ETV Bharat / state

ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ, ମୋଦିଙ୍କ ଭିତ୍ତିପ୍ରସ୍ତର ସ୍ଥାପନ - ପାରଳାଖେମୁଣ୍ଡି ରେଳ ଷ୍ଟେସନ

Amrit Bharat Stations: ପାରଳାଖେମୁଣ୍ଡି ରେଳ ଷ୍ଟେସନର ହେବ ନବୀକରଣ । ଭିଡିଓ କନଫେନ୍ସି ଜରିଆରେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Amrit Bharat Stations
Amrit Bharat Stations
author img

By ETV Bharat Odisha Team

Published : Feb 26, 2024, 5:56 PM IST

Amrit Bharat Stations

ଗଜପତି: ଅମୃତ ଭାରତ ରେଳ ଷ୍ଟେସନ ପୁନଃବିକାଶ ଯୋଜନା ଅଧିନରେ ଓଡିଶା ସମେତ 27ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଏହି କ୍ରମରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ । ଭିଡିଓ କନଫେନ୍ସି ଜରିଆରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତେବେ ଉଦଘାଟନ ପରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ।

ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସମୟରେ ଷ୍ଟେସନ୍ ନିକଟରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ କେ ନାରାୟଣ ରାଓ, ପାରଳା ମହାଦେଇ କଲ୍ୟାଣୀ ଗଜପତି ଓ ରେଳ ବିଭାଗ ଅଧିକାରୀମାନେ ମଞ୍ଚରେ ଉପସ୍ଥିତ ଥିଲେ। ସେହିପରି ଏହି ରେଳପଥ ଓ କାଶୀନଗର ଠାରେ ଷ୍ଟେସନର ଉନ୍ନତିକରଣ ପାଇଁ ରେଳ ମନ୍ତ୍ରାଳୟ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ବିଧାୟକ କେ ନାରାୟଣ ରାଓ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷ ନେତୃତ୍ୱରେ ଗତ 10 ବର୍ଷ ମଧ୍ୟରେ ଆଧୁନିକ ସଂଯୋଗ ସୁନିଶ୍ଚିତ କରିବା ପାଇଁ ସାରା ଦେଶରେ ଅନ୍ତର୍ଜାତୀୟ ସ୍ତରର ଭିତ୍ତିଭୂମି ବିକାଶ କରାଯାଇଛି । ସମୁଦାୟ ୪୧,୦୦୦ କୋଟି ଟଙ୍କା ବ୍ୟୟରେ ଆଜି (26 ଫେବୃଆରୀ)ରେ ପ୍ରଧାନମନ୍ତ୍ରୀ ୫୫୪ ଟି ରେଳ ଷ୍ଟେସନ ଓ 1500 ROB / RUBs ପ୍ରକଳ୍ପ ଗୁଡିକର ପୁନନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପକାଇଛନ୍ତି । ଅମୃତ ଭାରତ ଯୋଜନା ଅଧୀନରେ ସମୁଦାୟ ୩୨୬୮ କୋଟିବ୍ୟୟରେ ଓଡିଶାର 57 ଟି ଷ୍ଟେସନର ପୁନନିର୍ମାଣ କରାଯାଉଛି । ପ୍ରଥମପର୍ଯ୍ୟାୟରେ, ଗତବର୍ଷ ଠାରୁ କିଛି ପ୍ରମୁଖ ଷ୍ଟେସନ ଗୁଡିକରେ କାର୍ଯ୍ୟ ଆରମ୍ଭ ହୋଇସାରିଛି ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ 21 ଷ୍ଟେସନର ନବୀକରଣ, 50ରୁ ଅଧିକ ରେଲୱେ ଓଭରବ୍ରିଜ୍ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଓଡିଶାରେ 900 କୋଟି ବ୍ୟୟ ଅଟକଳରେ ଆହୁରି 21ଟି ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଯେଉଁଥିରେ ତାଲଚର, ରଘୁନାଥପୁର, ପାରାଦୀପ, କେନ୍ଦୁଝରଗଡ, ଝାରସୁଗୁଡାରୋଡ, ସମ୍ବଲପୁରସହର, ଟିଟଲାଗଡ, କେସିଙ୍ଗା, ପାରଳାଖେମୁଣ୍ଡି, କୋରାପୁଟ, ଜୟପୁର, ବିମଲାଗଡ, ଜାରୋଲି, ରାଇରଙ୍ଗପୁର, ପାନପୋଷ, ବାଲେଶ୍ୱର, ବେତନଟୀ, ଭଦ୍ରକ, ବେଲପାହାଡ଼, ବ୍ରଜରାଜନଗରଏବଂ ରାୟଗଡା ଷ୍ଟେସନ ଆଦି ରହିଛି । ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓଡିଶାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟସହିତ ଏହି ଅଞ୍ଚଳର ରେଳ ଭିତ୍ତିଭୂମି ବିକାଶପାଇଁ ପ୍ରାଥମିକତା ଦେଇଛନ୍ତି ଏବଂ ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ନିରନ୍ତର ନଜର ରଖୁଛନ୍ତି ।

ଏନେଇ ବ୍ରହ୍ମପୁର ସାଂସଦ କହିଛନ୍ତି, "ସ୍ୱାଧୀନତା ପୂର୍ବରୁ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଏହି ରେଳପଥର କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଷ୍ଟେସନର ଉନ୍ନତିକରଣ ପାଇଁ ଅନେକ ଦାବି ହୋଇ ଆସୁଥିଲା । ଆଜି ସବୁ ଦାବି ପୂରଣ ହୋଇଛି । ଅମୃତ ଷ୍ଟେସନ ଯୋଜନାରେ ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ତେବେ ଏନେଇ ମୁଁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।"

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.