ETV Bharat / state

ବେଲଗାମ କଞ୍ଚା ପରିବା ଦର, ଚିନ୍ତା ବଢ଼ାଇଲାଣି ଆଳୁ ଓ ପିଆଜ - Vegetables Price Increase

author img

By ETV Bharat Odisha Team

Published : Jun 26, 2024, 5:47 PM IST

Skyrocketing Vegetables Price: ଦିନକୁ ଦିନ ବଢ଼ୁଛି ପରିବା ଦର । କଞ୍ଚା ପରିବା ସାଙ୍ଗକୁ ଆଳୁ ଓ ପିଆଜ ଦର ଆକାଶଛୁଆଁ । ଗ୍ରାହକଙ୍କ ପକେଟକୁ ବାଧୁଛି ଦର । ସ୍ୱାଭାବିକ ଥିବା ଦର ଏବେ ବହୁମାତ୍ରାରେ ବୃଦ୍ଧି ପାଇଛି ଯାହାକୁ ନେଇ ଚିନ୍ତାରେ ଖାଉଟି । ଅଧିକ ପଢ଼ନ୍ତୁ

Vegetables Price
Vegetables Price (ETV Bharat Odisha)

କଟକ: ବେଲଗାମ ପରିବା ଦର । କଞ୍ଚା ପରିବା ସହ ଆଳୁ ଦର ବି ନିୟନ୍ତ୍ରଣ ବାହାରେ । ଦୀର୍ଘ ଦିନ ଧରି ପିରବା ଦର ଖସିବାର ନାଁ ଧରୁନି । ଯାହାକି ସାଧାରଣ ଲୋକଟିଏ ପାଇଁ ଚିନ୍ତାର କାରଣ ପାଲଟିଛି । ପରିବା ଦରରେ ଏଭଳି ଅହେତୁକ ବୃଦ୍ଧି ସାଧାରଣ ଖାଉଟିଙ୍କ ପକେଟକୁ ବାଧୁଛି । ତେବେ କେବେ ଦର ଖସିବ ସମସ୍ତେ ଚାହିଁ ବସିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ପ୍ରତ୍ୟକ ଦିନ ବଢି ବଢି ଚାଲିଛି ପରିବା ଦର । ଯଦିଓ ଗରମ ପାଇଁ ପରିବା ଦର ବୃଦ୍ଧି ପାଉଛି ବୋଲି ବ୍ୟବସାୟୀ ସଂଘ କହୁଥିଲେ ମାତ୍ର ପାଗ ଏବେ ବଦଳି ଯାଇଛି । ବର୍ଷା ଆରମ୍ଭ ହୋଇଗଲାଣି । ତଥାପି ପରିବା ଦରରେ ବ୍ରେକ ଲାଗୁନି ।

Vegetables Price (ETV Bharat Odisha)

କଞ୍ଚା ପରିବା ଦର ବୃଦ୍ଧି ପରେ ଜଣେ ସାଧାରଣ ଲୋକ ଆଳୁ ଆଉ ପିଆଜ ଉପରେ ନିର୍ଭର କରୁଥିଲା । ମାତ୍ର ଆଳୁ ଆଉ ପିଆଜ ଦର ବି ବୃଦ୍ଧି ପାଇଛି । ଆଳୁ ଦର ଏବେ ୩ କିଲୋପ୍ରତି ୧୦୦ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ପିଆଜ କିଲୋ ଏବେ ୪୫ ଟଙ୍କାରୁ ୫୦ ଟଙ୍କାରେ ପହଁଞ୍ଚିଲାଣି । ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକଙ୍କ କହିବା ମୁତାବକ, କଞ୍ଚା ପରିବା ଦର ବୃଦ୍ଧି ପାଇବାରୁ ଆଳୁ ଆଉ ପିଆଜର ଚାହିଦା ବଢୁଛି । ଡିମାଣ୍ଡ ବଢିବାରୁ ପଶ୍ଚିମବଙ୍ଗରେ ଆଳୁ ଆଉ ପିଆଜ ଦର ବଢୁଛି । ଛତ୍ରବଜାର ପରିବା ମଣ୍ଡିକୁ ଯେତିକି ଆଳୁ ଆଉ ପିଆଜ ଗାଡି ଆବଶ୍ୟକ ପଡେ ତାହା ଯଦିଓ ଆସୁଛି ଅଧିକ ଚାହିଦା କାରଣରୁ ଦର ବୃଦ୍ଧି ପାଇଛି । ଆଳୁ ହୋଲସେଲରେ କିଲୋପ୍ରତି ୨୪ରୁ ୨୬ ଟଙ୍କା ବିକ୍ରି ହେଉଥିବା ବେଳେ ପିଆଜ ହୋଲସେଲ ଦର ୩୨ରୁ ୩୪ ଟଙ୍କାରେ ବିକ୍ରି ହେଉଛି । ମାତ୍ର ରିଟଲରରେ ଏହାର ଦର ଟିକେ ଅଧିକ ରହୁଥିବା ବ୍ୟବସାୟୀ ସଂଘ ସମ୍ପାଦକ କହିଛନ୍ତି ।

ସେପଟେ ଆଜି ବି ପରିବା ଦର ଆକାଶ ଛୁଆଁ ରହିଛି । ବିଲାତି ଦର କିଲୋପ୍ରତି ୮୦ ଟଙ୍କାରୁ ୯୦ ଟଙ୍କା ଥିବା ବେଳେ କଲରା ଦର କିଲୋପ୍ରତି ୧୦୦ ଟଙ୍କା, ବିନ୍ସ କିଲୋପ୍ରତି ୨୦୦ରୁ ୨୨୦ ଟଙ୍କା, ଭେଣ୍ଡି କିଲୋ ୬୦ ଟଙ୍କାରେ ବିକ୍ରି ହେଉଥିଲା ଏବେ ତାହା କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଛି । ଜହ୍ନି ୭୦ ଟଙ୍କାରୁ ୮୦ ଟଙ୍କା ବୃଦ୍ଧି ପାଇଥିବା ବେଳେ କ୍ୟାପସିକମ ୨୦୦ ଟଙ୍କା, ସଜନା ଛୁଇଁ ୧୦୦ ଟଙ୍କା, ଅମୃତ ଭଣ୍ଡା ୩୦ ଟଙ୍କାରୁ ୩୫ ଟଙ୍କା, ବନ୍ଧା କୋବି ୫୦ ଟଙ୍କା, ଫୁଲକୋବି ଗୋଟା ୬୦ ଟଙ୍କା, ସାରୁ କିଲୋ ୫୦ ଟଙ୍କା ବୃଦ୍ଧି ପାଇଛି । ପୋଟଳ ଦର ଟିକେ ସ୍ବଭାବିକ ରହିଛି । କାରଣ ପୋଟଳ ଏବେ କିଲୋପ୍ରତି ୫୦ରୁ ୬୦ ଟଙ୍କା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଳୁ-ପିଆଜ କଳାବଜାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ତ୍ରୀଙ୍କ ଚେତାବନୀ - Sudden Price Hike of Vegetables

ତେବେ ପରିବା ଦରରେ ଅହେତୁକ ବୃଦ୍ଧିକୁ ନେଇ ନେଇ ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଖାଉଟି । ପୂର୍ବରୁ ୨୦୦ରୁ ୩୦୦ ଟଙ୍କାରେ ବ୍ୟାଗ ଭର୍ତ୍ତି ହୋଇ ଯାଉଥିଲା ମାତ୍ର ଏବେ ୫୦୦ ଟଙ୍କାରେ ବି ବ୍ୟାଗଟେ ଭର୍ତ୍ତି ହେଉନାହିଁ । ସେହିପରି ବ୍ୟବସାୟୀମାନେ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି । କାରଣ ଖାଉଟିମାନେ ଏକ କିଲୋ ବଦଳରେ ଅଢେଇ ଶହ ଗ୍ରାମ କିମ୍ବା ୫ ଶହ ଗ୍ରାମ ପରିବା ନେଉଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.