ETV Bharat / state

ଦାମଙ୍କ ବିୟୋଗରେ କାନ୍ଦୁଛି ଜନ୍ମମାଟି, ଝୁରୁଛନ୍ତି ଜନତା - LAST RESPECT TO DAMODAR ROUT

People Pays Last Respect To Damodar Rout: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପରଲୋକ ହୋଇଛି । ତାଙ୍କର ମର ଶରୀରକୁ ତିର୍ତ୍ତୋଲ ସ୍ଥିତ ବାସ ଭବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ନେତା ଓ କର୍ମୀ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 22, 2024, 7:36 PM IST

ଦାମଦଙ୍କ ବିୟୋଗ କାନ୍ଦୁଛି ଜନ୍ମ ମାଟି, ଝୁରୁଛନ୍ତି ଜନତା

ଜଗତସିଂହପୁର: ଓଡ଼ିଶା ରାଜନୀତିର ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଆଜି ସକାଳେ ପରଲୋକ ଘଟିଛି । ତାଙ୍କ ମର ଶରୀରକୁ ଭୁବନେଶ୍ବରରୁ ଜଗତସିଂହପୁର ନେବା ବାଟରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା । ମଧ୍ୟହ୍ନରେ 1ଟା ସୁଦ୍ଧା ତାଙ୍କର ମର ଶରୀରକୁ ତିର୍ତ୍ତୋଲ ସ୍ଥିତ ବାସ ଭବନରେ କିଛି ସମୟ ପାଇଁ ରଖା ଯାଇଥିଲା । ସେଠାରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ତ୍ରିତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ସମେତ ବହୁ ନେତା ଓ କର୍ମୀ ତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ପରେ ତାଙ୍କ ମର ଶରୀରକୁ ରାହାମା, କୁଜଙ୍ଗ ବ୍ଲକ ପରେ ପାରାଦ୍ବୀପ ନିଆଯାଇଛି । ସେଠାରୁ ତାଙ୍କ ଜନ୍ମ ମାଟି ଏରସମା ବ୍ଲକ ଅନ୍ତର୍ଗତ ମଲିପୁରକୁ ନିଆଯାଇ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ବର୍ତ୍ତମାନ ନିଆଯାଉଛି । ରାସ୍ତାରରେ ଶତାଧିକ ଲୋକେ ତାଙ୍କ ପ୍ରିୟ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଥିବା ଦେଖିବାକୁ ମିଳିଛି ।

କାହିଁକି ଓଡ଼ିଶାର ଜଣେ ବରିଷ୍ଠ ନେତାଭାବେ ଡାକ୍ତର ଦାମୋଦର ରାଉତ ବେଶ ଜଣାଶୁଣ?

1942 ମସିହା ଜୁଲାଇ 2ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ମଲିପୁର ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ ।ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ 1977 ରୁ 1985 ପର୍ଯ୍ୟନ୍ତ ସେ ଜନତା ଦଳର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି 1990 ରୁ 1995 ରେ ସେ ଏରସମାରୁ ନିର୍ବାଚନ ଲଢ଼ି ଜିତିଥିଲେ । ସେହିପରି ସୀମା ନିର୍ଦ୍ଧାରଣ ପରେ ସେ ପାରାଦ୍ବୀପ ନିର୍ବାଚନ ମଣ୍ଡଳୀରୁ 2009 ରୁ 2019 ପର୍ଯ୍ୟନ୍ତ ବିଧାୟକ ରହିଥିଲେ ।

ମୋଟାମୋଟି ଭାବରେ ସେ 7ଥର ବିଧାୟକ ଭାବରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେହିଭଳି ରାଜ୍ୟରେ ସେ ୮ଥର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ସେ ଆଇନ, ପଞ୍ଚାୟତିରାଜ, ଅବକାରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସମବାୟ ଓ ସ୍ବାସ୍ଥ୍ୟ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଅତି ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ । ତାଙ୍କରି ବିୟୋଗରେ ଆଜି ଜନ୍ମମାଟି କାନ୍ଦୁଥିବା ବେଳେ ଆଜି ବି ତାଙ୍କର ପ୍ରିୟ ନେତାଙ୍କୁ ଖୋଜୁଛନ୍ତି ଅଞ୍ଚଳବାସୀ ।

ସେହିପରି ଦାମୋଦରଙ୍କ ପାର୍ଥିବ ଶରୀରରକୁ ଶେଷ ଦର୍ଶନ ପାଇଁ ବିଧାନସଭା ଓ ଶଙ୍ଖ ଭବନ ନିଆଯାଇଥିଲା । ବିଧାନସଭା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ସେଠାରେ ବିଭିନ୍ନ ଦଳର ବିଧାୟକ ଓ ନେତା ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଶେଷ ଦର୍ଶନ କରି ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.