ETV Bharat / state

ହୋଟେଲରୁ ପୋଲିସ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ - Police constable death body rescued

author img

By ETV Bharat Odisha Team

Published : May 18, 2024, 10:38 AM IST

Death Body rescued from a Hotel: ହୋଟେଲର ଏକ ବନ୍ଦ କୋଠରୀରୁ ଜଣଙ୍କର ହାତ ଗୋଡ ବନ୍ଧା ମୃତ ଦେହ ଉଦ୍ଧାର ହୋଇଥିଲା । ତାଙ୍କୁ ହତ୍ୟା କରା ଯାଇଥିବା ଅନୁମାନ କରାଯାଉଛି। ଅଧିକ ପଢ଼ନ୍ତୁ,

Death Body rescued from a Hotel
Death Body rescued from a Hotel (ETV Bharat Odisha)

ବଲାଙ୍ଗୀର: ହୋଟେଲରୁ ଉଦ୍ଧାର ହେଲା ପୋଲିସଙ୍କ ମୃତଦେହ । ଆଜି ବଲାଙ୍ଗୀର ଜିଲ୍ଲାର ଏକ ହୋଟେଲରୁ ଜଣେ ପୋଲିସ କନଷ୍ଟେବଳଙ୍କ ହାତ ଗୋଡ ବନ୍ଧା ମୃତଦେହ ଉଦ୍ଧାର ହୋଇଛି। ଗଞ୍ଜେଇ କାରବାର ପାଇଁ ତାଙ୍କୁ ହତ୍ୟା କରା ଯାଇଥିବା ସନ୍ଦେହ କରାଯାଉଛି। ତେବେ ଗଞ୍ଜେଇ କାରବାର ଅଭିଯୋଗରେ ପୂର୍ବରୁ ଏହି ପୋଲିସ କର୍ମଚାରୀ ନିଲମ୍ବିତ ହୋଇଥିଲେ। ଆଜି ତାଙ୍କ ମୃତ ଦେହ ମିଳିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବଲାଙ୍ଗୀର ରେଳ ଷ୍ଟେସନ ପାଖ ଏକ ହୋଟେଲର ଏକ ବନ୍ଦ କୋଠରୀରୁ ଜଣଙ୍କର ହାତ ଗୋଡ ବନ୍ଧା ମୃତ ଦେହ ଉଦ୍ଧାର ହୋଇଥିଲା । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟା କାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ। ସେପଟେ ମୃତ ବ୍ୟକ୍ତିଙ୍କ ପରିଚୟ ସୋନପୁର ଜିଲ୍ଲାର ଶଙ୍କର ଭାନୁ ବେହେରା ବୋଲି ଜଣା ପଡ଼ିଛି। ସେ ଜଣେ ପୋଲିସ କନଷ୍ଟେବଳ ହୋଇଥିବା ବେଳେ ସୋନପୁର ଜିଲ୍ଲାରେ କାର୍ଯ୍ୟରତ ଥିବା ବେଳେ ଗଞ୍ଜେଇ କାରବାର ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇ ଥିଲେ । ତେବେ ଆଜି ଏଠି ତାଙ୍କର ମୃତ ଦେହ ଏହି ହୋଟେଲରୁ ମିଳିଥିବା ବେଳେ ଗଞ୍ଜେଇ କାରବାର ପାଇଁ ତାଙ୍କୁ ହତ୍ୟା କରା ଯାଇଥିବା ଅନୁମାନ କରାଯାଉଛି। ସେହିପରି ଗଞ୍ଜେଇ କାରବାର ପାଇଁ ଏହି ହତ୍ୟା କାଣ୍ଡ ନା ଆଉ କିଛି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି ପୋଲିସ ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ.. ବିଚାରଧିନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର - PRISONER Died

ପୋଲିସର ସୂଚନା ଅନୁସାରେ ଝାରଖଣ୍ଡର ବୀରେନ ସିଂହ ନାମକ ଜଣେ ବ୍ୟକ୍ତିଙ୍କ ନାଆରେ ଏଠିକାର ହୋଟେଲ କୋଠରୀ ବୁକ୍ ଥିଲା। ଦୁଇ ଜଣ ଯୁବକ ଗତକାଲି 11ଟା ସମୟରେ ଏଠାକୁ ଆସି ରହିଥିଲେ। ହେଲେ ଦୁହିଁଙ୍କ ମଧ୍ୟରୁ ଜଣେ କିଛି କାହାକୁ ନକହି କେଉଁ ଆଡ଼େ ଚାଲି ଯାଇଥିଲେ। ତେବେ ସେହି ଲୋକ ସହିତ ମୃତ ପୋଲିସ କନଷ୍ଟେବଳ ଏଠାକୁ ଆସିଥିବା ଜଣା ପଡ଼ିଛି । ସେହିପରି ଗତକାଲି ସନ୍ଧ୍ୟାରେ ସେ ଆଣିଥିବା ଏକ କାର ବଲାଙ୍ଗୀର ଖୁଜେନ ପାଲି ଠାରେ ଦୁର୍ଘଟଣାଗ୍ରସ୍ଥ ମଧ୍ୟ ହୋଇଥିଲା। ହେଲେ ଏମାନେ କେହି ଆହତ ହୋଇ ନଥିବା ବେଳେ ଏହି ହୋଟେଲରେ ରହିଥିବାର ଜଣା ପଡ଼ିଛି। ତେବେ ବଲାଙ୍ଗୀର ପୋଲିସ୍ ପକ୍ଷରୁ ତଦନ୍ତ କରାଯାଉଛି। ତେବେ ହତ୍ୟାକାରୀକୁ ଧରିବା ପାଇଁ ପୋଲିସ ପକ୍ଷରୁ ତନାଘନା ଜାରି ରଖିଛି। ତେବେ ତଦନ୍ତ ପରେ ହତ୍ୟାର କାରଣ ଜଣା ପଡ଼ିବା ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.