ETV Bharat / state

ନିଆରା ଚିତ୍ରକର ରଞ୍ଜନ କୁର୍ମି, ଦୁଇ ଗୋଡ଼ରେ ଆଙ୍କୁଛନ୍ତି ସୁନ୍ଦର ସୁନ୍ଦର ଚିତ୍ର - ନିଆରା ଚିତ୍ରକର ରଞ୍ଜନ କୁର୍ମି

Global Arist Forum: ଗ୍ଲୋବାଲ ଆର୍ଟିଷ୍ଟ୍ ଫୋରମ୍ ପକ୍ଷରୁ ପ୍ରଥମ ଥର ପୁରୀରେ ଚିତ୍ରଶିଳ୍ପୀଙ୍କୁ ନେଇ ପ୍ରତିବିମ୍ବ କାର୍ଯ୍ୟକ୍ରମ ସ୍ବର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ । ଦୁଇ ଗୋଡରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ବସ୍ତୁ ଉପରେ ଆଧାରିତ ସୁନ୍ଦର ଚିତ୍ର କରି ମୁଖ୍ୟ ଆକର୍ଷଣ ସାଜିଥିଲେ ପଶ୍ଚିମବଙ୍ଗର ରଞ୍ଜନ କୁର୍ମି । ଅଧିକ ପଢନ୍ତୁ

Global Arist Forum
Global Arist Forum
author img

By ETV Bharat Odisha Team

Published : Feb 26, 2024, 7:34 AM IST

Global Arist Forum

ପୁରୀ: କୁହାଯାଏ ଆତ୍ମବିଶ୍ଵାସ ଓ କଠିନ ପରିଶ୍ରମ ଦ୍ଵାରା ସବୁ କିଛି ସମ୍ଭବ । ଆଉ ଏହାର ପୁଣି ଏକ ପ୍ରକୃଷ୍ଟ ଉଦାହରଣ ଦେଖିବାକୁ ମିଳିଛି ପୁରୀ ସହରରେ । ପଶ୍ଚିମବଙ୍ଗର ରଞ୍ଜନ କୁର୍ମି ଦୁଇ ଗୋଡରେ ଆଙ୍କିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ବସ୍ତୁ ଉପରେ ଆଧାରିତ ସୁନ୍ଦର ସୁନ୍ଦର ଚିତ୍ର ।

ଗତକାଲି(ରବିବାର) ଗ୍ଲୋବାଲ ଆର୍ଟିଷ୍ଟ୍ ଫୋରମ୍ ପକ୍ଷରୁ ପ୍ରଥମ ଥର ପୁରୀରେ ଚିତ୍ରଶିଳ୍ପୀଙ୍କୁ ନେଇ ପ୍ରତିବିମ୍ବ କାର୍ଯ୍ୟକ୍ରମ ସ୍ବର୍ଣ୍ଣାଭ ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୩, ରାଜ୍ୟ ବାହାରର ୨୫, ନେପାଳ ଓ ବାଂଲାଦେଶର ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଚିତ୍ରଶିଳ୍ପୀଙ୍କ ମଧ୍ୟରେ ଭାବର ଆଦାନ, ପ୍ରଦାନ ସହ ସେମାନଙ୍କ ଅଭିଜ୍ଞତା ଓ ଅନୁଭୂତି ପ୍ରକାଶ ସହ ଚିତ୍ରକଳାକୁ ଡିଜିଟାଇଜେଶନ ପ୍ରକ୍ରିୟା ସହ ଯୋଡିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତେବେ ଏହି ପ୍ରତିବିମ୍ବ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲେ ରଞ୍ଜନ କୁର୍ମି । ଜନ୍ମରୁ ତାଙ୍କ ଦୁଇ ହାତ ଅକର୍ମଣ୍ୟ । କିନ୍ତୁ ଅଦମ୍ୟ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ଵାରା ଯେ ସବୁ କିଛି ସମ୍ଭବ ତାହା ସେ ପ୍ରମାଣିତ କରି ଦେଖାଇଛନ୍ତି । ଦୁଇ ହାତ ଅଚଳ ହୋଇଥିଲେ ମଧ୍ୟ ନିଜ ଦୁଇ ଗୋଡ଼ରେ ରଙ୍ଗ ତୂଳୀ ଦ୍ଵାରା ସେ ଜୀବନ୍ତ ଚିତ୍ରକଳା ଆଙ୍କି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ପ୍ରତିବିମ୍ବ ଉଦ୍ଘାଟନୀ ଉତ୍ସବରେ ସେ ନିଜ ଦୁଇ ଗୋଡ ସାହାଯ୍ୟରେ ସୁନ୍ଦର କଳାକୃତି ଆଙ୍କିଥିଲେ ।

ତେବେ ଏନେଇ ରଂଜନ କୁର୍ମି କହିଛନ୍ତି ଯେ, ସେ ଯାହା କିଛି ହୋଇଛନ୍ତି ତାଙ୍କ ଗୁରୁ ସୁଜିତ୍ ଘୋଷଙ୍କ ଆଶୀର୍ବାଦ ଯୋଗୁଁ ହୋଇଛନ୍ତି । ସେ ଅଷ୍ଟ୍ରେଲିଆ, ଆମେରିକା, ଜର୍ମାନୀ ଯାଇ ଅନେକ ଚିତ୍ରକଳା ପ୍ରଦର୍ଶନୀରେ ଯୋଗ ଦେଇ ଅନେକ ସମ୍ମାନ ଓ ପ୍ରଶଂସା ପାଇଛନ୍ତି । ଜୀବନରେ କେବେ ହାର ମାନିବା ଉଚିତ୍ ନୁହେଁ । ନିଜର ଲକ୍ଷ୍ୟକୁ ଦୃଢ଼ ନିଶ୍ଚିତ କରି, ଧୀରେ ଧୀରେ ସାଧନା କଲେ ସବୁ କାର୍ଯ୍ୟ ସଫଳ ହେବ । ଆଗକୁ ଆହୁରି ଚିତ୍ରକର ସୃଷ୍ଟି କରିବା ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ମନୋରଞ୍ଜନ କାର୍ଯ୍ୟକ୍ରମ ମନକୁ ହାଲୁକା ସହ ଏକତା ବଢାଏ: ମୁଖ୍ୟ ଶାସନ ସଚିବ

ସେପଟେ ଏହି ଚିତ୍ରକଳା ପ୍ରଦର୍ଶନୀର ଆୟୋଜକ ତଥା ବରିଷ୍ଠ ସେବାୟତ ନାରାୟଣ ଖୁଣ୍ଟିଆ କହିଛନ୍ତି ଯେ, ଏଭଳି ଚିତ୍ରକଳା ପ୍ରଦର୍ଶନୀ ଦ୍ୱାରା କଳାର ଆଦାନ ପ୍ରଦାନ ହୁଏ । ନୂଆ ଅନୁଭୂତି ସହିତ ଅନେକ ଅଭିଜ୍ଞତା ମିଳେ । ଏଣୁ ଏହି ଭଳି ଚିତ୍ରକଳା ପ୍ରଦର୍ଶନୂକୁ ଆଗାମୀ ଦିନରେ ଆହୁରି ବଡ ଭାବରେ ଆୟୋଜନ କରାଇବା ପାଇଁ ପ୍ରେରଣା ଦେବ । ଶ୍ରୀକ୍ଷେତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ । ଏଠାରୁ କଳାର ସୃଷ୍ଟି । ଏଣୁ ଗ୍ଲୋବାଲ ଆର୍ଟିଷ୍ଟ ଫୋରମ୍ ପ୍ରତିବିମ୍ବ ଭଳି ଚିତ୍ରକଳା ପ୍ରଦର୍ଶନୀ ଆୟୋଜନ କରି ବେଶ୍ ଉତ୍ସାହିତ ଥିବା କହିଚନ୍ତି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.