ETV Bharat / state

ଦାୟିତ୍ବ ନେଲେ ନୂଆ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ, କହିଲେ ରାଜ୍ୟବାସୀଙ୍କୁ ନ୍ୟାୟ ଦେବାରେ କାର୍ଯ୍ୟ କରିବି - Pitambar Acharya Took Charge

author img

By ETV Bharat Odisha Team

Published : Jul 22, 2024, 9:35 PM IST

Pitambar Acharya Took Charge: ନୂଆ ଆଡଭୋକେଟ ଜେନେରାଲ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ । ସୋମବାର ହାଇକୋର୍ଟ ସ୍ଥିତ କାର୍ଯ୍ୟାଳୟରେ ନୂତନ ଏଜି ଭାବେ ପିତାମ୍ବର ଆଚାର୍ଯ୍ୟ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି । ଅଧିକ ପଢ଼ନ୍ତୁ

Pitambar Acharya
Pitambar Acharya (ETV Bharat Odisha)

କଟକ: ଓଡ଼ିଶା ହାଇକୋର୍ଟରେ ନୂତନ ଆଡଭୋକେଟ ଜେନେରାଲ ଭାବରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ । ରାଜ୍ୟରେ ନୂଆ ସରକାରଙ୍କ ନୂଆ ଆଡଭୋକେଟ ଜେନେରାଲ ହେଉଛନ୍ତି ପିତାମ୍ୱର ଆଚାର୍ଯ୍ୟ । କିଛି ଦିନ ପୂର୍ବରୁ ମୋହନ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିତାମ୍ୱର ଆଚାର୍ଯ୍ୟଙ୍କୁ ନୂତନ ଏଜି ଭାବେ ନିଯୁକ୍ତି ଦିଆଯାଇଥିଲା । କାର୍ଯ୍ୟରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ପିତାମ୍ବର ଆଚାର୍ଯ୍ୟ ।

Pitambar Acharya (ETV Bharat Odisha)

ଏହି ଅବସରରେ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି,"ବିନା ପକ୍ଷପାତିତା, ନିରପେକ୍ଷ ଭାବରେ ଦାୟିତ୍ଵ ତୁଲେଇବି । ଓଡ଼ିଶାବାସୀଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରିବି । ରାଜ୍ୟବାସୀଙ୍କୁ ନ୍ୟାୟ ପ୍ରଦାନ କରିବା ହେଉଛି ମୋହନ ସରକାରଙ୍କ ପ୍ରଥମ ପ୍ରାଥମିକତା ।" ଦୀର୍ଘ ତିନି ଦଶନ୍ଧି ଧରି ଓଡ଼ିଶା ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆଇନଜୀବୀ ହିସାବରେ କାର୍ଯ୍ୟ କରିଛନ୍ତି । ତେବେ ଗତ ୧୯ ତାରିଖରେ ଓଡିଶାର ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ ପିତାମ୍ବର ଆଚାର୍ଯ୍ୟ ।

ପିତାମ୍ବର ଆଚାର୍ଯ୍ୟ କିଏ ?

ପିତାମ୍ବର ଆଚାର୍ଯ୍ୟ ରାଜ୍ୟ ବିଜେପି ଉପସଭାପତି ଓ ମୁଖପାତ୍ର ଥିଲେ । 2019 ନିର୍ବାଚନରେ ସେ ହିଞ୍ଜିଳି ବିଧାନସଭା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ପିତାମ୍ବର ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ । 90 ଦଶକରେ ବିଜେବି କଲେଜରେ ଛାତ୍ର ସଂଗଠନର ସଭାପତି ଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ୟୁନିଭରସିଟି ଲ' କଲେଜରୁ LLBରେ ସ୍ନାତକ ହାସଲ କରିଛନ୍ତି । ପିତାମ୍ବର ରାଜନୀତି ବିଜ୍ଞାନରେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ନିଜର ବୃତ୍ତିଗତ ଜୀବନ ଜଣେ ସମ୍ବାଦିକ ଭାବରେ ଆରମ୍ଭ କରିଥିଲେ ପିତାମ୍ବର ଆଚାର୍ଯ୍ୟ । ତିନି ଦଶନ୍ଧି ଧରି ଓଡ଼ିଶା ହାଇକୋର୍ଟରେ ଜଣେ ଆଡଭୋକେଟ୍ ଭାବରେ ସଫଳତାର ସହ କାର୍ଯ୍ୟ କରିଛନ୍ତି ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ।

ଏହା ମଧ୍ୟ ପଢ଼ନ୍ତୁ...କଳ୍ପନାଜଳ୍ପନାର ଅନ୍ତ, ପିତାମ୍ବର ଆଚାର୍ଯ୍ୟ ନୂଆ ଆଡଭୋକେଟ ଜେନେରାଲ - Advocate General Of Odisha

ଏଜିଙ୍କ କ୍ଷମତା ଓ କାର୍ଯ୍ୟ କଣ ?

ହାଇକୋର୍ଟରେ ଆଡଭୋକେଟ ଜେନେରାଲ ହେଉଛନ୍ତି ସରକାରଙ୍କ ପ୍ରତିନିଧି । ଏଜି ଏକ ସାମ୍ବିଧାନିକ ପଦ । ଆଇନଗତ ମାମଲାରେ ଏଜି ସରକାରଙ୍କ ପ୍ରମୁଖ ପରାମର୍ଶଦାତା । ଯଦି କୌଣସି ପ୍ରସଙ୍ଗରେ ହାଇକୋର୍ଟ ଜାଣିବାକୁ ଚାହିଁଥାନ୍ତି, ତେବେ ସେ ଆଡ଼ଭୋକେଟ ଜେନେରାଲଙ୍କୁ ପଚାରିଥାନ୍ତି । କୌଣସି ଆଇନ, ନିୟମ, ଅଧ୍ୟାଦେଶକୁ ଅସିଦ୍ଧ ଘୋଷଣା ପାଇଁ ମାମଲା ଦାୟର ହୋଇଥାଏ, ତେବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଆଡଭୋକେଟ ଜେନେରାଲ ସ୍ପଷ୍ଟ କରିଥାନ୍ତି । କେଉଁ ମାମଲାରେ ରାଜ୍ୟ ସରକାର ଅପିଲ ଦାୟର କରିବେ, ପୁନର୍ବିଚାର ଆବେଦନ କରିବେ ବା ସୁପ୍ରିମକୋର୍ଟ ଯିବେ ସେ ନେଇ ଆଡଭୋକେଟ ଜେନେରାଲ ଆଇନଗତ ପରାମର୍ଶ ଦେଇଥାନ୍ତି । ବିଧାନସଭାରେ ମଧ୍ୟ ଆଡଭୋକେଟ ଜେନେରାଲଙ୍କ ବସିବା ଓ ବକ୍ତବ୍ୟ ରଖିବାର ଅଧିକାର ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.