ETV Bharat / state

ଚୋରି ଜିନିଷ ଫେରାଇଲା ପୋଲିସ, ଧନ୍ୟବାଦ ଜଣାଇଲେ ରାଜଧାନୀବାସୀ - Police Returned Stolen Items

author img

By ETV Bharat Odisha Team

Published : Jun 30, 2024, 1:39 PM IST

Updated : Jun 30, 2024, 1:52 PM IST

Police Returned The Stolen Items: ଚୋରି ଜିନିଷ ଫେରାଇଲା ପୋଲିସ । ଭୁବନେଶ୍ୱର କମିଶନରେଟ ପୋଲିସ ସହରର ଚୋରି ଜିନିଷ ଜବତ କରିଛି ଏବଂ ଏକ ମେଳା ଆୟୋଜିତ କରି ଲୋକଙ୍କୁ ନିଜ ଚୋରି ହୋଇଥିବା ସାମଗ୍ରୀ ଫେରାଇଛି । ଯାହାକୁ ପାଇ ଖୁସିବ୍ୟକ୍ତ କରିଛନ୍ତି ସହରବାସୀ । ଅଧିକ ପଢନ୍ତୁ,

ଚୋରି ଜିନିଷ ଫେରାଇଲା ପୋଲିସ, ଖୁସିବ୍ୟକ୍ତ କଲେ ସହରବାସୀ
ଚୋରି ଜିନିଷ ଫେରାଇଲା ପୋଲିସ, ଖୁସିବ୍ୟକ୍ତ କଲେ ସହରବାସୀ (ETV Bharat Odisha)

ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ଚୋରି, ଡକାୟତି ବଢୁଥିବା ବେଳେ ବର୍ତ୍ତମାନ ଅନେକ ଚୋରି ସାମଗ୍ରୀ ଜବତ କରିଛି କମିଶନରେଟ ପୋଲିସ । ଏଥିସହ ଏଗୁଡିକୁ ଏହାର ମାଲିକଙ୍କୁ ଫେରାଇଛି । ରାଜଧାନୀରେ କମିଶନରେଟ ପୋଲିସ ଏକ ସମ୍ପତ୍ତି ଫେରସ୍ତ ମେଳା ଆୟୋଜିତ କରି ସମସ୍ତ ଚୋରି ସାମଗ୍ରୀ ଫେରାଇଛି । ପୋଲିସ ସେବା ଭବନରେ ଏହି ମେଳାର ଆୟୋଜନ କରାଯାଇଥିଲା । ଏଥିରେ ସହରରେ ବିଗତ ଦିନରେ ଚୋରି ହୋଇଥିବା ଜିନିଷଗୁଡିକୁ ଲୋକଙ୍କୁ ଫେରସ୍ତ କରାଯାଇଛି ।

୧୮ଟି ଥାନା ଅଞ୍ଚଳର ଚୋରି ଛିନତାଇ ଓ ଲୁଟ ମାମଲାରେ ଅନେକ ଲୋକଙ୍କ ଜିନିଷ ଜବତ ପରେ ସେସବୁକୁ ଫେରାଇଛି ପୋଲିସ । ଯେଉଁଥିରେ ରହିଛି ୧୪୩ଟି ମୋବାଇଲ ଫୋନ ସହ ୩୦ଟି ସୁନା ଚେନ, ଗୋଟିଏ ଟ୍ରକ ଓ ବାଇକ ସମେତ ସ୍କୁଟି, ଲ୍ୟାପଟପ୍ ଇତ୍ୟାଦି । ପୋଲିସ କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ମିଳିତ ଭାବେ ଲୋକଙ୍କୁ ସେମାନଙ୍କର ଚୋରି ଜିନିଷ ଫେରାଇଛି ପୋଲିସ । ଫଳରେ ନିଜର ଚୋରି ଜିନିଷ ଫେରିପାଇବା ନେଇ ବିଶ୍ବାସ ରଖିନଥିବା ଲୋକମାନେ ଖୁବ୍ ଖୁସି ହୋଇଛନ୍ତି ।

ସୂଚନା ଅନୁସାରେ, ସହିଦନଗର ଥାନା ଅଞ୍ଚଳରେ ଚୋରିର ଶିକାର ହୋଇଥିବା ଜଣେ ମହିଳା ପ୍ରିୟଙ୍କା ସାମନ୍ତରାୟ କହିଛନ୍ତି, ଗତ ଡିସେମ୍ବର‌ ୧୮ତାରିଖରେ ନିଜ ଝିଅକୁ ସ୍କୁଲରେ ଛାଡି ମଞ୍ଚେଶ୍ବରରୁ ସିଆରପି ଫେରୁଥିଲେ । ଏହି ସମୟରେ ଜୟଦେବ ବିହାର ଓଭରବ୍ରିଜ ଉପରେ ହଠାତ୍ ଦୁଇ ଜଣ ଆସି ତାଙ୍କ ବେକରୁ ମଙ୍ଗଳସୂତ୍ର ଝାମ୍ପି ନେଇଥିଲ । ଯାହାକୁ ପୋଲିସ ଫେରାଇଛି । ସେହିପରି ପୂଜା ପାତ୍ର ନାମକ ମହିଳା ଡାକ୍ତରଙ୍କ ଠାରୁ ଦୁଇଟି ଚେନ ଲୁଟ ହୋଇଥିବା ବେଳେ ପୋଲିସ ଗୋଟିଏ ପାଇ ତାଙ୍କୁ ଫେରାଇ ଦେଇଛି ।

ଏହା ମଧ୍ୟ ପଢନ୍ତୁ: 20ଟି ଚୋରି ମୋବାଇଲ ଉଦ୍ଧାର, ମାଲିକଙ୍କୁ ଫେରାଇଲା ପୋଲିସ

ଜଣେ ଶିକ୍ଷୟତ୍ରୀ ଜ୍ୟୋସ୍ନା ସାହୁ ବାଟରେ ଯିବା ସମୟରେ ତାଙ୍କ ବେକରୁ ମଧ୍ୟ ସୁନା ଚେନ‌ ଲୁଟିଥିଲେ ଦୁର୍ବୃତ୍ତ । ସେହିପରି ବାଲିଅନ୍ତାର ରଞ୍ଜନ ମହାପାତ୍ରଙ୍କର ଗୋଟିଏ ଟ୍ରକ ସହ ମନୋଜ କୁମାର‌ ସାହୁ ନାମକ ବ୍ୟକ୍ତିଙ୍କର ବାଇକ ଚୋରି ହୋଇଥିଲା । ପୋଲିସ ଏହି ଗାଡିକୁ ଜବତ କରିବା ପରେ ସେମାନଙ୍କୁ ହସ୍ତାନ୍ତର କରିଛି । ସେହିପରି ଅନେକଙ୍କ ଲ୍ୟାପଟପ୍ ମଧ୍ୟ ଫେରାଇଛି‌ ପୋଲିସ । ସେପଟେ ଲୋକମାନେ ଚୋରି ହୋଇଥିବା ବାଇକ ଏବଂ ଅନ୍ୟାନ୍ୟ ଜିନିଷ ଫେରି ପାଇ ଖୁସି ହୋଇଥିବା ବେଳେ ଏନେଇ ପୋଲିସକୁ ଧନ୍ୟବାଦ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jun 30, 2024, 1:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.