ETV Bharat / state

କାଠପୋଲ ଭରସାରେ ଦୁଇ ଜିଲ୍ଲାବାସୀ, ପୋଲ ନିର୍ମାଣ ପାଇଁ ଦାବି

author img

By ETV Bharat Odisha Team

Published : Feb 6, 2024, 11:05 PM IST

People from 2 districts depends on wooden bridge : ସିନ୍ଧିଗାଁ ନିକଟରେ କୋରାପୁଟ ଓ ନବରଙ୍ଗପୁର ପରି ୨ ଜିଲ୍ଲା ବାସୀଙ୍କ ଗମନା ଗମନ ପାଇଁ ପ୍ରତି ବର୍ଷ ନଦୀରେ ନିର୍ମାଣ ହେଉଛି କାଠ ପୋଲ । ସରକାରଙ୍କୁ ବାର ବାର ଗୁହାରି କରିବା ସତ୍ତ୍ବେ ମିଳୁନି କୌଣସି ସୁଫଳ ।

କାଠପୋଲ ଭରସାରେ ଦୁଇ ଜିଲ୍ଲାବାସୀ, ପୋଲ ନିର୍ମାଣ ପାଇଁ ଦାବି
କାଠପୋଲ ଭରସାରେ ଦୁଇ ଜିଲ୍ଲାବାସୀ, ପୋଲ ନିର୍ମାଣ ପାଇଁ ଦାବି
କାଠପୋଲ ଭରସାରେ ଦୁଇ ଜିଲ୍ଲାବାସୀ, ପୋଲ ନିର୍ମାଣ ପାଇଁ ଦାବି

ନବରଙ୍ଗପୁର: ରାଜ୍ୟରେ ପଛୁଆ ଅଞ୍ଚଳରେ ବିକାଶ କରୁଥିବାର ଡିଣ୍ଡିମା ପିଟୁଛନ୍ତି ସରକାର । ମାତ୍ର ଠିକ୍ ଏହାର ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି ଜିଲ୍ଲାର ସୀମାନ୍ତରେ ସ୍ଥିତ ସିନ୍ଧିଗାଁରେ । ନବରଙ୍ଗପୁର ବ୍ଲକ ସୀମାନ୍ତରେ ପ୍ରବାହିତ ହେଉଛି ଇନ୍ଦ୍ରାବତୀ ନଦୀ । ତେବେ ସିନ୍ଧିଗାଁ ନିକଟରେ କୋରାପୁଟ ଓ ନବରଙ୍ଗପୁର ପରି ୨ ଜିଲ୍ଲାବାସୀଙ୍କ ଗମନାଗମନ ପାଇଁ ପ୍ରତି ବର୍ଷ ନଦୀରେ ନିର୍ମାଣ ହେଉଛି କାଠ ପୋଲ । ସରକାରଙ୍କୁ ବାର ବାର ଗୁହାରି କରିବା ସତ୍ତ୍ବେ କୌଣସି ସୁଫଳ ମିଳି ନ ଥିଲା ।

କିନ୍ତୁ କୌଣସି ସରକାରୀ ସାହାର୍ଯ୍ୟକୁ ଅପେକ୍ଷା ନ କରି ଏହି କାଠ ପୋଲକୁ ନିର୍ମାଣ କରିଥିଲେ ସେହି ଗ୍ରାମର କୋମଳ ଲୋଚନ ଗଟାଳି ଓ ସ୍ବର୍ଗତ ଭଗବାନ ମୁଦୁଲିଆ‌ । ତେବେ ଏହାକୁ ନେଇ କୋମଳ ଲୋଚନ କହିଛନ୍ତି ଯେ ବର୍ଷା ଦିନେ ଡଙ୍ଗା ଘାଟରେ ଡଙ୍ଗା ଲଗାଇ ସେ ଲୋକଙ୍କୁ ନଦୀ ପାର କରନ୍ତି । ପୁଣି କାର୍ତ୍ତିକ ମାସ ବେଳକୁ ନଦୀରେ ପାଣି କମିଲେ ଡଙ୍ଗା ଚାଲିପାରେ ନାହିଁ । ତେଣୁ ଲୋକଙ୍କ ଯିବା ଆସିବା ପାଇଁ କାର୍ତ୍ତିକ ମାସରେ ନଦୀରେ ପ୍ରତି ବର୍ଷ ପ୍ରାୟ ୧୫୦ ମିଟରର ଏକ କାଠ ପୋଲ ନିର୍ମାଣ କରନ୍ତି ।

ଏହା ମଧ୍ୟ ପଢନ୍ତୁ ... ବିକାଶର ନଗ୍ନଚିତ୍ର; 4ବର୍ଷ ବିତିଲା ସରୁନି ସିଲେରୁ ପୋଲ ନିର୍ମାଣ, ଡଙ୍ଗା ଏକମାତ୍ର ସାହାରା

ସେହି କାଠ ପୋଲରେ କେବଳ ସାଇକେଲ ଓ ମୋଟର ସାଇକେଲ ହିଁ ଯାଇ ଆସିପାରେ । ଏହି କାଠ ପୋଲରେ ସାଇକେଲ କିମ୍ବା ପାଦରେ ଚାଲିକି ଗଲେ କୌଣସି ପଇସା ଦେବାକୁ ପଡେ ନାହିଁ । କେବଳ ମୋଟର ସାଇକେଲରେ ଗଲେ ଯିବା ଓ ଆସିବା ପାଇଁ ପ୍ରତି ମ‌ୋଟର ସାଇକେଲ ପିଛା ୧୦ ଟଙ୍କା ନିଅନ୍ତି । ତେବେ ଲୋକଙ୍କ ସହାୟତା ପାଇଁ ଏହି ପୋଲ ନିର୍ମାଣ କରୁଥବାରୁ ଏଥି ପାଇଁ ତାଙ୍କୁ ଗାଁ କମିଟିକୁ ସେପରି କିଛି ଅର୍ଥ ଦେବାକୁ ପଡୁନାହିଁ । କେବଳ ଯାନି ଯାତ୍ରା ହେଲେ ସହ‌ଯୋଗ କରୁ ବୋଲି ସେ କହିଛନ୍ତି । ଏହି ପୋଲ ଦେଇ ବୋରିଗୁମ୍ମା ବ୍ଲକର ଡେଙ୍ଗାପଦର, ପରିଆ, ସାଉନିଗୁଡା, ପଟିଗାଁ, ଚକରଦା, ଚଲାଣଗୁଡା ଆଦି ଗାଁର ଲୋକେ ଯିବା ଆସିବା କରନ୍ତି ।

ଯଦି ପୋଲ ଦେଇ ଯିବାକୁ ପଡିବ ତେବେ ଲୋକଙ୍କୁ ଦୂରରେ ଥିବା ଆମ୍ବାଦଲା ନିକଟରେ ନିର୍ମାଣ ହୋଇଥିବା ସେତୁ ଦେଇ ଯିବାକୁ ପଡେ । ସେହିପରି ସିନ୍ଧିଗାଁ ଅଞ୍ଚଳବାସୀ ବୋରିଗୁମ୍ମା ଅଞ୍ଚଳକୁ ପକ୍କା ରାସ୍ତାରେ ଗଲେ ପ୍ରାୟ ୩୦ କିମି ଦୂରତା ପଡେ । ତେଣୁ ଏହି ଅଞ୍ଚଳରେ ଛୋଟ ପୋଲ ଟିଏ ନିର୍ମାଣ କରିବା ଦ୍ବାରା ଅଞ୍ଚଳବାସୀଙ୍କ ଦୁଃଖ ଦୂର ହେବ ଭୋଲି ସ୍ଠାନୀୟ ଲୋକ କହିଛନ୍ତି । ନବରଙ୍ଗପୁର ଓ ବୋରିଗୁମ୍ମା ବ୍ଲକ ବାସୀଙ୍କ ମଧ୍ୟରେ ସାମାଜିକ ଓ ପାରିବାରିକ ସମ୍ପର୍କ ରହିଛି । ତେଣୁ ଲୋକେ ଏହି କାଠ ପୋଲ ଦେଇ ଯିବା ଆସିବା କରନ୍ତି । ଯାହା ଫଳରେ ଏହି ୨ ଗାଁକୁ ସମ୍ପର୍କର ସେତୁ ପାଲଟିଛି ଏହି କାଠ ପୋଲ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.