜି ଆଳୁକୁ ୧୦୦ ଟଙ୍କାରେ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗୋଟିଏ ପରିବାର ପିଛା 3 କିଲୋ ଆଳୁ ପାଇବେ ଗ୍ରାହକ । ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଏହି ଆଳୁ ବିକ୍ରି କରିବେ ଡିଲର । ରାସନ କାର୍ଡଧାରୀ ଓ ବିନା କାର୍ଡଧାରୀ ବି ପାଇପାରିବେ ଆଳୁ ।

ପଶ୍ଚିମବଙ୍ଗରୁ ଆଳୁ ଆସୁନଥିବାରୁ ଓଡ଼ିଶାରେ ଅଭାବ:

ବାରମ୍ବାର ଆଲୋଚନା ସତ୍ତ୍ବେ ପଶ୍ଚିମବଙ୍ଗରୁ ଆଳୁ ଆସି ପାରୁନାହିଁ। ଯାହାଫଳରେ ଆଳୁ ଦର ଆକାଶଛୁଆଁ ହେବାରେ ଲାଗିଛି । ବଡ ବଡ ବଜାରରେ ଆଳୁ ଉଭାନ ହୋଇଯାଇଛି । ଆଳୁ ସଙ୍କଟ ଦୂର କରିବା ନେଇ ମୁ୍ଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି(ଶୁକ୍ରବାର) ପ୍ରତିଶ୍ରୁତି ଦେଇଥିଲେ । ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନଥିବାରୁ ରାଜ୍ୟ ସରକାର ନାଫେଡ ଜରିଆରେ ଆଳୁ ଆଣିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ଏହାମଧ୍ୟ ପଢନ୍ତୁ... ଖାଉଟିଙ୍କ ପାଇଁ ଖୁସି ଖବର; କମିବ ଆଳୁ ଦର, ଆଶ୍ବସ୍ତି ଦେଲେ ମୁଖ୍ୟମନ୍ତ୍ରୀ ମୋହନ - Potato Shortage Hits Odisha

ଆଳୁ ସଙ୍କଟ ମଧ୍ୟରେ ଆଜି(ଶନିବାର) ଗୋଟେ ଟ୍ରକ ଆସି ରାଜ୍ୟରେ ପହଞ୍ଚିଛି। ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟିମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ ଯୋଗାଇ ଦେବେ । ଏହାଦ୍ୱାରା ଖାଉଟିମାନଙ୍କୁ ସୁଲଭ ଦରରେ ଆଳୁ ଉପଲବ୍ଧ କରାଇବା ସହ ରାଜ୍ୟରେ ଆଳୁ ସଙ୍କଟ ଦୂର ହୋଇପାରିବ। ସେପଟେ ଏହି ଆଳୁ ଟ୍ରକଟି କେଉଁ ରାଜ୍ୟରୁ ଆସିଛି ତାହା ଅଧିକାରୀ ମାନେ ଜାଣିନାହାନ୍ତି ବୋଲି କହିଥିବା ବେଳେ ଟ୍ରକଟି କୋଲକାତାରୁ ଆସିଛି ବୋଲି ଜଣାପଡିଛି । କାରଣ ଗାଡିଟିରେ ୱେଷ୍ଟ ବେଙ୍ଗଲ ରେଜିଷ୍ଟ୍ରେସନ ନମ୍ବର ଅଛି। ଏହା କୋଲକାତାରୁ ଆସିଛି ନା ଉତ୍ତର ପ୍ରଦେଶରୁ ଆସିଛି ତାହା ପ୍ରଶ୍ନବାଚୀ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Aug 10, 2024, 2:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.