ETV Bharat / state

କାମରେ ଆସୁନି ବସୁଧା ଯୋଜନା, ପାଣି ପାଇଁ ଥାନା ଘେରିଲେ ଗ୍ରାମବାସୀ - Water Problem - WATER PROBLEM

Water Problem in Rairangpur: ପାନୀୟ ଜଳ ଯୋଗାଣ ଦାବିରେ ଥାନା ଘେରାଉ କଲେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ନୁଶାଡିହି ଗ୍ରାମର ଶତାଧିକ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ପାଣି ପାଇଁ ଥାନା ଘେରିଲେ ଗ୍ରାମବାସୀ
ପାଣି ପାଇଁ ଥାନା ଘେରିଲେ ଗ୍ରାମବାସୀ
author img

By ETV Bharat Odisha Team

Published : Apr 20, 2024, 6:06 PM IST

ପାଣି ପାଇଁ ଥାନା ଘେରିଲେ ଗ୍ରାମବାସୀ

ରାଇରଙ୍ଗପୁର: ପାନୀୟ ଜଳ ପାଇଁ ଗରା ଧରି ଗ୍ରାମବାସୀଙ୍କ ଥାନା ଘେରାଉ । ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ସେପଟେ ଟୋପାଏ ବିଶୁଦ୍ଧ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳର ଗ୍ରାମବାସୀ । ବିଶୁଦ୍ଧ ପାନୀୟ ଜଳ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପାଖକୁ ଅନେକ ଅଭିଯୋଗ ଯାଇଛି ସତ । ହେଲେ କୌଣସି ସୁଫଳ ମିଳିନାହିଁ । ଶେଷରେ ବାଧ୍ୟ ହୋଇ ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ ନୁଶାଡିହି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଥାନା ଘେରାଉ କରିଛନ୍ତି । ତା ସହିତ ମହିଳା ମାନେ ହାତରେ ଗରା ଧରି ଅଭିନବ ଉପାୟରେ ପ୍ରତିବାଦ କରି ନ୍ୟାୟ ଦାବି କରିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ନୁଶାଡିହି ଗ୍ରାମରେ ପ୍ରାୟ ୩୦୦ ଘର ଥିବା ବେଳେ ସେଠାରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ନୁଶାଡିହି ଗ୍ରାମ ନିକଟସ୍ଥ ଗୋପୀନାଥପୁର ଗ୍ରାମରେ ରହିଛି ବସୁଧା ଯୋଜନାରେ ଏକ ପାଣି ଟାଙ୍କି । ତେବେ ପୂର୍ବରୁ ନୁଶାଡିହି ଗ୍ରାମର ବାସିନ୍ଦା ଉକ୍ତ ଟାଙ୍କିରୁ ପାନୀୟ ଜଳ ପାଇ ଆସୁଥିଲେ । ହେଲେ ଏବେ ଏକ ମାସ ହେବ ପାନୀୟ ଜଳ ପାଇପାରୁ ନାହାନ୍ତି ନୁଶାଡିହି ବାସିନ୍ଦା । ଫଳରେ ବାଧ୍ୟ ହୋଇ ବିଶୁଦ୍ଧ ପାନୀୟ ଜଳ ପାଇଁ କିଛି ଦିନ ପୂର୍ବରୁ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ପଞ୍ଚାୟତରେ ଫେଲ ମାରିଛି ବସୁଧା, ଗୋଟିଏ ନଳକୂପ ଭରସାରେ ଅସହାୟ ଜନତା - DRINKING WATER PROBLEM

ଏ ସମ୍ପର୍କରେ ବିଜାତଳା ବ୍ଲକର ତହସିଲଦାର, ବିଡ଼ିଓ ଓ ସ୍ଥାନୀୟ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରି ଥିଲେ । ହେଲେ ପୁଣି ଗୋପିନାଥପୁର ବାସୀ ପାନୀୟ ଜଳ ଯୋଗାଣ ବନ୍ଦ କରି ଦେଇଥିବାର ଅଭିଯୋଗ କରିଛନ୍ତି ନୁଶାଡିହି ବାସିନ୍ଦା। ଯାହାକୁ ନେଇ ନୁଶାଡିହି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପହଞ୍ଚି ପ୍ରତିବାଦ କରିଛନ୍ତି । ମହିଳା ମାନେ ହାତରେ ଗରା ଧରି ଥାନା ଘେରାଉ କରିବା ସହ ପାନୀୟ ଜଳ ଯୋଗାଣ ବନ୍ଦ କରିଥିବା ଲୋକ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ଏ ସମ୍ପର୍କରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ ଦେବା ସହିତ ଯଥାଶୀଘ୍ର ଦୋଷୀ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ସହ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ଦାବି ଜଣାଇଛନ୍ତି ଗ୍ରାମବାସୀ । ତେବେ ଆଗକୁ ଦେଖିବା ପାଇଁ ବାକି ରହିଲା କେବେ ନୁଶାଡିହି ବାସିନ୍ଦାଙ୍କ ସମସ୍ୟା ଦୂର ହେଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.