ETV Bharat / state

ଦୁଇ ଦିନ ହେଲା ଅନ୍ଧାରରେ ବୌଦ୍ଧ, ବିଦ୍ୟୁତ ସେବା ସାମାନ୍ୟ ପାଇଁ ଚାଲିଛି ପ୍ରୟାସ - Power Crisis in Boudh - POWER CRISIS IN BOUDH

People Suffered due to Power Crisis: ଅନ୍ଧକାରରେ ଦିନ କାଟୁଛନ୍ତି ବୌଦ୍ଧବାସୀ । କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ ତୋଫାନ କାରଣରୁ ବିଦ୍ୟୁତ ସେବା ବ୍ୟାଘାତ। ଅଧିକ ପଢ଼ନ୍ତୁ,

People Suffered due to Power Crisis
People Suffered due to Power Crisis (ETV Bharat Odisha)
author img

By ETV Bharat Odisha Team

Published : May 30, 2024, 7:35 AM IST

Updated : May 31, 2024, 10:44 AM IST

ବୌଦ୍ଧ: କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ ତୋଫାନରେ ବ୍ୟାପକ କ୍ଷୟକ୍ଷତି। ବୌଦ୍ଧ ଜିଲ୍ଲା ସଦର ମହକୁମାର ବିଭିନ୍ନ ବସ୍ତିରେ ଦୁଇ ଦିନ ହେଲା ବିଦ୍ୟୁତ ସେବା ବ୍ୟାଘାତ ହୋଇଛି । ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଦିନ ହେଲା ବିଦ୍ୟୁତ ନଥିବାରୁ ସେଠାରେ କେବଳ ଜେନେରେଟର ମାଧ୍ୟମରେ ଲାଇଟ୍ ଦିଆଯାଇଛି । କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ ତୋଫାନ ଯୋଗୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ତେବେ ବିଦ୍ୟୁତ ବିଭାଗର କାର୍ଯ୍ୟଧାରାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

People Suffered due to Power Crisis (ETV Bharat Odisha)

ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାରେ ହୋଇଥିବା ଝଡ ତୋଫାନରେ ଶତାଧିକ ବଡ଼ ବଡ଼ ଗଛ ଭାଙ୍ଗି ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ ସେବା ଏକପ୍ରକାର ଭୁଷୁଡି ପଡ଼ିଥିଲା । ଗତକାଲି ଠାରୁ ଆଜି ରାତି ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମାର ବିଭିନ୍ନ ବସ୍ତିରେ ଅନ୍ଧକାର ରାଜୁତି କରୁଛି । ଆଶ୍ଚର୍ଯ୍ୟର କଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନିର୍ବାଚନ ଡ୍ୟୁଟିରେ ଆସିଥିବା ବିଏସଏଫ କ୍ୟାମ୍ପରେ ଦୁଇ ଦିନ ହେଲା ବିଦ୍ୟୁତ ନଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ପୁରୁଣା ଆଇଟିଆଇରେ ଥିବା ବିଏସଏଫ କ୍ୟାମ୍ପରେ ବିଦ୍ୟୁତ ସାମାନ୍ୟ ପାଇଁ ବିଭାଗର ପାରିବାପଣିଆର ନଗ୍ନ ଚିତ୍ର ଦେଖିବାକୁ ମିଳିଥିଲା । ସେଠାରେ ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ଅଗ୍ନିଶମ କର୍ମଚାରୀଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ସୋଲାର ପାୱାର ପ୍ଲାଣ୍ଟ ତଳେ ଅନ୍ଧାରରେ ବସ୍ତିବାସୀ, ରାତିରେ ପାଳି କରି ଜଗୁଛନ୍ତି ପୁରୁଷ ଲୋକ - Electricity Problem In Boudh

ବୌଦ୍ଧ ଜିଲ୍ଲା ସଦର ମହକୁମାରେ ପ୍ରବଳ ଉତ୍ତାପ ବୃଦ୍ଧି ଯୋଗୁଁ ଏଭଳି ବିଶାଳ ଘୂର୍ଣ୍ଣିଝଡ ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି। ଏହା ସହିତ ବିଦ୍ୟୁତ ବିଭାଗର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ସେପଟେ ବୌଦ୍ଧ ସହର ଓ ଆଖପାଖରେ ହୋଇଥିବା ବିଦ୍ୟୁତ ସେବା ସାମାନ୍ୟ ହେବା ପାଇଁ ଆହୁରି ପ୍ରାୟ ସାତ ଦିନରୁ ଉର୍ଦ୍ଧ୍ବ ସମୟ ଲାଗିବାର ସମ୍ଭାବନା ରହିଥିବା ସୂଚନା ମିଳିଛି। ସେପଟେ ଜିଲ୍ଲା ସଦର ମହକୁମାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ରାତି ସୁଦ୍ଧା ବିଦ୍ୟୁତ ସେବା ସାମାନ୍ୟ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : May 31, 2024, 10:44 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.