ETV Bharat / state

ବାଉନ ବଜାର ତେପନ ଗଳିରେ ମନଇଚ୍ଛା କରିପାରିବେନି ପାର୍କିଂ, ଏସବୁ ରୋଡରେ ପାର୍କିଂ କଲେ ଗଣିବେ ଫାଇନ - No Parking Zone in Cuttack - NO PARKING ZONE IN CUTTACK

No Parking Zone in Cuttack roads: ଆଉ କଟକ ସହରର ରାସ୍ତାପାର୍ଶ୍ଵରେ ହେବ ନାହିଁ ପାର୍କିଂ । ୧୯ଟି ରୁଟକୁ ‘ନୋ ପାର୍କିଂ ଜୋନ’ ଘୋଷଣା କଲା କମିଶନରେଟ ପୋଲିସ ।ଏହିସବୁ ରୋଡରେ ପାର୍କିଂ କଲେ ଗଣିବେ ଫାଇନ । ଅଧିକ ପଢନ୍ତୁ

କଟକରେ ଗାଡି ପାର୍କିଂ କରୁଥିଲେ ସାବଧାନ ! ଏହିସବୁ ରୋଡରେ ପାର୍କିଂ କଲେ ଗଣିବେ ଫାଇନ
କଟକରେ ଗାଡି ପାର୍କିଂ କରୁଥିଲେ ସାବଧାନ ! ଏହିସବୁ ରୋଡରେ ପାର୍କିଂ କଲେ ଗଣିବେ ଫାଇନ (ETV Bharat Odisha)
author img

By ETV Bharat Odisha Team

Published : Jun 26, 2024, 8:20 PM IST

କଟକ: ଭିଡ଼ ମୁକ୍ତ ହେବ କଟକ ସହର ! ଆଉ ରାସ୍ତା ପାର୍ଶ୍ଵରେ ହେବ ନାହିଁ ପାର୍କିଂ । ସହରର ପ୍ରମୁଖ ୧୯ଟି ରୁଟ କୁ ‘ନୋ ପାର୍କିଂ ଜୋନ’ ଘୋଷଣା କରିଛି କଟକ କମିଶନରେଟ ପୋଲିସ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଣିକି ପୋଲିସ କଠୋର ହୋଇଛି । ଆଜି ଠାରୁ ସହରରେ ବେଆଇନ ପାର୍କିଂ ଉପରେ କଟକଣା ଲାଗୁ କରାଯାଇଛି । ନୋ ପାର୍କିଂ ଜୋନ’ ଘୋଷଣା ହୋଇଥିବା ରୁଟରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି ଗୁଡିକ ଉପରେ ଫାଇନ ଲଗାଇବା ସହ ଅନେକ ଗାଡିକୁ ଉଠାଇ ନେଇଛି ପୋଲିସ । ସେପଟେ ପାର୍କିଂ ପାଇଁ ବିକଳ୍ପ ବ୍ୟବସ୍ଥା ନକରି ପ୍ରଶାସନ ପକ୍ଷରୁ ନିଆଯାଉଥିବା ଏହି ପଦକ୍ଷେପକୁ ନେଇ ସହରବାସୀ କଡା ଅସନ୍ତୋଷ ଜାହିର କରିଛନ୍ତି ।

କଟକରେ ଗାଡି ପାର୍କିଂ କରୁଥିଲେ ସାବଧାନ ! ଏହିସବୁ ରୋଡରେ ପାର୍କିଂ କଲେ ଗଣିବେ ଫାଇନ
କଟକରେ ଗାଡି ପାର୍କିଂ କରୁଥିଲେ ସାବଧାନ ! ଏହିସବୁ ରୋଡରେ ପାର୍କିଂ କଲେ ଗଣିବେ ଫାଇନ (ETV Bharat Odisha)

ଗଳିକନ୍ଦିର ସହର କଟକ ସହର । କଥାରେ ଅଛି ବାଉନ ବଜାର ତେପନ ଗଳି । ରାସ୍ତାଘାଟ ବି ସଂକୀର୍ଣ୍ଣ । ସହରର ଟ୍ରାଫିକ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ୧୯ଟି ରୁଟ ବା ରାସ୍ତାକୁ ‘ନୋ ପାର୍କିଂ ଜୋନ’ ଘୋଷଣା କରିଯାଇଥିବାବେଳେ ବଡ କଥା ହେଲା ନିର୍ଦ୍ଦେନାମାକୁ ୧୨ ଘଣ୍ଟା ନ ପୁରୁଣୁ ପୋଲିସ ଆରମ୍ଭ କରିଦେଇଛି କାର୍ଯ୍ୟାନୁଷ୍ଠାନ । ଆଜିଠାରୁ ନୋ ପାର୍କିଂ ଜୋନ’ ଘୋଷଣା ହୋଇଥିବା ରୁଟରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି ଗୁଡିକ ଉପରେ ଫାଇନ ଲଗାଇବା ସହ ପୋଲିସ ଗାଡିକୁ ଉଠାଇ ନେଇଛି । ପ୍ରଥମ ଥର ନିୟମ ଉଲ୍ଲଘଂନ କଲେ ୫୦୦ ଟଙ୍କା ଓ ଦ୍ଵିତୀୟ ଥର ଖିଲାପି କଲେ ୧୫୦୦ ଟଙ୍କା ଫାଇନ ଆଦାୟ କରାଯିବ ବୋଲି ପୋଲିସ ପକ୍ଷରୁ କଡା ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶା ହେବ ମଦ ମୁକ୍ତ ରାଜ୍ୟ ! ଅଣ୍ଟା ଭିଡିଲେଣି ବିଜେପି ସରକାର - Liquor Ban In Odisha

କଟକ ସହରର ଅଧିକାଂଶ ରାସ୍ତାଘାଟ ସଂକୀର୍ଣ୍ଣ । ଏହା ଉପରେ ରାସ୍ତା କଡ଼ରେ ବେଆଇନ ପାର୍କିଂ ହେବା ଯୋଗୁଁ ରାସ୍ତାରେ ଯାନବାହାନ ଚଳାଚଳ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଫଳରେ ଅନେକ ସମୟରେ ଟ୍ରାଫିକ ଜାମ ଭଳି ସ୍ଥିତି ଉପୁଜୁଛି । ପର୍ବପର୍ବାଣୀ ସମୟରେ ସ୍ଥିତି ଅସମ୍ଭାଳ ହୋଇଯାଉଛି । ଏନେଇ ହାଇକୋର୍ଟରେ ଏକ ରୁଜୁ ହୋଇଥିଲା । ଏହାର ମାମଲାର ଶୁଣାଣି କରି କୋର୍ଟ ପୋଲିସ ଉପରେ ବିରକ୍ତି ପ୍ରକାଶ କରିବା ସହ ରାସ୍ତାରୁ ବେଆଇନ ପାର୍କିଂ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଦିନେ ଅଧେ ନୁହେଁ ବରଂ ସହରର ରାସ୍ତାକଡ଼କୁ ବେଆଇନ ପାର୍କିଂ ମୁକ୍ତ ରଖିବା ପାଇଁ ନିୟମିତ ଭାବେ କାର୍ଯ୍ୟ କରିବାକୁ ମଧ୍ୟ କୋର୍ଟ ତାଗିଦ କରିଛନ୍ତି ।

ଯଦି କୌଣସି ଅଞ୍ଚଳରେ ଏହାର ଖିଲାପି ହୁଏ ତେବେ ସେହି ଅଞ୍ଚଳର ଥାନାଧିକାରୀଙ୍କ ଠାରୁ ପାର୍କିଂ ମୁକ୍ତ ରଖିବା ପାଇଁ ପୂର୍ବରୁ ହୋଇଥିବା ଖର୍ଚ୍ଚ ବହନ କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ସହରରେ ପାର୍କିଂ ପାଇଁ ବିକଳ୍ପ ବ୍ୟବସ୍ଥା ନକରି ପ୍ରଶାସନ ପକ୍ଷରୁ ନିଆଯାଉଥିବା ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସହରବାସୀ ତଥା ବ୍ୟବସାୟୀ । ଏପରି କରାଗଲେ ଲୋକେ ନିଜ ଘର ଆଗରେ ମଧ୍ୟ ନିଜ ଗାଡି ରଖିପାରିବେ ନାହିଁ ଏବଂ ବ୍ୟବସାୟ କରିବା ବି ଅସମ୍ଭବ ହେବ ବୋଲି ସେମାନେ କହିଛନ୍ତି ।

ଗଳିକନ୍ଦିର ସହର କଟକରେ ଟ୍ରାଫିକ ନିୟନ୍ତ୍ରଣ କରିବା ପୋଲିସ ପାଇଁ ଅନେକ ଚାଲେଞ୍ଜ ସୃଷ୍ଟି କରିବ । ଆସନ୍ତା ଶୁଣାଣି ସୁଦ୍ଧା ହାଇକୋର୍ଟରେ ଏନେଇ ତଥ୍ୟ ରଖିବାକୁ ନିର୍ଦ୍ଦେଶ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.