ETV Bharat / state

ଖଲ୍ଲିକୋଟ ନିର୍ବାଚନୀ ହିଂସା ଘଟଣା, ବେଙ୍ଗାଲୁରରୁ ଗିରଫ ହେଲେ ଆଉ 3 ଅଭିଯୁକ୍ତ - Khallikote Pre Poll Violence

author img

By ETV Bharat Odisha Team

Published : Jun 3, 2024, 10:56 PM IST

Khallikote Pre Poll Violence Murder Case: ବଢ଼ିଲା ଖଲ୍ଲିକୋଟ ନିର୍ବାଚନୀ ହତ୍ୟାକାଣ୍ଡ ଘଟଣାରେ ଗିରଫଦାରୀଙ୍କ ସଂଖ୍ୟା । ବେଙ୍ଗାଲୁରୁରୁ ଆହୁରି ଗିରଫ ହେଲେ 3 ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

ଖଲ୍ଲିକୋଟ ନିର୍ବାଚନୀ ହିଂସା
ଖଲ୍ଲିକୋଟ ନିର୍ବାଚନୀ ହିଂସା (ETV Bharat Odisha)

ବ୍ରହ୍ମପୁର: ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ପଞ୍ଚାୟତରେ ସାଧାରଣ ନିର୍ବାଚନ ସମୟରେ ରାଜନୈତିକ ହିଂସାରେ ବିଜେପି କର୍ମୀ ଦିଲ୍ଲୀପ ପାହାନଙ୍କୁ ହତ୍ୟା କରାଯିବା ଘଟଣା । ଭଢ଼ିଲା ଗିରଫଦାରୀ ସଂଖ୍ୟା । ଖଲ୍ଲିକୋଟ ପୋଲିସ ଏହି ଘଟଣାରେ ବେଙ୍ଗାଲୁରୁରେ ଲୁଚି ରହିଥିବା ଅନ୍ୟ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ୧୭ ଜଣଙ୍କୁ ଗିରଫ କରିଛି ପୋଲିସ ।

ଖଲ୍ଲିକୋଟ ନିର୍ବାଚନୀ ହତ୍ୟାକାଣ୍ଡରେ ବେଙ୍ଗାଲୁରରୁ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର କୋକନ ନାୟକ(୨୩), ଲଙ୍ଗର ଗ୍ରାମର ରାଜା ଓରଫ ଶିବରାମ ତରେଇ(୨୧) ଏବଂ ବିନୟ ତରେଇ(୨୨) । ଗିରଫ 3 ଜଣଙ୍କ ମଧ୍ୟରୁ ଜଣଙ୍କ ନାମରେ ଲିଖିତ ଭାବରେ ଏତଲାରେ ନାମ ରହିଥିବା ବେଳେ ପୋଲିସ ସେମାନଙ୍କ ଠାରୁ ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ଏକ ଖଣ୍ଡା ଜବତ କରିଛି । ସେମାନେ ଘଟଣା ପରଠାରୁ ଫେରାର ରହିଥିବା ବେଳେ ଅଦ୍ୟାବଧି ଖଲ୍ଲିକୋଟ ଥାନା ପୋଲିସ ୧୭ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣାରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ସଂପୃକ୍ତ ରହିଥିବା ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ।

ସୂଚନାନୁଯାୟୀ, ଗତ ମେ' ୧୫ ତାରିଖ ଦିନ ମଧ୍ୟରାତ୍ରରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ବିଜେପି କର୍ମୀମାନେ ସ୍ଥାନୀୟ ବିଜେପି ପ୍ରାର୍ଥୀଙ୍କ ନିର୍ବାଚନ ପୋଷ୍ଟର ଲଗାଉଥିବା ବେଳେ ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ ବିଜେପି ପୋଷ୍ଟର ଲଗାଯାଇଥିବାରୁ ସେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ବିଜେପି ଦଳର ପ୍ରାର୍ଥୀଙ୍କ ପୋଷ୍ଟର ମାରିବାକୁ ନେଇ ଉଭୟ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉଭୟ ପକ୍ଷର ସାତଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ସ୍ବାସ୍ଥ୍ୟରେ ସୁଧାର ନଆସିବା କାରଣରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଖଲ୍ଲିକୋଟ ନିର୍ବାଚନୀ ହିଂସା ହତ୍ୟା ଘଟଣା, ବଢ଼ିଲା ଗିରଫଦାରୀ ସଂଖ୍ୟା - Khallikote Pre Poll Violence Case

ଏହି ନିର୍ବାଚନୀ ହିଂସାରେ ହତ୍ୟାର ଶିକାର ହୋଇଥିଲେ ବିଜେପି ନେତା ରାମ ପାହାନଙ୍କ ପୁତ୍ର ଦିଲ୍ଲୀପ ପାହାନ । ଆକ୍ରମଣ ପ୍ରତିଆକ୍ରମଣରେ ବିଜେପି ନେତା ରାମ ପାହାନଙ୍କ ଦୁଇ ପୁତ୍ର ଦିଲ୍ଲୀପ ପାହାନ ଓ ଜିତେନ୍ଦ୍ର ପାହାନ, ଦିଲ୍ଲୀପଙ୍କ ଶଳା ବାପୁଜୀ ପାହାନ ଏବଂ ସମ୍ପର୍କୀୟ ଦାଦା ଅଭି ପାହାନ ଗୁରୁତର ଆହତ ହୋଇଥିଲେ । ଅନ୍ୟପଟେ ବିଜେଡି କର୍ମୀ ସୁଦର୍ଶନ ପାହାନ, କାର୍ତ୍ତିକ ପରିଡା, କାଳିଆ ପ୍ରଧାନ ଏବଂ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.