ETV Bharat / state

ଇଣ୍ଟରନେଟ ଜମାନାରେ ସର୍କସ, ମୋବାଇଲ ବନାମ ଜୀବନ୍ତ ଖେଳ - rolex circus in balasore

author img

By ETV Bharat Odisha Team

Published : Aug 10, 2024, 5:50 PM IST

ROLEX CIRCUS: ଦୀର୍ଘ 10 ବର୍ଷ ପରେ ବାଲେଶ୍ବରକୁ ଆସିଛି ସର୍କସ । କଳାକାରମାନଙ୍କ ଜିମ୍ନାଷ୍ଟିକ ଏବଂ ଜୋକରକୁ ଦେଖି ମନୋରଞ୍ଜନର ଖୋରାକ ପାଉଛନ୍ତି ଦର୍ଶକ । ଅଧିକ ପଢନ୍ତୁ

ROLEX CIRCUS IN BALASORE
ROLEX CIRCUS IN BALASORE (ETV Bharat Odisha)

ବାଲେଶ୍ବର: ଦିନଥିଲା ସର୍କସ ଆସିବା କଥା ଶୁଣିଲେ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳୁଥିଲା । ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ଯୁବକ ଏବଂ ବୟସ୍କ ଲୋକମାନେ ସର୍କସ ପ୍ରତି ବେଶ୍ ଆଗ୍ରହ ପ୍ରକାଶ କରି ଦୁଇଘଣ୍ଟା ମନୋରଞ୍ଜନର ଖୁରାଗ ପାଉଥିଲେ । ଏହି ଜୋକର ଏବଂ ସର୍କସର କଳାକାର ମାନଙ୍କ ଜୀବନ କାହାଣୀକୁ ନେଇ 80 ଦଶକରେ ଏକ ହିନ୍ଦୀ ଚଳଚିତ୍ର ଏବେବି ଲୋକଙ୍କ ମନ ଭିତରେ ବସା ବାନ୍ଧି ହୋଇ ରହିଛି । ସେହି ସର୍କସ ପ୍ରାୟ ଦଶ ବର୍ଷ ପରେ ପୁଣି ବାଲେଶ୍ୱରରେ ନିଜର ଖେଳ ପ୍ରଦର୍ଶନ ପାଇଁ ଆସିଛି ।

ଆସନ୍ତୁ ବୁଲିଯିବା ରୋଲେକ୍ସ ସର୍କସ :

10 ବର୍ଷ ଭିତରେ ଅନେକ କିଛି ବଦଳି ଯାଇଛି । ସହରର ଆଟିଆଇ ପଡିଆରେ ରୋଲେକ୍ସ ସର୍କସ ଖେଳ ପ୍ରଦର୍ଶନ ପାଇଁ ସଜବାଜ ହୋଇଛି । ଏକମାସ ଯାଏ ଖେଳ ପ୍ରଦର୍ଶନ କରିବାକୁ ଥିବା ଏହି ସର୍କସ ଟିମ କେତେ ମାତ୍ରାରେ ଲୋକମାନଙ୍କୁ ବାନ୍ଧି ପାରି ତାହା ତ ସମୟ କହିବ ହେଲେ ଆଜିର ଏ ଡିଜିଟାଲ ଯୁଗରେ ହାତ ପାହାନ୍ତାରେ ସବୁକିଛି ଖୋଜି ପାଇଯାଉଥିବା ମଣିଷ ସର୍କସ ପ୍ରତି କେତେ ଆକୃଷ୍ଟ ହେବ ତାହା ପ୍ରଶ୍ନବାଚୀ । ସର୍କସରେ ଦେଖା ଯାଉଥିବା ଖେଳ ମଧ୍ୟରେ ବାଇକ, ଉଡନ୍ତା ଖେଳ ଭଳି ଅନେକ ଖେଳ ହୋଇଥାଏ । ଜୋକର ମଧ୍ୟ ବିଭିନ୍ନ ବେଶରେ ଆସି ମଜାଳିଆ କଥା ଏବଂ ମଜାଳିଆ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ ହସାଇ ଥାଏ ।

ସର୍କସକୁ ନେଇ କ'ଣ କହିଲେ ମ୍ୟାନେଜର :

ମାତ୍ର ମୋବାଇଲରେ ସବୁକିଛି ଦେଖି ପାରୁଥିବା ଦର୍ଶକଙ୍କୁ ସର୍କସ କେତେ ମାତ୍ରାରେ ଆକୃଷ୍ଟ କରିବ ସେନେଇ ସର୍କସର ମ୍ୟାନେଜର କର୍ଣ୍ଣଦେବ ରାୟ କହିଛନ୍ତି,"ଆଜିର ଡିଜିଟାଲ ଯୁଗରେ ଆମେ କିଛି ନୂଆ ଜିମ୍ନାଷ୍ଟିକ ଖେଳ ଦେଖାଇବାକୁ ଚେଷ୍ଟା କରୁଛୁ । ମୋବାଇଲ କିମ୍ବା ସିନେମା ହଲରେ ବସି ଦେଖିବା ଆଉ ଏଠି ସବୁକିଛି ଜୀବନ୍ତ ଦେଖିବା ଭିତରେ ଫରକ ରହିଛି । ଦୁଇ ଘଣ୍ଟାର ସର୍କସ ଖେଳ ଭିତରେ ପରିବାର ସହିତ ବସି ଏହାର ମଜା ଉଠାଇ ପାରିବେ ଦର୍ଶକ । ଆମେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ବଛା ବଛା କଳାକାରମାନଙ୍କୁ ଆଣିଛୁ । ଯେଉଁମାନେ ଉତ୍ତମ ଖେଳ ଦେଖାଇବାରେ ପାରିଦର୍ଶିତା ରଖିଛନ୍ତି । ମଣିପୁର, ମେଦିନିପୁର ଏବଂ କଲିକତା ଆଦି ସ୍ଥାନରୁ ଆସିଥିବା କଳାକାରମାନେ ପ୍ରତିଦିନ ଅଭ୍ୟାସ କରି ଖେଳ ପ୍ରଦର୍ଶନ କରୁଛନ୍ତି । ଏଠି କୌଣସି ସୁଇଚ୍ ନାହିଁ ଯେ ଦବାଇ ଦେଲେ ସବୁ ଆସିଯିବ ମାତ୍ର ଏଠି ସବୁକିଛି ବାସ୍ତବ ଖେଳ ହିଁ ପ୍ରଦର୍ଶିତ କରାଯାଉଛି । 2000 ମସିହାରେ ସରକାର ହାତୀ, ଘୋଡ଼ା, ବାଘ ଆଦି ଖେଳ ଉପରେ ବ୍ୟାନ କରି ଦେଇଥିବାରୁ ଏବେ କେବଳ ଜିମ୍ନାଷ୍ଟିକ ଖେଳ ଉପରେ ଗୁରୁତ୍ୱ ଦିଆଯାଉଛି । "

ଅନ୍ୟପଟେ ବସ୍ତା ଅଞ୍ଚଳରୁ ସର୍କସ ଦେଖିବାକୁ ଆସିଥିବା ହେମନ୍ତ କୁମାର ଦାସ କହିଛନ୍ତି,"ଏବେ ପିଲାମାନଙ୍କ ହାତରେ ମୋବାଇଲ ରହୁଥିବାରୁ ସର୍କସ ଦେଖିବାକୁ ଆସି ସେମାନେ କିଛି ନୂଆ ଜିନିଷ ଦେଖିବାକୁ ପାଇବେ । ସବୁବେଳେ ମୋବାଇଲ ଭିତରେ ଘାଣ୍ଟି ହେଉଥିବା ବେଳେ ସକର୍ସ ଦେଖିଲେ ବାହାର ଦୁନିଆର ଜ୍ଞାନ ସମ୍ପର୍କରେ ଅବଗତ ହୋଇ ପାରିବେ । ମୋବାଇଲରେ ବାରମ୍ବାର ଗୋଟିଏ ଜିନିଷ ଦେଖୁଥିବା ବେଳେ କିଛି ନୂଆ ଦେଖିବାର ଏଠି ସୁଯୋଗ ପାଇବେ । ସର୍କସ ଦେଖି ବଡିଫିଟ୍ ରଖିବା ପାଇଁ ପିଲାମାନଙ୍କ ମନବଳିବ ବୋଲି ଆମେ ଆଜି ସପରିବାର ସର୍କସ ଦେଖିବାକୁ ଆସିଛୁ ।"

'ଲୋପ ହେବାକୁ ବସିଛି ସର୍କସ':

ସେହିପରି ଖନ୍ତାପଡ଼ା ଅଞ୍ଚଳର ବସନ୍ତ କୁମାର ନନ୍ଦ ନିଜ ପ୍ରତିକ୍ରିୟାରେ କହିଛନ୍ତି, " ସର୍କସ ଆଜିକାଲି ଲୋପ ହେବାକୁ ବସିଛି । କୋଭିଡ ପାଇଁ ସର୍କସ ଖେଳ ବନ୍ଦ ରହିଥିଲା । ଏବେ ସର୍କସ ଖେଳାଳି ସେମାନଙ୍କ ଜୀବିକା ପୋଷଣ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି ଖେଳ ପ୍ରଦର୍ଶନ ମାଧ୍ୟମରେ । ଏହା ବଡ଼ ବଡ଼ ଲୋକଙ୍କ ପାଇଁ କିଛି ନୁହେଁ କାରଣ ସେମାନେ ଆଜିର ଇଣ୍ଟରନେଟ ଦୁନିଆରେ ବିଭିନ୍ନ ଜିନିଷ ଦେଖି ଏସବୁ ପସନ୍ଦ କରୁନାହାନ୍ତି କିନ୍ତୁ ଛୋଟଛୋଟ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଏସବୁର ଆବଶ୍ୟକତା ରହିଛି । ପିଲାମାନେ ଘରୁ ସ୍କୁଲ ପୁଣି ସ୍କୁଲରୁ ଘର, ମଝିରେ ମଝିରେ ସେମାନଙ୍କ ଖୁସି ପାଇଁ ସର୍କସ ଭଳି ମନୋରଞ୍ଜନ ଖୋରାକ ଜରୁରୀ । ମନୋରଞ୍ଜନ ତ ଇଣ୍ଟରନେଟରୁ ଲୋକମାନେ ପାଉଛନ୍ତି ସର୍କସ ସ୍ୱଚକ୍ଷୁରେ ଦେଖି ପାରିବେ । "

ଏହା ମଧ୍ୟ ପଢନ୍ତୁ ....ଫିଲ୍ମ ଫ୍ରାଇଡେରେ ‘ଭଗିଆ ଭାରିଯା’ ରିଲିଜ, ଦେଖିବାକୁ ମିଳିଲା ହର-ଦେବଯାନୀଙ୍କ କେମେଷ୍ଟ୍ରି - odia film bhagia bharija release

ମୋବାଇଲ ବନାମ ସର୍କସ:
ତେବେ ସର୍କସ ଆସିବା କଥା ଶୁଣିଲେ ପୂର୍ବରୁ ଯେତେବେଳେ ମନ ଖୁସି ହୋଇ ଯାଉଥିଲା ଆଜିର ଡିଜିଟାଲ ଦୁନିଆରେ ସର୍କସ ଖେଳାଳି ଲୋକମାନଙ୍କୁ ମନୋରଞ୍ଜନର ଖୁରାଗ ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି । ଗୋଟିଏ ପଟେ ଇଣ୍ଟରନେଟ ସବୁଠି କାୟା ବିସ୍ତାର କରିଥିବାବେଳେ ଅନ୍ୟପଟେ ସର୍କସ ଖେଳାଳିଙ୍କ ଅକ୍ଲାନ୍ତ ପରିଶ୍ରମ ଜରିଆରେ ମନୋରଞ୍ଜନ ଯୋଗାଇବା ନିଆରା ମଜା ବୋଲି କୁହାଯାଇ ପାରେ । ପିଲାଙ୍କ ହାତରେ ମୋବାଇଲ, ମୋବାଇଲ ନଦେଖିଲେ କିଏ ଖାଉନାହିଁ ତ କେଉଁ ପିଲା ପୁଣି ମୋବାଇଲ ନ ଦେଖିଲେ ଶୋଉନାହିଁ । ଏଭଳି ପରିସ୍ଥିତିରେ ପିଲାମାନେ ଏମିତି ସର୍କସ ଖେଳ ଦେଖିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି । ଘର ଭିତରେ ପିଲାଙ୍କ ସ୍ୱପ୍ନ ବନ୍ଦ ହୋଇ ରହି ଯାଉଥିବା ବେଳେ ମଝିରେ ମଝିରେ ଏମିତି ମନୋରଞ୍ଜନ ଧର୍ମୀ ଅନୁଷ୍ଠାନ ପ୍ରତି ଅଭିଭାବକମାନଙ୍କ ଆଗ୍ରହ ବୃଦ୍ଧି ହେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.