ETV Bharat / state

ଭୋଟ ପାଇଁ ଟଙ୍କା ବଣ୍ଟା ଅଭିଯୋଗ, ଥାନାରେ ଟଙ୍କା ଜିମା ଦେଲେ ସ୍ଥାନୀୟ ଲୋକେ - Distributing cash for Election - DISTRIBUTING CASH FOR ELECTION

Distributing cash for Election: ନିମାପଡରେ ରାଜନୈତିକର ଦଳର ଟଙ୍କା ବଣ୍ଟା ଅଭିଯୋଗ । ଥାନାରେ ଟଙ୍କାକୁ ଜିମା ଦେଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

Distributing cash for Election
Distributing cash for Election (ETV Bharat Odisha)
author img

By ETV Bharat Odisha Team

Published : May 29, 2024, 4:35 PM IST

ନିମାପଡା: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ନିମାପଡା ପାଇଁ ପଡିବ ଭୋଟ୍ । ଆସନ୍ତାକାଲି(ଗୁରୁବାର) ପ୍ରଚାର ସରିବ । ନିର୍ବାଚନକୁ ମାତ୍ର ଦୁଇ ଦିନ ରହିଥିବା ବେଳେ ରାଜନୈତିକ ଦଳ ପକ୍ଷରୁ ଟଙ୍କା ବଣ୍ଟା କାରବାର ଚାଲୁଥିବା ନଜର ଆସିଛି । ବଳଙ୍ଗା ବଜାରରେ ଟଙ୍କା ବାଣ୍ଟାଯାଉଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବଣ୍ଟାଯାଉଥିବା ବେଳେ ଯୁବକ ଠାରୁ ଟଙ୍କା ଛଡାଇ ପୋଲିସ ଜିମା ଦେଲେ ସ୍ଥାନୀୟ ଯୁବକ ।

Distributing cash for Election (ETV Bharat Odisha)

ଭୋଟର ପିଛା ଦୁଇରୁ ତିନି ହଜାର ଟଙ୍କା ଲେଖାଏଁ ବଣ୍ଟା ଯାଉଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ ଆଣିଲେ ଯୁବକ । ଅଭିଯୋଗକାରୀ ହେଲେ ଦୁଃଶାସନ ବେହେରା । ଅଭିଯୋଗ ଅନୁସାରେ, ଗତକାଲି(ମଙ୍ଗଳବାର) ରାତି ପ୍ରାୟ ସାଢେ ଆଠଟା ସମୟରେ ବଳଙ୍ଗା ବଜାରରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବଣ୍ଟା ଯାଉଥିଲା ବେଳେ ପ୍ରାୟ ୫ଲକ୍ଷ ଟଙ୍କା ଜବତ କରି ସ୍ଥାନୀୟ ଲୋକମାନେ ପୋଲିସକୁ ଦେଇଥିଲେ । ଜବତ ହୋଇ ଥିବା ଟଙ୍କା ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଘଟଣା ପରେ ବଙ୍ଗଳାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ଓ ଫ୍ଲାଙ୍ଗ ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ରାସ୍ତା ନାହିଁ ତ ଭୋଟ ନାହିଁ', ସାମୂହିକ ଭୋଟ ବର୍ଜନ ଚେତାବନୀ - Vote boycott threat

ସେପଟେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଟଙ୍କା ବଣ୍ଟା ଯାଇଥିବା ଓ ଟଙ୍କା ନେଇ ଯାତ୍ରା କରୁଥିବା ଯୁବକ ଠାରୁ ଟଙ୍କା ଜବତ କରିଥିବା ସମୟର ଭିଡିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏନେଇ ବଳଙ୍ଗା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ଜୁନ 1 ତାରିଖରେ ଜଗତସଂହପୁର ସଂସଦୀୟ କ୍ଷେତ୍ରରେ ଶେଷ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଥିଲା ବେଳେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ରଣ କୌଶଳରେ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ନିମାପଡ଼ାକୁ ଉଭୟ ଦଳର ହେବି ୱେଟ୍ ନେତାଙ୍କ ବାରମ୍ବାର ଗସ୍ତ କର୍ମୀଙ୍କ ମନରେ ଉତ୍ସାହ ବଢ଼ିଥିବା ବେଳେ ଉଭୟ ବିଜେଡି ଓ ବିଜେପି କର୍ମୀଙ୍କ ଛକା ପଞ୍ଝା ଏଭଳି ଘଟଣାକୁ ପଦାରେ ପକାଉଛି । ଜବତ ଟଙ୍କା ବିଜେଡି କର୍ମୀଙ୍କ ଠାରୁ ଜବତ ହୋଇଥିବାରୁ ଏହି ଟଙ୍କା ବିଜେଡିର ବୋଲି ବିଜେପି ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.