ETV Bharat / state

ପିଲାଙ୍କୁ ପାଠ ପଢାଇଲେ ମନ୍ତ୍ରୀ ଗୋକୁଳାନନ୍ଦ - Polasara MLA School visit - POLASARA MLA SCHOOL VISIT

Polasara MLA Gokulananda Mallick visited school: ଅଚାନକ ସ୍କୁଲ ଗସ୍ତରେ ଆସି ପିଲମାନଙ୍କୁ ପାଠ ପଢାଇଲେ ପୋଲସରା ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଅଧିକ ପଢନ୍ତୁ

POLASARA MLA SCHOOL VISIT
POLASARA MLA SCHOOL VISIT (ETV Bharat Odisha)
author img

By ETV Bharat Odisha Team

Published : Jul 5, 2024, 7:44 PM IST

ବ୍ରହ୍ମପୁର: ପିଲାମାନଙ୍କୁ ପାଠ ପଢାଇଲେ ମନ୍ତ୍ରୀ । ଅଚାନକ ସ୍କୁଲ ପରିଦର୍ଶନ କରି ବିଦ୍ୟାଳୟର ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ ପିଲାମାନଙ୍କୁ ପାଠ ପଢାଇଲେ ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଅଚାନକ ବ୍ରହ୍ମପୁରର ପାତାଳସିଙ୍ଗି ଗ୍ରାମର ଅଚାନକ ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଦ୍ୟାଳୟର ବିଭିନ୍ନ ବ୍ୟବସ୍ଥାକୁ ଅନୁଧ୍ୟାନ କଲା ପରେ ଶେଷରେ ବିଦ୍ୟାର୍ଥୀଙ୍କୁ ପାଠ ପଢାଇବା ସହ ଖୁସି ଅନୁଭବ କରିଛନ୍ତି ।

POLASARA MLA SCHOOL VISIT (ETV Bharat Odisha)

ରାଜ୍ୟରେ ବିଜେପି ସରକାରର ନୂତନ ମନ୍ତ୍ରୀମଣ୍ଡଳର ବିଭିନ୍ନ ବିଭାଗର ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଧାୟକମାନେ ଆକ୍ସନ ମୋଡରେ ରହିଥିବା ବେଳେ ଆଜି (ଶୁକ୍ରବାର) ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର ପାତାଳସିଙ୍ଗି ଗ୍ରାମରେ ରହିଥିବା ସରକାରୀ ଆଶ୍ରମ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ଆଶ୍ରମରେ ରହୁଥିବା ପିଲାମାନଙ୍କୁ ପାଠ ପଢାଇବା ଦୃଶ୍ୟ ଦେଖିବାକୁ ମିଳୁଛି ।

ଏହାମଧ୍ୟ ପଢନ୍ତୁ.. ମୁଣ୍ଡିଆ ମାରି ଲୋକସେବା ଭବନ କାର୍ଯ୍ୟାଳୟରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ; ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ତମାମ ଅଧିକାରୀ କଲେ ସ୍ବାଗତ - CM MOHAN MAJHI GETS NEW CMO OFFICE

ଜିଲ୍ଲାର ପୋଲସରା ବିଧାୟକ ତଥା ବର୍ତ୍ତମାନ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଅଚାନକ ଆଶ୍ରମ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ପାଠ ପଢ଼ାଇ ଆନନ୍ଦ ଅନୁଭବ କରିଥିବା କରିଥିଲେ । ଏଥିସହ ଆଶ୍ରମ ସ୍କୁଲରେ ରହିଥିବା ରୋଷେଇ ଶାଳରେ ପହଞ୍ଚି ରୋଷେଇ ହୋଇଥିବା ଖାଦ୍ୟର ମାନକୁ ନିଜେ ଯାଞ୍ଚ ସହିତ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ଦାୟିତ୍ୱରେ ରହିଥିବା ପାଚିକାମାନଙ୍କ ସହିତ ଆଲୋଚନା କରିଥିଲେ । ଏଥିସହ ଆଶ୍ରମରେ ରହିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସହିତ ଆଶ୍ରମର ସୁବିଧା ଅସୁବିଧା ବିଷୟକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଦୀର୍ଘ ଦିନ ଧରି ଆଶ୍ରମରେ ପାଣି ସଠିକ ଭାବେ ନିଷ୍କାସନ ହେଉନଥିବାରୁ ଭଳି ବିଷୟକୁ ଅବଗତ ହେବା ପରେ ତୁରନ୍ତ ତାହାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ମନ୍ତ୍ରୀଙ୍କ ଏହି ଗ୍ରସ୍ତ ସମୟରେ ବିଜେପି ଦଳର ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ରାଜେଶ ବିଶ୍ବାଳ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.