ETV Bharat / state

ଟୀକାରକରଣ ବେଳେ ଅଘଟଣ, ଅଙ୍ଗନବାଡ଼ି ଛାତରୁ ପ୍ଲାଷ୍ଟାର ଖସି ୨ ଆହତ - plaster fells in anganwadi - PLASTER FELLS IN ANGANWADI

Plaster Fell off In Anganwadi centre: ମୟୂରଭଞ୍ଜ ଜିଲ୍ଲା ଜୟପୁର ଗ୍ରାମର ଅଙ୍ଗନବାଡ଼ି-୨ର ଛାତରୁ ସିମେଣ୍ଟ ପ୍ଲାଷ୍ଟାର ଖସିଛି । ଏହି ଘଟଣାରେ କାର୍ଯ୍ୟରତ ଏନଏମ ଦିଦି ଏବଂ ତାଙ୍କ ସ୍ବାମୀ ଆହାତ ହୋଇଥିବା ସୂଚନା ମିଳିଛି । ସେପଟେ ଅଳ୍ପକେ ବର୍ତ୍ତିଲେ କୁନିକୁନି ଛାତ୍ରଛାତ୍ରୀ ।

ଟୀକାରକରଣ ବେଳେ ଅଘଟଣ ,ଅଙ୍ଗନବାଡ଼ି ଛାତରୁ ପ୍ଲାଷ୍ଟାର ଖସି ୨ ଆହାତ

author img

By ETV Bharat Odisha Team

Published : Apr 3, 2024, 4:55 PM IST

Updated : Apr 3, 2024, 5:00 PM IST

ଟୀକାରକରଣ ବେଳେ ଅଘଟଣ, ଅଙ୍ଗନବାଡ଼ି ଛାତରୁ ପ୍ଲାଷ୍ଟାର ଖସି ୨ ଆହତ

ରାଇରଙ୍ଗପୁର: ଟୀକାରକରଣ ବେଳେ ଅଘଟଣ । ଅଙ୍ଗନବାଡ଼ି କେନ୍ଦ୍ରର ଛାତରୁ ଖସିଲା ସିମେଣ୍ଟ ପ୍ଲାଷ୍ଟର । ଟୀକାକରଣ ବେଳେ ଅଙ୍ଗନବାଡ଼ି କେନ୍ଦ୍ରରୁ ସିମେଣ୍ଟ ପ୍ଲାଷ୍ଟାର ଖସି ୨ ଜଣ ଆହାତ । ଆହାତଙ୍କ ମଧ୍ୟରେ ଏନଏମ ଦିଦି ଏବଂ ତାଙ୍କ ସ୍ବାମୀ ରହିଥିବା ସୂଚନା ମିଳିଛି । ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଶରୀରରେ ମଧ୍ୟ ଆଘାତ ଲାଗିଛି । କିଛି କୁନି ଛୁଆମାନେ ଟୀକା ନେଇ ସେଠାରୁ ବାହାରି ଆସିଥିବା ବେଳେ ଏହି ଅଘଟଣରୁ ସେମାନେ ବର୍ତ୍ତି ଯାଇଛନ୍ତି । ତେବେ ଏପରି କିଛି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅର୍ନ୍ତଗତ ଜୟପୁର-୨ ଅଙ୍ଗନବାଡି କେନ୍ଦ୍ରରେ ।

ସୂଚନା ଅନୁଯାୟୀ, ଆଜି ଦିନ ପାଖାପାଖି ୯.୦୦ ଘଟିକା ସମୟରେ ଜୟପୁର ଗ୍ରାମର ଜୟପୁର-୨ ଅଙ୍ଗନବାଡ଼ି କେନ୍ଦ୍ରରେ ଛୋଟ ଛୋଟ ଛୁଆ ମାନଙ୍କୁ ଟୀକା ଦେବା ପାଇଁ ପୂର୍ବରୁ କୁହାଯାଇଥିଲା । ହେଲେ ଜୟପୁର -୨ ଅଙ୍ଗନବାଡ଼ି କେନ୍ଦ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ସତ୍ତ୍ବେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ଗ୍ରାମବାସୀଙ୍କ ଜିଦ୍ ଯୋଗୁଁ ସେହିଠାରେ ହିଁ ଟୀକା ଦେବାକୁ ସ୍ଥିର କରା ଯାଇଥିଲା ବୋଲି କହିଛନ୍ତି ଏଏନଏମ ଦିଦି । ତେବେ ସେହିଠାରେ ଟୀକାକରଣ ଚାଲିଥିବା ବେଳେ ଛାତରୁ ଅଚାନକ ସିମେଣ୍ଟ ପ୍ଲାଷ୍ଟାର ଖସି ଯାଇଥିଲା । ଫଳରେ ଏନଏମ ଦିଦି ଓ ତାଙ୍କ ସ୍ବାମୀଙ୍କ ଉପରେ ସିମେଣ୍ଟ ପ୍ଲାଷ୍ଟର ଖସି ଯିବାରୁ ଉଭୟଙ୍କ ମୁଣ୍ଡ ଫାଟି ଯାଇଥିଲା । ଏଥି ସହିତ ଉଭୟଙ୍କ କାନ୍ଧ ଏବଂ ପିଠିରେ ଆଘାତ ଲାଗିଥିବା ଜଣାପଡ଼ିଛି ।

ତେବେ କିଛି ଛୁଆ ଟୀକା ନେଉଥିବା ବେଳେ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲେ । ସଙ୍ଗେ ସଙ୍ଗେ ଏଏନଏମ ଦିଦି ଅନିତା ରଣା ଓ ତାଙ୍କ ସ୍ବାମୀ ଜୋଜାତି ମାଲାକାରଙ୍କୁ ଲହୁ ଲୁହାଣ ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସେଠାରେ ଉଭୟଙ୍କ ଚିକିତ୍ସା ଜାରି ରହିଛି । ତେବେ ଏଠାରେ ଏକ ବଡ଼ ପ୍ରଶ୍ନ ଆସୁଛି ଯଦି ଜୟପୁର-୨ ଅଙ୍ଗନବାଡ଼ି କେନ୍ଦ୍ରଟି ଜରାଜୀର୍ଣ୍ଣ ଅବସ୍ଥାରେ ଅଛି, ତ କେମିତି ସେହି ଅଙ୍ଗନବାଡ଼ି କେନ୍ଦ୍ରରେ କୋମଳମତି ଛୁଆମାନଙ୍କୁ ପାଠ ପଢ଼ିବା ପାଇଁ ଅନୁମତି ଦିଆ ଯାଉଛି ।

ଏହା ମଧ୍ୟ ପଢନ୍ତୁ .....ଘରକୁ ଫେରିବା ବାଟରେ ଛକିଥିଲା ଯମ, ଟ୍ରକ ଧକ୍କାରେ ଭାଇ-ଭଉଣୀ ମୃତ - Road Accident

ଯଦି କୋମଳମତି ଛୁଆଙ୍କ ଉପରେ ସିମେଣ୍ଟ ପ୍ଲାଷ୍ଟାର ଖସି କୌଣସି ଏକ ବଡ଼ ଧରଣର ଦୁର୍ଘଟଣା ହୋଇଥାନ୍ତା, ଏଥିପ୍ରତି କିଏ ଦାୟୀ ରହିଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ହୋଇଛି । ନିହାତି ଭାବେ ବ୍ଲକ ପ୍ରଶାସନର ଏଥିପ୍ରତି ଦୃଷ୍ଟି ନାହିଁ, ଯାହାକି ଏହି ଘଟଣା ଦେଖିଲେ ସ୍ପଷ୍ଟ ଭାବେ ଜଣାପଡ଼ୁଛି । ତେବେ ଯଥାଶୀଘ୍ର ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରର ମରାମତି କରା ନ ଗଲେ ପୁଣି ଏକ ବଡ଼ ଦୁର୍ଘଟଣାକୁ ଟାଣି ଆଣିବ ଏଥିରେ ସନ୍ଦେହ ନାହିଁ ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Apr 3, 2024, 5:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.