ETV Bharat / state

ଥମୁନି ଆଳୁ ଟେନସନ; ୧ ନମ୍ବର ହାଟରେ ଯୋଗାଣ ବିଭାଗର ଚଢ଼ାଉ, ସରକାରଙ୍କୁ ଘେରିଲେ ବିରୋଧୀ - Potato Crisis Continues In Odisha

author img

By ETV Bharat Odisha Team

Published : Aug 10, 2024, 8:16 PM IST

Potato Crisis in Odisha: ରାଜ୍ୟରେ ଲାଗି ରହିଛି ଆଳୁ ସମସ୍ୟା । କେତେବେଳେ ଦର ବଢୁଛି କେତେବେଳେ କମୁଛି । କଳାବଜାରୀରେ ଅଥୟ ଖାଉଟି । ଭୁବନେଶ୍ବର 1 ନମ୍ବର ହାଟରେ ଯୋଗାଣ ବିଭାଗ ଚଢାଉ କରିଥିବା ବେଳେ ଏପଟେ ସରକାରଙ୍କୁ ଘେରିଲେ ବିରୋଧୀ । ଅଧିକ ପଢନ୍ତୁ

Potato Crisis in Odisha
Potato Crisis in Odisha (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଆଳୁ ଟେନସନ ଥମିବାର ନା ଧରୁନି । ତଳମୁହାଁ ହେଉନାହିଁ ଦର । ଏବେବି ସରକାରଙ୍କ ନିର୍ଦ୍ଧାରିତ ଦରଠାରୁ ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି ବ୍ୟବସାୟୀ । କଳା ବଜାରୀକୁ ରୋକିବା ପାଇଁ ଏକ ନମ୍ବର ହାଟରେ ଯୋଗାଣ ବିଭାଗ ଚଢ଼ାଉ କରିଛି । ହାଟରେ ଦର ଦାମ କଣ ରହିଛି କେଉଁ ବ୍ୟବସାୟୀ କେତେ ବିକୁଛି ତାର ଯାଞ୍ଚ ଯୋଗାଣ ବିଭାଗର ଅଧିକାରୀ କରିଥିବା ବେଳେ ସରକାର ଧାର୍ଯ୍ୟ କରିଥିବା ଦରରେ ଆଳୁ ବିକିବା ପାଇଁ କଡା ନିର୍ଦ୍ଦେଶ ଦେଇଛିନ୍ତି । ଆଳୁ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ଅଭାବ କହିଲା ବିଜେଡି । ସରକାର ଆଳୁ ସମସ୍ୟା ସମାଧାନ କରିବା ବଦଳରେ ବଢ଼ାଉଛନ୍ତି କହିଲା କଂଗ୍ରେସ ।

୧ ନମ୍ବର ହାଟରେ ଯୋଗାଣ ବିଭାଗର ଚଢ଼ାଉ (ETV Bharat Odisha)

ଗୋଟି ଗୋଟି ଦୋକାନରେ ଯାଞ୍ଚ:-

ଆଜି ପଶ୍ଚିମବଙ୍ଗରୁ ଓଡିଶା ଆଳୁ ଆସିବା ପରେ ଆଳୁର ଅଭାବ ରାଜ୍ୟରେ ଆଉ ହେବନି ବୋଲି ସରକାର ସ୍ପଷ୍ଟ କରୁଥିବା ବେଳେ କଳା ବଜାରୀକୁ ରୋକିବା ପାଇଁ ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି । ଏନେଇ ଷ୍ଟେଟ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡର ଅଧିକାରୀମାନେ ଗୋଟେ ଗୋଟେ ଦୋକାନ ବୁଲିବା ସହ ରେଟ୍‌ ଚାଟକୁ ଅନୁଧ୍ୟାନ କରୁଥିବା ବେଳେ ସ୍କ୍ବାର୍ଡର ଚିଫ ସିଏସଓ ସଞ୍ଜୀବ ସାହୁ କହିଛନ୍ତି, "ଯେଉଁ ବ୍ୟବସାୟୀ ଅଧିକ ରେଟ ଚାଟ ଲଗାଇଛନ୍ତି ତାଙ୍କୁ ତାଗିଦ କରାଯାଉଛି । ରେଟ ଚାଟ ଠିକ ଲେଖିବା ସହ ଗୋଦାମରୁ କେତେ ଟଙ୍କାରୁ ଆଳୁ କିଣୁଛନ୍ତି ଓ କେତେ ବିକୁଛନ୍ତି ସେ ଚିଠାକୁ ମଧ୍ୟ ଯାଞ୍ଚ କରିଛନ୍ତି । ଏହି ସମୟରେ ଆଳୁର କିସମକୁ ଦେଖି ନିର୍ଦ୍ଧାରିତ ରେଟ ବା ଦର ୩୫ରୁ ୩୮ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ କିଛି ବ୍ୟବସାୟୀ ୪୦ ଟଙ୍କା ଓ ତା'ଠାରୁ ଊର୍ଦ୍ଧ୍ବ ବିକୁଥିବା ଦେଖିବାକୁ ପାଇଥିଲେ । ତେଣୁ ଯେଉଁମାନେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଯାଇ ଚଢା ଦରରେ ଆଳୁ ବିକୁଥିଲେ ସେହି ଖିଲାପକାରୀଙ୍କ ନାଁ ଲେଖିକି ନିଆଯାଇଛି । ଆଗାମୀ ଦିନରେ ଏହାର ପୁନରାବୃତ୍ତି ହେଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।"

'କିଲୋ ପିଛା 38ଟଙ୍କାରେ ବିକ ଆଳୁ'

ବ୍ୟବସାୟୀ ଗୋଦାମରୁ ୩୨ ଟଙ୍କାରୁ ୩୪ ଟଙ୍କାରେ ଆଳୁ ଆଣୁଛନ୍ତି । ତେଣୁ ତାଙ୍କର ଲାଭ ରଖି ୩୮ ଟଙ୍କା ବିକି ପାରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଵିଭାଗୀୟ ଅଧିକାରୀଙ୍କ ତାଗିଦ ପରେ ବ୍ୟବସାୟୀ ଆଳୁ ଦର ୩୫ ଓ ୩୮ ଟଙ୍କା କରିଥିବା ବେଳେ ଆଗକୁ ସରକାର ଯାହା ଦାମ ଧାର୍ଯ୍ୟ ପାରିବେ ସେହି ଅନୁଯାୟୀ ବିକିବୁ ବୋଲି କହିଛନ୍ତି ।

କଣ କହୁଛନ୍ତି ଖାଉଟି ?

ଜଣେ ଖାଉଟି କହିଛନ୍ତି ଯେ ବ୍ୟବସାୟୀ କେବଳ ଚଢ଼ାଉ ବେଳେ ଦାମ କମାଇଦେଉଛନ୍ତି । ପୁଣି ପରେ ଯାହାକୁ ସେଇୟା । କିଏ ୪୦ ତ କିଏ ୪୫ । ଏପରିକି ସମୟ ସମୟରେ ୫୦ରୁ ୬୦ ଟଙ୍କା ମଧ୍ୟ ହେଇଯାଉଛି । ଆଳୁର ଏହି ଅସ୍ଥିରତା ଦାମକୁ ନେଇ ସାଧାରଣ ଖଟିଖିଆଟିଏ ମନରେ ଆଳୁର ଦରକୁ ନେଇ ଦ୍ଵନ୍ଦ୍ବ ଉପୁଜୁଥିବା ବେଳେ ଆକାଶଛୁଆଁ ଦରଦାମ ପକେଟକୁ ବାଧୁଛି । ଏହାକୁ ନେଇ ରୋଷେଇ ଘରୁ ଆଳୁ ଉଭାନ ହେବା ସହ ରୋଷେଇ ଘରେ ଆଳୁ ମଡ଼କ ଦେଖିବାକୁ ମିଳୁଛି । ଯାହା ସାଧାରଣ ଖାଉଟିକୁ ବେଶ ବାଧୁଥିବା ବେଳେ ଏହା ପକେଟକୁ ସୁହାଉନାହିଁ । କଳାବଜାରୀ ବନ୍ଦ କରିବା ସହ ଦରଦାମ କମିବାର ସମାଧାନ ସରକାର କରନ୍ତୁ ବୋଲି ଦାବି କରିଛନ୍ତି ଖାଉଟି।

ସରକାରଙ୍କୁ ଘେରିଲେ ବିରୋଧୀ (ETV Bharat Odisha)

'ଆଳୁ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ଅଭାବ'

ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, "ରାଜ୍ୟରେ ବିଗତ ଏକ ମାସ ହେବ ଆଳୁ ସମସ୍ୟା ଦେଖା ଦେଇଛି । ଯାହା ଥମିବାର ନାଁ ନେଉନାହିଁ । ଆଳୁ ମହଜୁଦକାରୀଙ୍କ ଉପରେ ରାଜ୍ୟ ସରକାରଙ୍କର କୋହଳ ମନୋଭାବ ଓ ଆଳୁ ସମସ୍ୟାର ସମାଧାନ ପାଇଁ ଆନ୍ତରିକତାର ଅଭାବ ଯୋଗୁଁ ସମସ୍ୟା ଯେଉଁଠିକୁ ସେଇଠି ରହିଛି । ସରକାର ଆଳୁ ଦର ନିୟନ୍ତ୍ରଣରେ ରହିଥିବା ଦାବି କରୁଛନ୍ତି । କିନ୍ତୁ ଆଳୁ ଦର କିଲୋ 50ଟଙ୍କା ରହିଛି । ଅନ୍ୟ ରାଜ୍ୟରୁ ଆଳୁ ଆଣିବା ନେଇ ସମସ୍ୟା ଥିବା କଥା ସରକାରଙ୍କ ପକ୍ଷରୁ କୁହାଯାଉଛି । କିନ୍ତୁ କିଛି ଅସାଧୁ ବ୍ୟବସାୟୀଙ୍କ ଦ୍ବାରା ଆଳୁ ମହଜୁଦ ରଖାଯାଇ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରାଯାଉଛି ।"

ଏସମା ଆଇନ ଲାଗୁ କଥା ଚିନ୍ତା କରନ୍ତୁ ସରକାର :-

ପ୍ରମିଳା ଏହା ମଧ୍ୟ କହିଛନ୍ତି, "ଆଳୁ ସମସ୍ୟା ପ୍ରତି ବିଜେପି ସରକାରଙ୍କ ଉଦାସିନତା ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛି । ଆଳୁ ମହଜୁଦ ରଖୁଥିବା ଅସାଧୁ ବ୍ୟବସାୟୀଙ୍କର ବିଜେପି ସହିତ ନିବିଡ଼ ସମ୍ପର୍କ ରହିଥିବାରୁ ସରକାର ଏ ପର୍ଯ୍ୟନ୍ତ ଏହି ଅସାଧୁ ବ୍ୟବସାୟୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ନାଫେଡର ସହଯୋଗରେ ସରକାର ଆଳୁ ସପ୍ତାହକ ଭିତରେ ଉପଲବ୍ଧ କରିବାକୁ କହୁଛନ୍ତି । କିନ୍ତୁ ଏବେ ପରିସ୍ଥିତିରେ ଲାଗୁଛି ଯେ ଆଗାମୀ ୧୫ ଦିନ ମଧ୍ୟରେ ସ୍ଥିତି ସାଧାରଣ ହେବନାହିଁ । ସାଧାରଣ ଲୋକ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ସମସ୍ୟା ଭୋଗିବେ । ବିଜେପି ସରକାର ତୁରନ୍ତ ଆଳୁ ସମସ୍ୟାର ସମଧାନ ପାଇଁ ପଦକ୍ଷେପ ନିଅନ୍ତୁ । ଏସମା ଆଇନ ଲାଗୁ କରିବା କଥା ଚିନ୍ତା କରନ୍ତୁ ବୋଲି ପ୍ରମିଳା କହିଛନ୍ତି ।

'ଆଳୁ ସମସ୍ୟା ସମାଧାନ ବଦଳରେ ବଢ଼ାଉଛନ୍ତି':-

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଆଳୁ ସମସ୍ୟା ନେଇ ବାରମ୍ବାର ବିଧାନସଭାରେ ଉଠାଇଛୁ । ସରକାର ଆଳୁ କିଣି ନିଜେ ବିକନ୍ତୁ ବୋଲି କହିଛି । ଶୀତଳ ଭଣ୍ଡାର ତିଆରି କରି ବିଭିନ୍ନ ରାଜ୍ୟରୁ ଆଳୁ ଆଣି ରଖନ୍ତୁ । ଯେହେତୁ ସରକାର ଆଳୁ ଉତ୍ପାଦନ କରି ପାରିନାହାନ୍ତି, ତେଣୁ ପଦକ୍ଷେପ ନିଅନ୍ତୁ । କେବଳ ଆଳୁ ସମସ୍ୟା ବାବଦରେ ବିଜେଡିକୁ ପ୍ରଶ୍ନ କରାଯାଇପାରିବ ନାହିଁ । ଏବେ ବିଜେପି ସରକାରରେ ଥିବାବେଳେ 2000ରୁ 2009 ପର୍ଯ୍ୟନ୍ତ ଭାଗୁଆଳି ସରକାରରେ ଥିଲେ । ବିଜେପି-ବିଜେଡି 9 ବର୍ଷ ମିଶିକି ଶାସନ କରିଛନ୍ତି । ଏମିତି ଆଳୁ ବିକ୍ରି କଲେ ସମସ୍ୟାର ସମାଧାନ ହେବନାହିଁ । ଆଳୁ ସମସ୍ୟା ସମାଧାନ କରିବା ବଦଳରେ ବଢ଼ାଉଛନ୍ତି ।

ଏହା ବି ପଢନ୍ତୁ- 100 ଟଙ୍କାରେ ମିଳୁଛି 3 କେଜି ଆଳୁ, ବୋହିନେଲେ ଲୋକେ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.