ETV Bharat / state

ପ୍ରେମରେ ଧୋକାଦେବାରୁ ହତ୍ୟା ! ପ୍ରେମିକା ସମେତ ୨ ଅଭିଯୁକ୍ତ ଗିରଫ

author img

By ETV Bharat Odisha Team

Published : Feb 5, 2024, 8:02 PM IST

Subarnapur Murder suspects arrest: ସୁବଲୟା ଥାନା ଅନ୍ତର୍ଗତ ଚନ୍ଦଲି ଗାଁ ଛକ ନିକଟରେ ଜଣେ ଯୁବକଙ୍କ ହତ୍ୟାକାଣ୍ଡ ଉପରୁ ହଟିଛି ପରଦା । ପ୍ରେମରେ ଧୋକା ଦେବାରୁ ପ୍ରେମିକା ସମେତ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ପ୍ରେମରେ ଧୋକାଦେବାରୁ ହତ୍ୟା ; ପ୍ରେମିକା ସମେତ ୨ ଅଭିଯୁକ୍ତ ଗିରଫ

ସୁବର୍ଣ୍ଣପୁର: ଗତ 26 ଜାନୁଆରୀରେ ଜିଲ୍ଲାର ସୁବଲୟା ଥାନା ଅନ୍ତର୍ଗତ ଚନ୍ଦଲି ଗାଁ ଛକ ନିକଟରେ ଜଣେ ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ମୃତ ଯୁବକ ସୁବଳୟା ଧୀବରପଡାର 25 ବର୍ଷୀୟ ଡମ୍ବରୁଧର ଅଧିକାରୀ ବୋଲି ଜଣାପଡିଥିଲା । ତେବେ ତାଙ୍କ ଶରୀରରେ ବିଭିନ୍ନ ଯାଗାରେ କ୍ଷତ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ପୋଲିସ ନିକଟରେ ଲିଖିତ ଏତଲା ଦାୟର କରିଥିଲେ । ଏତଲା ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ପୋଲିସକୁ ମିଳିଛି ସଫଳତା । ହତ୍ୟା ଅଭିଯୋଗରେ ପ୍ରେମିକା ସମେତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ପୋଲିସ ସୂଚନା ଅନୁଯାୟୀ, ମୃତ ଡମ୍ବରୁଧର ଦେବଗଡ଼ ଜିଲ୍ଲାର ଝିଲି ମହାପାତ୍ର ନାମ୍ନି ଜଣେ ଯୁବତୀ ସହିତ ଦୀର୍ଘ 5 ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲା । କିନ୍ତୁ ଝିଲିକୁ ଧୋକା ଦେଇ ଡମ୍ବରୁଧର ରାଉରକେଲାର ଜଣେ ଯୁବତୀଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲା । ଏ ସମ୍ପର୍କରେ ଜାଣିବା ପରେ ଝିଲି କ୍ରୋଧିତ ହୋଇ ପ୍ରତିଶୋଧ ନେବାପାଇଁ ହତ୍ୟାର ଯୋଜନା କରିଥିଲା । ଏଥି ପାଇଁ ଝିଲି ନିଜ ପରିଚିତ ବାଗବର ଗାଁର ରୀତା ନାଏକ ଓ ବଡ ଖମାର ଗାଁର ରାଜୀବ କୁମ୍ଭାର ସହିତ ସମ୍ପର୍କ କରିଥିଲା ।

ଏହା ମଧ୍ୟ ପଢନ୍ତୁ .... ରାସ୍ତା କଡରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଝିଲି ଡମ୍ବରୁଧରକୁ ହତ୍ୟା କରିବା ପାଇଁ 40 ହଜାର ଟଙ୍କାରେ ମୁଲଚାଲ କରି ଅନଲାଇନ ମାଧ୍ୟମରେ 10 ହଜାର ଟଙ୍କା ଅଗ୍ରିମ ରାଜୀବକୁ ଦେଇଥିଲା । ତେବେ ଯୋଜନା ଅନୁଯାୟୀ ରାଜୀବ ଡମ୍ବରୁଧର ସହିତ ପାର୍ଟି କରିବା ପାଇଁ କହି ଡମ୍ବରୁଧରକୁ ଡାକି ଆଣିଥିଲା । ଘଟଣାସ୍ଥଳରେ ଉଭୟେ ମଦ ପିଇବା ପରେ ଝିଲି ରିତା ସହିତ ପହଞ୍ଚି ଡମ୍ବରୁଧରକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଗଭୀର ଭାବେ କ୍ଷତାକ୍ତ ହୋଇ ଅତ୍ୟଧିକ ରକ୍ତସ୍ରାବ ହେବାରୁ ଡମ୍ବରୁଧରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଅଭିଯୁକ୍ତମାନେ ଏହାକୁ ଆକସ୍ମିକ ସଡକ ଦୁର୍ଘଟଣାର ରୂପ ଦେବା ପାଇଁ ଡମ୍ବରୁଧରର ବାଇକଟିକୁ ଅଲଗା ରାସ୍ତାରେ ପକାଇ ଦେଇ ଡମ୍ବରୁଧରର ମୃତଦେହକୁ ରାସ୍ତା କଡରେ ଫିଙ୍ଗି ଦେଇଥିଲେ । ଏହା ସହିତ ବ୍ୟବହୃତ ଟାଙ୍ଗିଆକୁ ବେଶ କିଛି ଦୂରରେ ଫିଙ୍ଗି ଦେଇ ଫେରାର ହୋଇ ଯାଇଥିଲେ । ପୋଲିସ କିନ୍ତୁ ଡମ୍ବରୁଧରର ମୃତଦେହ ଦେଖି ଓ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ସହିତ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.