ETV Bharat / state

ମେ' ୧୫ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ! ଚଳିତ ଶିକ୍ଷାବର୍ଷରୁ ଆଗୁଆ ପାଠପଢା ଲକ୍ଷ୍ୟ - Plus Two Exam Result Date - PLUS TWO EXAM RESULT DATE

Plus Two Exam Result Date: ଯୁକ୍ତ ଦୁଇ ପରୀକ୍ଷା ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି । ମେ' ୧୦ରୁ ୧୫ ତାରିଖ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ସିଏଚ୍‌ଏସ୍‌ଇ । ଅଧିକ ପଢ଼ନ୍ତୁ

Plus Two Exam Result Date
Plus Two Exam Result Date
author img

By ETV Bharat Odisha Team

Published : Apr 27, 2024, 6:37 PM IST

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି । ଏହାପରେ ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ବାହାରେ ଏକ ଫାର୍ମରେ ଫଳ ପ୍ରକାଶ ପାଇଁ ବ୍ୟବସ୍ଥା କରାଯାଇଛି । ସେହି ଫାର୍ମରେ ପରୀକ୍ଷାର୍ଥୀଙ୍କ ମାର୍କସିଟ୍‌, ସାର୍ଟିଫିକେଟ୍‌, ମାଇଗ୍ରେସନ ଆଦି ସମସ୍ତ ସାର୍ଟିଫିକେଟ୍ ପ୍ରିଣ୍ଟ୍‌ କରାଯିବ । ସୁରକ୍ଷିତ ଏବଂ ଠିକ କାର୍ଯ୍ୟ କରିବାକୁ ପରିଷଦ ପକ୍ଷରୁ ସଂପୃକ୍ତ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପରୀକ୍ଷା ନିୟନ୍ତ୍ରକଙ୍କ ସହ ପରିଷଦର ୨/୩ ଜଣ ବରିଷ୍ଠ ଅଧିକାରୀ ପ୍ରିଣ୍ଟିଂ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ସେଠାରେ ରହିବେ । ତେବେ ମେ' ୧୦ରୁ ୧୫ ତାରିଖ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି ।

ଚଳିତ ବର୍ଷ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଜଣ ଏବଂ ଏକ୍ସ ରେଗୁଲାର ୨୬ ହଜାର ୫୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ମୋଟ ୨୭ ଲକ୍ଷ ଖାତା ମୂଲ୍ୟାୟନ ହୋଇଥିବା ବେଳେ ସେଥିରୁ ଅନ୍‌ଲାଇନ୍‌ରେ ୯ ଲକ୍ଷ ଏବଂ ଅଫ୍‌ଲାଇନରେ ୧୮ ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି । ଅନ୍ୟପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୨୦୨୪-୨୫ ଶିକ୍ଷା ବର୍ଷ ଆଗୁଆ ଆରମ୍ଭ ହେବ । ଧାର୍ଯ୍ୟ ସମୟ ପୂର୍ବରୁ ବିଭିନ୍ନ କାର୍ଯ୍ୟକ୍ରମ ଆଗୁଆ କରିବାକୁ ଯୋଜନା ପ୍ରସ୍ତୁତ କରିଛି ପରିଷଦ । ପ୍ରତି ବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଥିଓରୀ ପେପର ପରୀକ୍ଷା କରାଯାଉଥିବା ବେଳେ ଚଳିତ ଶିକ୍ଷାବର୍ଷରୁ ଆଗୁଆ ୧୫ ଦିନ ପୂର୍ବରୁ ପରୀକ୍ଷା କରାଯିବ । ଅର୍ଥାତ ଫେବୃଆରୀ ଦ୍ଵିତୀୟ ସପ୍ତାହ କିମ୍ବା ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ଓ ମାର୍କକୁ ନେଇ ସ୍ପଷ୍ଟୀକରଣ ଦେଲା ସିଏଚଏସଇ

ସେହିପରି ପ୍ରତ୍ୟେକ ବର୍ଷ ଫେବୃଆରୀ ମାସରେ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା କରାଯାଇଥାଏ । କିନ୍ତୁ ଚଳିତ ଶିକ୍ଷାବର୍ଷରେ ଜାନୁଆରୀ ପ୍ରଥମ ସପ୍ତାହରେ ହେବ ପ୍ରାକ୍ଟିକାଲ୍ ପରୀକ୍ଷା । ତେବେ ଏକାସାଙ୍ଗରେ ସମସ୍ତ ବିଭାଗର ପରୀକ୍ଷା କରିବାକୁ ପରିଷଦ ନିଷ୍ପତ୍ତି ନେଇଛି । ସେହିପରି ଭାବରେ ୧୫ ଦିନ ପୂର୍ବରୁ, ଅର୍ଥାତ ଡିସେମ୍ବର ମାସର ଶେଷ ସୁଦ୍ଧା ପିଲାଙ୍କୁ ଦିଆଯିବ ଆଡମିଟ୍‌ କାର୍ଡ । ତେବେ ମାର୍ଚ୍ଚ ମାସରେ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହୋଇ ମେ' ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.