ETV Bharat / state

ନିର୍ବାଚନ ପୂର୍ବରୁ ଜଟଣୀରେ ଧରପଗଡ, ଜବତ ହେଲା ବିପୁଳ ବେଆଇନ ବିସ୍ଫୋରକ ସାମଗ୍ରୀ - Explosive Material Seized

author img

By ETV Bharat Odisha Team

Published : Mar 29, 2024, 6:26 PM IST

Explosive Material Seized In Jatani: ଜଟଣୀରେ ବେଆଇନ ବାଣ ଗୋଦାମରେ ଯୋଦରାଦ ଚଢ଼ାଉ କରି ୪୦ କେଜିର‌ ଗନ୍ଧକ ବାରୁଦ ଓ ପଟାସ ଭଳି ବିସ୍ଫୋରକ ସାମଗ୍ରୀ ଜବତ କଲା ପୋଲିସ । ଅଧିକ ପଢ଼ନ୍ତୁ

ବେଆଇନ ବିସ୍ଫୋରକ ସାମଗ୍ରୀ
ବେଆଇନ ବିସ୍ଫୋରକ ସାମଗ୍ରୀ
ବେଆଇନ ବିସ୍ଫୋରକ ସାମଗ୍ରୀ

ଭୁବନେଶ୍ବର: ନିର୍ବାଚନ ପୁର୍ବରୁ ଚାଲ ହେଲା ଭଣ୍ଡୁର । ପରିସ୍ଥିତି ବିଗିଡିବା ପୂର୍ବରୁ ପୋଲିସର ଚଢାଉ । ଜଟଣୀରେ ବେଆଇନ ବାଣ ଗୋଦାମରେ ଜୋରଦାର ଚଢ଼ାଉ କରି ୪୦ କେଜିର‌ ଗନ୍ଧକ ବାରୁଦ ଓ ପଟାସ ଭଳି ବିସ୍ଫୋରକ ସାମଗ୍ରୀ ଜବତ କଲା ପୋଲିସ । ସେପଟେ ଉମାକାନ୍ତ ଶତପଥି ନାମକ ବାଣ ବ୍ୟବସାୟୀଙ୍କୁ ଗିରଫ କରିଛି ଜଟଣୀ ପୋଲିସ ।

ଆଗକୁ ସାଧାରଣ ନିର୍ବାଚନ ରହିଛି । ଭୁବନେଶ୍ୱରର ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ୟତମ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ । ଯେଉଁଠି ରାଜଧାନୀର ସର୍ବାଧିକ ସମ୍ବେଦନଶୀଳ ବୁଥ ରହିଛି । କିନ୍ତୁ ଏଥର ନିର୍ବାଚନ ସମୟରେ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ପୋଲିସ ଚଢାଉ କରିଛି । ବଡ଼ଗାଁ ନୁଆଗାଁ ଅଞ୍ଚଳରେ ଜଟଣୀ ପୋଲିସ ଏକ ବାଣ ଗୋଦାମରୁ ୪୦ କେଜିରୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଯାହାକି ବେଆଇନ ଭାବେ ଗଚ୍ଛିତ ରଖାଯାଇଥିଲା । ଯାହାକୁ କିଛି ଅସାମାଜିକ କର୍ଯ୍ୟକଳାପ ପାଇଁ ଚାଲାଣ କରାଯାଉଥିଲା । ତେବେ ଏକ ଗ୍ରିନ କ୍ରାକର ଗୋଦାମରେ ଏଭଳି ବେଆଇନ କାରବାର ସୁରାକ ପାଇ ରେଡ କରିଥିଲା ଜଟଣୀ ଥାନା ପୋଲିସ । ପୋଲିସ ରେଡ ବେଳେ ବାଣ ପାଇଁ ବ୍ୟବହାର ଉପଯୋଗୀ ସାମଗ୍ରୀ ଯେପରିକି, ପୋଟାସିୟମ ନାଇଟ୍ରେଟ ଓ ସଲଫର ଭଳି ବେଆଇନ ସାମଗ୍ରୀ ଜବତ କରଯାଇଛି । ଯାହାର ପରିମାଣ ୪୦ କେଜିରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଗୋଦାମ ପରିଚାଳନା କରୁଥିବା ବାଣ ବ୍ୟବସାୟୀ ଉମାକାନ୍ତ ଶତପଥିକୁ ଗିରଫ କରାଯାଇଛି‌ ।

ପୋଲିସର ସୂଚନା ଅନୁସାରେ, ବାଣ ପ୍ରସ୍ତୁତ କରୁଥିବା କାରିଗର ଏଠାରୁ ବିସ୍ଫୋରକ ସାମଗ୍ରୀ ନେଉଥିଲେ । ଯାହାକି ଅଧିକାଂଶ ବୋମା ତିଆରି କରୁଥିବା ଗୋଷ୍ଠି ଏହାର ଫାଇଦା ନେଉଥିଲେ । ସେମାନେ ଏଠାରୁ ସାମଗ୍ରୀ ନେଇ ବୋମା ତିଆରି କରୁଥିବା ସନ୍ଦେହ କରାଯାଉଛି । ଅନେକ ସମୟରେ ନିର୍ବାଚନ ସମୟରେ ପରିସ୍ଥିତି ସରଗରମ ହୋଇଥାଏ । ତେଣୁ ଏଭଳି ନିର୍ବାଚନ ସମୟରେ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ନିଜ ନିୟନ୍ତ୍ରଣକୁ ନେବାକୁ ପ୍ରୟାସ ଜାରି ରଖିଛି‌ ପୋଲିସ । ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ଭାବେ ଜଟଣୀର‌ ବିଭିନ୍ନ ଅଞ୍ଚଳରେ ନଜର ରଖୁଛି । ପରିସ୍ଥିତି ଯେପରି ଅଣାୟତ ନହୁଏ ଏବଂ ଶାନ୍ତି ଶୃଙ୍ଖଳା ପାଇଁ ଏବେଠୁ ରେଡ ଜାରି ରଖିଛି । ଏହି କ୍ରମରେ ପୋଲିସ ଏଭଳି ବାଣ ଗୋଦାମରୁ ବାଣ ପ୍ରସ୍ତୁତ ଓ ବୋମା ପ୍ରସ୍ତୁତକାରୀ ସାମଗ୍ରୀକୁ ଜବତ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ପୂର୍ବରୁ ଜଟଣୀ ପୋଲିସ ପଞ୍ଝାରେ ବଡ଼ ଡକାୟତି ଗ୍ୟାଙ୍ଗ - Police Bust Dacoity Gang

ତେବେ ଦୈତ ନଗରୀରେ ମୋଟ ୧୮୩୯ଟି ବୁଥ ରହିଛି । ସେଥି ମଧ୍ୟରୁ ୨୭୧ଟି ବୁଥ ସମ୍ବେଦନଶୀଳ ରହିଛି । ଯେଉଁଥିରୁ କେବଳ ଜଟଣୀ ନିର୍ବାଚନ ମଣ୍ଡଳୀର ୨୦୫ଟି ବୁଥ ରହିଛି । ସେଥିମଧ୍ୟରୁ ୩୫ଟି ସମ୍ବେଦନଶୀଳ ବୁଥ ରହିଛି ‌। ତେଣୁ ନିର୍ବାଚନ ପୁର୍ବରୁ କିପରି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବ ସେନେଇ ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.