ETV Bharat / state

ଅନିରୁଦ୍ଧ ହତ୍ୟାକାଣ୍ଡ: ଦୋଷୀକୁ ଗିରଫ ଦାବି, ଏସପି ଅଫିସ ଘେରିଲେ ଗ୍ରାମବାସୀ - Protest Over Murder accuse arrest

Protest Over Murder accuse arrest: ମୃତକଙ୍କୁ ନ୍ୟାୟ ଦେବା ସହ ଦୋଷୀକୁ ଗିରଫ ଦାବିରେ କେନ୍ଦୁଝର ଏସପି କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ବଡକମଣ୍ଡରା ଗ୍ରାମବାସୀ । ପୋଲିସ ମୃତକ ପରିବାରଙ୍କୁ ସହଯୋଗ କରୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

ଅନିରୁଦ୍ଧ ହତ୍ୟାକାଣ୍ଡ: ଦୋଷୀକୁ ଗିରଫ ଦାବି, ଏସପି ଅଫିସ ଘେରିଲେ ଗ୍ରାମବାସୀ

author img

By ETV Bharat Odisha Team

Published : Jan 28, 2024, 8:24 AM IST

ଅନିରୁଦ୍ଧ ହତ୍ୟାକାଣ୍ଡ: ଦୋଷୀକୁ ଗିରଫ ଦାବି, ଏସପି ଅଫିସ ଘେରିଲେ ଗ୍ରାମବାସୀ

କେନ୍ଦୁଝର: ଏକ ହତ୍ୟା ଅଭିଯୋଗରେ ପୋଲିସ ଦୋଷୀକୁ ଘଣ୍ଟ ଘୋଡାଉଥିବ ଅଭିଯୋଗ । ଏସପିଙ୍କ କାର୍ଯ୍ୟଳୟ ଘେରିଲେ ଗ୍ରାମବାସୀ ।ଗତ ୨୫ ତାରିଖ ସନ୍ଧ୍ୟାରେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡକମଣ୍ଡରା ଗ୍ରାମର ଅନିରୁଦ୍ଧ ନାଏକଙ୍କ ସନ୍ଦେହଜନତ ମୃତଦେହ ସ୍ଥାନୀୟ କାଶୀକୁଦର୍ରୁ ଠାରେ ଦେଖିବାକୁ ମିଳିଥିଲା । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଲିସରେ ଖବର ଦେଇଥିଲେ । ଏହି ଘଟଣାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ହେଲେ ପଣ୍ଡାପଡ଼ା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତଦନ୍ତ କରୁନଥିବା ଅଭିଯୋଗ କରିଛନ୍ତି । ତେଣୁ ଗତକାଲି ଗାଁର ଶହଶହ ଲୋକେ କେନ୍ଦୁଝର ଏସପିଙ୍କ କାର୍ଯ୍ୟଳୟ ଘେରାଉ କରିଛନ୍ତି ।

ସୂଚନାଯୋଗ୍ୟ ଅନିରୁଦ୍ଧଙ୍କ ହ୍ୟାକାରୀକୁ ଗିରଫ କରିବା ପାଇଁ ଗତକାଲି ଅଡ଼ି ବସିଥିଲେ ଲୋକେ । ଗତ ଗୁରୁବାର ଦିନ ତାଙ୍କ ସନ୍ଦେହଜନକ ମୃତଦେହ ମିିଳିଥିଲା । ତବେ ପୋଲିସ ପହଞ୍ଚି ମୃତଦେହକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏହି ଘଟଣା ନେଇ ଘର ଲୋକେ ପଣ୍ଡାପଡ଼ା ଥାନାରେ ଅନିରୁଦ୍ଧଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । କିନ୍ତୁ ପଣ୍ଡାପଡ଼ା ଥାନାରେ ଘର ଲୋକଙ୍କ ଅଭିଯୋଗକୁ ଅସ୍ବୀକାର କରି ନିଜ ଢଙ୍ଗରେ ଅଭିଯୋଗ ଲେଖିବା ପାଇଁ ବାଧ୍ୟ କରିଥିବା ସହ ସେହି ଅଭିଯୋଗ ଆଧାରରେ ତଦନ୍ତ କରୁଥିବା ଅଭିଯୋଗ ହୋଇଛି । ଏହାସହ ଅଭିଯୋଗ ଅନୁଯାୟୀ ହତ୍ୟାକାରୀ ବବୁଲୁ ବେହେରାକୁ ଗିରଫ କରିନଥିଲେ ପଣ୍ଡାପଡ଼ା ଥାନା ଅଧିକାରୀ ।

ତେଣୁ ଗତକାଲି ମୃତ ଅନିରୁଦ୍ଧଙ୍କ ପରିବାର ସହ ଶତାଧିକ ଗ୍ରାମବାସୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଘଟଣା ଦିନ ମୃତ ଅନିରୁଦ୍ଧଙ୍କୁ ନେଇ ଯାଇଥିବା ସାନକମଣ୍ଡରା ଗ୍ରାମର ବବୁଲୁ ବେହେରାକୁ ଗିରଫ ଦାବି କରିଥିଲେ । ପୋଲିସ ବିଭାଗର ଦୋଷୀକୁ ଘଣ୍ଟ ଘୋଡାଉଥିବ ଅଭିଯୋଗ କରିଥିଲେ ଗ୍ରାମବାସୀ । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେଇଥିଲେ ବଡକମଣ୍ଡରା ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ ....ବେଲେଶ୍ୱର ଡବଲ ମର୍ଡର ଘଟଣା: ୪ ବର୍ଷରେ ବଦଳିଲେଣି ୩ ଡିସିପି, ମିଳୁନି ଅଭିଯୁକ୍ତଙ୍କ ପତ୍ତା

ଅନ୍ୟପଟେ ଦୋଷୀକୁ ଗିରଫ ନକେଲ ଏଠାରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଥିଲେ ମୃତକଙ୍କ ସ୍ତ୍ରୀ । ଫଳରେ ବହୁ ସମୟ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଜିଲ୍ଲା ପୋଲିସ ପକ୍ଷରୁ ବହୁ ଅଧିକାରୀ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏସପିଙ୍କ ପ୍ରତିଶ୍ରୁତି ପରେ ହିଁ ଧାରଣାରୁ ଉଠିବେ ବୋଲି ଜିଦ ଧରିଥିଲେ । ପରିସ୍ଥିତି ଅଣାୟତ୍ତ ଦେଖି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପୋଲିସ ଛାଉଣୀରେ ଭର୍ତ୍ତି ହୋଇଥିଲା । ଜିଲ୍ଲା ପୋଲିସ ପକ୍ଷରୁ ଚବିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ବବୁଲୁକୁ ଗିରଫ କରିବା ନେଇ ପ୍ରତିଶ୍ରୁତି ପରେ ସନ୍ଧ୍ୟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.