ସମ୍ବଲପୁର: ଆସନ୍ତା ଫେବୃଆରୀ 26 ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବହୁ ରେଳ ଷ୍ଟେସନର ଆଧୁନୀକିକରଣ, ରେଳ ବିଭାଗର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି l ଏହି କ୍ରମରେ ସମ୍ବଲପୁର ରେଳ ଡିଭିଜନର ମଧ୍ୟ ବହୁ ପ୍ରକଳ୍ପ ଲୋକାର୍ପଣ, ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି l ଏନେଇ ଆଜି ସମ୍ବଲପୁର ରେଳ ମଣ୍ଡଳର DRM ତୁଷାରକାନ୍ତ ପାଣ୍ଡେ ନିଜ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି l
ଅଧିକ ପଢନ୍ତୁ- ଜୋର ଧରିଲା ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା ଦାବି
ଆସନ୍ତା 26 ତାରିଖରେ ସାରା ଦେଶରେ ରେଳ ବିଭାଗର ବହୁ ପ୍ରକଳ୍ପ ର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସବୁ ପ୍ରକଳ୍ପ ଗୁଡିକ ଲୋକାର୍ପଣ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ l ଏହି ପରିପ୍ରେକ୍ଷୀ ରେ 26 ଫେବୃଆରୀରେ 1500 ROB ଓ RUB ର ଲୋକାର୍ପଣ, ଭିତ୍ତି ପ୍ରସ୍ତର ସ୍ଥାପନା ତଥା 554 ରେଳ ଷ୍ଟେସନର ପୁନଃ ନିର୍ମାଣର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି l କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ ।
ଏହି ଦିନ ସମ୍ବଲପୁର ଡିଭିଜନ ର 4 ଗୋଟି ଷ୍ଟେସନର ପୁନଃନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରାଯିବ l ସମ୍ବଲପୁର ରେଳ ମଣ୍ଡଳ ପାଇଁ 24 କୋଟି ସମ୍ବଲପୁର ସିଟି ଷ୍ଟେସନ ପାଇଁ 19 କୋଟି ଝାରସୁଗୁଡା ରୋଡ଼ ଷ୍ଟେସନ ପାଇଁ 21 କୋଟିର କେସିଙ୍ଗା ଷ୍ଟେସନ ଓ 36 କୋଟିର କେସିଙ୍ଗା ରେଳ ଷ୍ଟେସନ ର ପୁନଃ ନିର୍ମାଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନା କରାଯିବ l ଏହି ସବୁ ଷ୍ଟେସନ ଗୁଡିକରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସେବା ସୁବିଧା ରହିବ l ଏଠାରେ ଫୁଟ ଓଭର ବ୍ରିଜ, ଏସ୍କାଲେଟର, ଲିଫ୍ଟର ସୁବିଧା ରହିବ l ଏହା ସହ ଅତ୍ୟାଧୁନିକ ପ୍ରତୀକ୍ଷାଲୟ, ଶୋଚାଳୟ ର ସୁବିଧା ସହ ସୌନ୍ଦର୍ଯ୍ୟକରଣ କରାଯିବ l
ଏହି ଦିନ ଝାରସୁଗୁଡା ସହରର ସରବାହାଲର 52 କୋଟିର ROB ର ଲୋକାର୍ପଣ ହେବାକୁ ଥିବା ବେଳେ ବରଗଡ଼ ଜିଲ୍ଲାର ଦେବାହାଲ ର RUB ର ଭିତ୍ତିପ୍ରସ୍ତର ସ୍ଥାପନା, ବରଗଡ଼ ରୋଡ଼ ଷ୍ଟେସନ ର 20 କୋଟିର RUB ର ଲୋକାର୍ପଣ, ଜୁଯୁମୁରା RUB ର ଭୂମି ପୂଜନ, ମହାସମୁନ୍ଦ ର ROB ଓ କଣ୍ଟାବାଞ୍ଜି RUB ର ଭିତ୍ତି ପ୍ରସ୍ତର ସ୍ଥାପନା କାର୍ଯ୍ୟକ୍ରମ ରହିଛି l ଏନେଇ ଆଜି ସମ୍ବଲପୁର DRM ତୁଷାରକାନ୍ତ ପାଣ୍ଡେ ସୂଚନା ଦେଇଛନ୍ତି l
ଇଟିଭି ଭାରତ, ସମ୍ବଲପୁର