ETV Bharat / state

ଭୁବନେଶ୍ବର ବାଣ ବିସ୍ଫୋରଣ ଘଟଣା, ଗୋଦାମ ଘର ସିଲ୍ କଲା ପୋଲିସ - FIRECRACKER EXPLOSION INCIDENT

ବେଆଇନ ବାଣ ଗୋଦାମରେ ବିସ୍ଫୋରଣ । ଗୋଦାମ ଘରକୁ ସିଲ୍ କଲା ପୋଲିସ । ବିସ୍ଫୋରଣ ଫଳରେ ହୋଇଥିବା କ୍ଷୟକ୍ଷତିର ଚାଲିଛି ଯାଞ୍ଚ ।

Firecracker Explosion
Firecracker Explosion (ETV Bharat Odisha)
author img

By ETV Bharat Odisha Team

Published : Nov 13, 2024, 10:54 AM IST

ଭୁବନେଶ୍ବର: ରାଜଧାନୀରେ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ପରେ ଆକ୍ସନ ମୋଡକୁ ଆସିଛି କମିଶନରେଟ ପୋଲିସ । ବିସ୍ଫୋରଣ ପରେ ବାଣ ମହଜୁଦ ରଖାଯାଇଥିବା ଗୋଦାମ ଘରକୁ ପୋଲିସ୍‌ ଓ ରାଜସ୍ୱ ଅଧିକାରୀ ସିଲ କରିଛନ୍ତି । ଏହା ସହ ଘର ମାଲିକଙ୍କ ନାମରେ ମାମଲା ରୁଜୁ କରିବା ସହ କିଭଳି ଏହି ବାଣ ଗୋଦାମ ଚାଲିଥିଲା, ସେନେଇ କମିଶନରେଟ ପୋଲିସ ତନାଘନା ମଧ୍ୟ ଆରମ୍ଭ କରିଛି ।

  • ସୋମବାର ହୋଇଥିଲା ବିସ୍ଫୋରଣ:

ତେବେ ସୂଚନା ଅନୁସାରେ, ଭୁବନେଶ୍ବର ଇନଫୋସିଟି ଥାନା ଚୁନୁକୋଳି ବସ୍ତି ନିକଟରେ ଏକ ଦୁଇମହଲା ଘରେ ଏହି ବେଆଇନ ବାଣ କାରବାର ଚାଲିଥିଲା । ତଳ ମହଲାରେ ନିଜେ ଘର ମାଲିକ ରହୁଥିବା ବେଳେ ଉପରେ ଚାଲିଥିଲା ବାଣ ଗୋଦାମ । ସୋମବାର ସନ୍ଧ୍ୟାରେ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘର ଭିତରେ ଥିବା ଏକ ଗ୍ୟାସ ସିଲିଣ୍ଡର‌ ମଧ୍ୟ ଫାଟି ଯାଇଥିଲା । ଫଳରେ ଘରର ଛାତ ଭୁଶୁଡିବା ସହ ସିଡି ଓ ତାଜା ମଧ୍ୟ ଭୁଶୁଡି ପଡ଼ିଥିଲା । ସମଗ୍ର ଏରିଆରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଥିଲା ।

Firecracker Explosion (ETV Bharat Odisha)

ସେପଟେ ଏଭଳି ବାଣ ବିସ୍ଫୋରଣ ପରେ କେହି ମୃତାହତ ହୋଇନଥିବା ବେଳେ ବିସ୍ଫୋରଣ ପୂର୍ବରୁ ଘର ବିଲ୍ଡିଂରେ ଥିବା ଲେଡିଜ ହଷ୍ଟେଲରୁ ଅନେକ ଛାତ୍ରୀ ବାହରକୁ ପଳାଇ ଆସିବାରୁ ସେମାନେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏପରିକି ସେମାନଙ୍କର କିଛି ସାମଗ୍ରୀ କିଛି ପୋଡି ଯାଇଛି । ଗାଡି ଭାଙ୍ଗି ନଷ୍ଟ ହୋଇଛି । ବାଣ ବିସ୍ଫୋରଣର ୨୪ଘଣ୍ଟା ବିତିବା ପରେ ଏବେ ଘରେ ଭଡାରେ ରହୁଥିବା ଯୁବତୀମାନେ ଆସି ସେମାନଙ୍କର ଜିନିଷପତ୍ର ନେଇଥିବା ଜଣାପଡ଼ିଛି ।

  • ଗୋଦାମ ଘର ସିଲ୍:

ଏହି ଘଟଣା ପରେ ପୋଲିସ ନିଜଆଡୁ ମାମଲା ରୁଜୁ କରିଛି । ଏନେଇ‌ ଇନଫୋସିଟି ଥାନାରେ ୫୪୭/୨୪ ରେ ମାମଲା ଦାୟର କରି ବିସ୍ଫୋରକ ଅଧିନିୟମ ଅନୁସାରେ, ତଦନ୍ତ କରିବା ସହ ଘଟଣାସ୍ଥଳରେ ପୋଲିସର ଫରେନସିକ ଟିମ୍ ପହଞ୍ଚିଛି । ସେପଟେ ପୋଲିସ ଘର ମାଲିକ ସହ ଏହି ବାଣ ଗୋଦାମ ଚଳାଇବାରେ ଆଉ କି’ଏ ସାମିଲ ଥିଲେ ସେନେଇ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି 6 ନମ୍ବର ଜୋନ ଏସିପି ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି ।

ବାଣ ବିସ୍ଫୋରଣ ପରେ ଘଟଣାସ୍ଥଳରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଅଧିକାରୀ ପହଞ୍ଚି ଯାଞ୍ଚ କରିଛନ୍ତି । ବାଣ ବିସ୍ଫୋରଣ ଓ ଅଗ୍ନିକାଣ୍ଡରେ ହୋଇଥିବା କ୍ଷୟକ୍ଷତି ଯାଞ୍ଚ କରାଯାଇଛି । ଏପରିକି ଘରଟି ସରକାରୀ ନା ବେସରକାରୀ ଜାଗାରେ ସେନେଇ ମଧ୍ୟ ତନାଘନା କରିଛନ୍ତି । ଗୋଦାମ ଘରକୁ ସିଲ୍ କରିବା ସହ ଅଧିକ ତଦନ୍ତ କରୁଛି ଇନଫୋସିଟି ଥାନା ପୋଲିସ । ଏନେଇ ଯାଞ୍ଚ ପାଇଁ ଆସିଥିବା ରାଜସ୍ବ ନିରୀକ୍ଷକ କହିଛନ୍ତି,"ବର୍ତ୍ତମାନ ଯାଞ୍ଚ ଚାଲିଛି । ବିସ୍ଫୋରଣ ଫଳରେ କ'ଣ କ୍ଷୟକ୍ଷତି ହୋଇଛି ତାହାର ଯାଞ୍ଚ କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ପୁରୀରେ ବାଣ ବିସ୍ଫୋରଣ ଘଟଣା: ଜଣେ ମୃତ, 2 ଜଣ ଚିକିତ୍ସାଧୀନ

ଏହା ମଧ୍ୟ ପଢ଼ନ୍ତୁ...କେରଳ ମନ୍ଦିରରେ ଚାଲିଥିଲା ଉତ୍ସବ, ବାଣ ଦେକାନରେ ନିଆଁ ଲାଗି ବଡ଼ ବିସ୍ଫୋରଣ, ୧୫୦ ଗୁରୁତର

ଏହା ମଧ୍ୟ ପଢ଼ନ୍ତୁ...ବାଣ ଗୋଦାମରେ ବିସ୍ଫୋରଣ, ବ୍ୟବସାୟୀ ଜୀବନ୍ତ ଦଗ୍ଧ

  • ପୂର୍ବର ବାଣ ବିସ୍ଫୋରଣ ଘଟଣା:

୪ ଏପ୍ରିଲ ୨୦୨୩ ରାଜଧାନୀରେ ସହୀଦନଗର ଥାନା ଭିଏସଏସ ନଗରର ଗୋଜବାୟାଣୀ ବସ୍ତିରେ ଘଟିଥିଲା ଭୟଙ୍କର ବାଣ ବିସ୍ଫୋରଣ । ବିସ୍ଫୋରଣ ଫଳରେ ଘରେ ଥିବା ଶିବାନନ୍ଦ ତାଡ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିଲା‌ । ସେହି ଘଟଣାରେ ପୋଲିସ ଏକ୍ସପ୍ଲୋସିଭ ଆକ୍ଟରେ ତଦନ୍ତ କରିଥିଲେ ମଧ୍ୟ କୋୖଣସି ଆଖିଦୃଶିଆ କାର୍ଯାନୁଷ୍ଠାନ ହୋଇନଥିଲା‌ । ସେହିପରି ଗତ ବର୍ଷ ୩୧ ଅକ୍ଟୋବର ୨୦୨୩ରେ ବାଲିପାଟଣା ଥାନା ବାଳକାଠି ଓ ତ୍ରାହିଅଚ୍ୟୁତ ରୋଡରେ ଥିବା ଏକ ନଦୀ ପଠାରେ ବାଣ ଗୋଦାମରେ ଅଘଟଣ ଘଟିଥିଲା । ବାଣ ବିସ୍ଫୋରଣ ଯୋଗୁଁ ଜଣେ ଗୁରୁତର ହୋଇଥିଲେ ।

  • 2018 ରେ ପ୍ରାଣ ହରାଇଥିଲେ ଦମ୍ପତି:-

ସେହିପରି ୨୦୧୮ ମସିହା ନଭେମ୍ବର ପହିଲାରେ ବାଲିପାଟଣା ଥାନା ନୂଆସାହିରେ ମଧ୍ୟ ଭୟଙ୍କର ବାଣ ବିସ୍ଫୋରଣ ହୋଇଥିଲା‌ । ଜ୍ଞାନରଞ୍ଜନ ମିଶ୍ରଙ୍କ ଘରେ ବାଣ ବିସ୍ଫୋରଣ ଯୋଗୁଁ ଦମ୍ପତିଙ୍କର ମୃତ୍ୟୁ ହୋଇଥିଲା । ଘରେ ବେଆଇନ ବାଣ ତିଆରି କରୁଥିବା ଯୋଗୁଁ ଏଭଳି‌ ଅଘଟଣ ଘଟିଥିବା ସେତେବେଳେ ସାମ୍ନାକୁ ଆସିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.