ETV Bharat / state

6 ହଜାର ରେଳ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ, ତାଲିକାରେ ରାଜ୍ୟର ଏକାଧିକ ଷ୍ଟେସନ

author img

By ETV Bharat Odisha Team

Published : Mar 12, 2024, 8:24 PM IST

PM Modi unveils several railway projects across nation: ଦେଶର ରେଳବାଇ କ୍ଷେତ୍ରକୁ 85 ହଜାର କୋଟି ଭେଟି ଦେଲେ ପ୍ରଧାନମନ୍ତ୍ରୀ । ରାଜ୍ୟର ଅନେକ ଷ୍ଟେସନରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ । ବଦଳିବ ରାଜ୍ୟର ଏକାଧିକ ପ୍ରମୁଖ ଷ୍ଟେସନର ନକ୍ସା । ଅଧିକ ପଢନ୍ତୁ

6 ହଜାର ରେଳ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଦେଶରେ ରେଳସେବା ଭିତ୍ତିଭୂମିରେ ବହୁମୁଖି ବିକାଶ ଓ ଅଗ୍ରଗତି ପାଇଁ ଦେଶବ୍ୟାପୀ ଆଜି ପ୍ରାୟ 6 ହଜାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ମୋଟ ୮୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରାଜ୍ୟର ମଧ୍ୟ ଏକାଧିକ ଷ୍ଟେସନ ଓ ରେଳପଥର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ରହିଛି । ରାଜ୍ୟ ତଥା ପୂର୍ବତଟ ରେଳ ଡିଭିଜନର ପ୍ରମୁଖ ଜୋନ ଖୋର୍ଦ୍ଧାରୋଡ ରେଳ ଡିଭିଜନ ଅଧୀନରେ ବିଭିନ୍ନ ପ୍ରକଳ୍ପ ବାବଦକୁ ମୋଟ ୪ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ପ୍ରଧାନମନ୍ତ୍ରୀ ।

ଖୋର୍ଦ୍ଧା: ଓଡ଼ିଶାର ପ୍ରଥମ ଜନଔଷଧି କେନ୍ଦ୍ରକୁ ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ ସମ୍ମୁଖରେ ଉଦଘାଟନ କରିଛନ୍ତି ପ୍ରଧାମନ୍ତ୍ରୀଙ୍କ ନରେନ୍ଦ୍ର ମୋଦି । ସେହିପରି ଏହି ଡିଭିଜନ ଅଧୀନରେ ୫ଟି ବଡ଼ ବଡ଼ ପ୍ରକଳ୍ପ ରହିଛି । ଯେଉଁଥିରେ ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନର ପ୍ରକଳ୍ପ, ୧୧ଟି ଷ୍ଟେସନରେ ‘ୱାନ-ଷ୍ଟେସନ ୱାନ-ପ୍ରଡକ୍ଟ ଷ୍ଟଲ’, ୨୦ଟି ଷ୍ଟେସନରେ ସ୍ଵୟଂଚାଳିତ ସିଗ୍ନାଲ ଇଣ୍ଟର-ଲକିଂ ସିଷ୍ଟମ ରହିଛି । ସେହିପରି ତାଳଚେର-ପାରାଦ୍ବୀପ ରେଳ ଲାଇନରେ ଅଟୋ-ସିଗ୍ନାଲିଂ ବ୍ୟବସ୍ଥା କରାଯିବ । ଯେଉଁଥିରେ ଷ୍ଟେସନ ମାଷ୍ଟରଙ୍କର କୌଣସି ଭୂମିକା ରହିବ ନାହିଁ ବୋଲି ରେଳ ବିଭାଗ କହିଛି । ସାରା ଦେଶରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ଉଦଘାଟନ କରିଥିବା ବେଳେ ଖୋର୍ଦ୍ଧା ରେଳ ଷ୍ଟେସନ ନିକଟରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନା ଖାଁ, ସମ୍ମାନିତ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପରେ ଆଧୁନିକ ଜ୍ଞାନକୌଶଳ, ବନ୍ୟଜନ୍ତୁ ଓ ଜଙ୍ଗଲ ସୁରକ୍ଷା କବଚ ଭାୟାଡକ୍ଟ
କୋରାପୁଟ: ଆଜିର ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ କୋରାପୁଟ ଓ ରାୟଗଡା ମଧ୍ୟରେ ଚାଲିଥିବା ଟ୍ରାକ ଦୋହରିକରଣ କାର୍ଯ୍ୟ ମଧ୍ୟରେ କୋରପୁଟ ଠାରୁ ଦାମନଯୋଡି ନିକଟସ୍ଥ ବାଇଗୁଡା ପର୍ଯ୍ୟନ୍ତ ସମାପ୍ତ ହୋଇଥିବା ଦ୍ଵିତୀୟ ରେଳ ଲାଇନକୁ ଉଦଘାଟନ କରିଛନ୍ତି । ଏଥିସହିତ କୋରାପୁଟ ସମେତ ଜୟପୁରରେ ରେଳ ବିଭାଗର 'ୱାନ ଷ୍ଟେସନ ୱାନ ପ୍ରଡକ୍ଟ' ଯୋଜନାରେ ରେଳ ବିଭାଗ, ଓରମାସ ଓ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ କୋରାପୁଟର ସ୍ଥାନୀୟ ଉତ୍ପାଦକୁ ବିକ୍ରି କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି । ଏହି କାଉଣ୍ଟରରେ କୋରାପୁଟ ଜିଲ୍ଲାର ବିଭିନ୍ନ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ପ୍ରସ୍ତୁତ କରୁଥିବା ହଳଦୀ ଗୁଣ୍ଡ, ସୁଆଁ, ଗୁଡ଼, କଳାଜିରା, ଚାଉଳ, ମାଣ୍ଡିଆ ପ୍ରଭୃତି ଖାଦ୍ୟ ସାମଗ୍ରୀ ଏବଂ ଲେମନ୍ ଗ୍ରାସ ତୈଳ ଓ ହଳଦୀ ସାବୁନ ଭଳି ପ୍ରସାଧନ ସାମଗ୍ରୀ ବିକ୍ରି କରାଯିବ ବୋଲି ଓରମାସର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

ଢେଙ୍କାନାଳ: ଏହି ଅବସରରେ ଭର୍ଚ୍ଚୁଆଲ ମାଧ୍ୟମରେ ଭୋକାଲ ଫର ଲୋକାଲ ମିଶନରେ ଢେଙ୍କାନାଳ ଓ ଅନୁଗୋଳ ଷ୍ଟେସନରେ ସ୍ଥାନୀୟ ଉତ୍ପାଦିତ ଦ୍ରବ୍ୟର ଷ୍ଟଲ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଉପଲକ୍ଷେ ଢେଙ୍କାନାଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ସମେତ ରେଳ ଭିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରି ଅଞ୍ଚଳବାସୀଙ୍କୁ ସ୍ୱାବଲମ୍ବୀ କରିବାରେ ପ୍ରଧାନମନ୍ତ୍ରୀଙ୍କ ଏହା ସାଧୁ ଉଦ୍ୟମ ବୋଲି ଜିଲ୍ଲବାସୀ କହିଛନ୍ତି ।

ବଲାଙ୍ଗୀର: ଏହି କାର୍ଯ୍ୟକ୍ରମ ମଧ୍ୟରେ ବଲାଙ୍ଗୀର ଜିଲ୍ଲାର ରେଳ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଅନେକ ପ୍ରକଳ୍ପ ରହିଛି । ବଲାଙ୍ଗୀର ସୋନପୁର ରେଳ ଚଳାଚଳ ସହିତ ବଲାଙ୍ଗୀରରେ 'ୱାନ ଷ୍ଟେସନ ୱାନ ପ୍ରଡକ୍ଟ'ର ମଧ୍ୟ ଉଦଘାଟନ ପ୍ରଧାନମନ୍ତ୍ରୀ ମୋଦି କରିଛନ୍ତି । ଏହି ଅବସରରେ ବଲାଙ୍ଗୀର ରେଳ ଷ୍ଟେସନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ବଲାଙ୍ଗୀର ସାଂସଦ ସଙ୍ଗୀତ କୁମାରୀ ସିଂଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ସହ ସମସ୍ତ ରେଳ ଅଧିକାରୀ ଉପସ୍ଥିତ ଥିଲେ । ତେବେ ଏହି ଅବସରରେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ; ପୁରୀ-ବିଶାଖାପାଟଣା ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ବ୍ରହ୍ମପୁର: ଦୀର୍ଘଦିନର ଦାବି ହୋଇ ଆସୁଥିବା ବିଶାଖାପାଟନମ–ଭୁବନେଶ୍ୱର ବନ୍ଦେ ଭାରତ ଏକ୍ସପ୍ରେସର ଆଜି ଶୁଭାରମ୍ଭ ହୋଇଛି । ଭିଡିଓ କନଫେରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଶୁଭାରମ୍ଭ କରିଥିବାବେଳେ ଏହି ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଧନ୍ୟବାଦ ଜଣାଇଛନ୍ତି ନିର୍ବାଚିତ ପ୍ରତିନିଧି । ଦେଶରେ ୧୦ଗୋଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ବ୍ରହ୍ମପୁର ରେଳଷ୍ଟେସନ ପରିସରରେ ଦ୍ୱିତୀୟ ପ୍ଲର୍ଟଫର୍ମରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣାଙ୍କ ସମେତ ରେଳବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ସମ୍ବଲପୁର: ସମ୍ବଲପୁର ରେଳ ଡିଭିଜନର 19ଟି ଷ୍ଟେସନରେ 'ୱାନ ଷ୍ଟେସନ ୱାନ ପ୍ରଡକ୍ଟ' (OSOP)ର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସମ୍ବଲପୁର ରେଳ ଷ୍ଟେସନରେ 3ଟି, ବଲାଙ୍ଗୀର ଓ ଟିଟିଲାଗଡ଼ରେ 2ଟି ଲେଖାଏଁ ଏବଂ ହୀରାକୁଦ, ରେଢ଼ାଖୋଲ, ବରପାଲି, ବରଗଡ଼ ରୋଡ଼, ଖରିଆର ରୋଡ଼, ମୁନିଗୁଡା, ନର୍ଲା ରୋଡ଼, କେସିଙ୍ଗା, କଣ୍ଟାବାଞ୍ଜି, ବୋଇଣ୍ଡା, ମହାସମୁନ୍ଦ ଆଦି ଷ୍ଟେସନରେ ଗୋଟିଏ ଲେଖାଏଁ OSOP ଷ୍ଟଲ ଉଦଘାଟିତ ହୋଇଛି l ଏହା ସହିତ ସମ୍ବଲପୁର ଡିଭିଜନର ବାଗବାହାର ଷ୍ଟେସନରେ ଏକ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରର ଶୁଭାରମ୍ଭ ମଧ୍ୟ ହୋଇଛି । ଏହି ଅବସରରେରେ ସମ୍ବଲପୁର ଡିଭିଜନର ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର ଷ୍ଟେସନ, କେସିଙ୍ଗା, ମହାସମୁନ୍ଦରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଷ୍ଟେସନରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ, ADRM ଆନନ୍ଦ ସିଂ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.