ETV Bharat / state

ଆଜି ରଙ୍ଗର ପର୍ବ ହୋଲି; ରଙ୍ଗ ଖେଳରେ ମସଗୁଲ ପୁରଠୁ ପଲ୍ଲୀ - Holi 2024 - HOLI 2024

Holi 2024: ଆଜି ରଙ୍ଗର ପର୍ବ ହୋଲି । ପୁରଠୁ ପଲ୍ଲୀ ସବୁଠି ଚାଲିଛି ସେଲିବ୍ରେସନ । ଭାଙ୍ଗ ପଣା ସାଙ୍ଗକୁ ମିଠା ଖାଇ ଡିଜେ ଗୀତର ତାଳେ ତାଳେ ଝୁମୁଛନ୍ତି ସମସ୍ତେ । ଅଧିକ ପଢନ୍ତୁ

Holi 2024
Holi 2024
author img

By ETV Bharat Odisha Team

Published : Mar 26, 2024, 8:19 AM IST

ହାଇଦ୍ରାବାଦ: ସ୍ନେହ, ଶ୍ରଦ୍ଧା, ଭଲ ପାଇବା ନେଇ ଆସିଛି ରଙ୍ଗ ଓ ଖୁସିର ପର୍ବ ହୋଲି । ପୁରଠୁ ପଲ୍ଲୀ ସବୁଠି ଉତ୍ସବମୁଖର ପରିବେଶ । ଘରେ ହେଉ କି ବାହାରେ ସବୁଠି ଚାଲିଛି ହୋଲି ସେଲିବ୍ରେସନ । ପରସ୍ପରକୁ ରଙ୍ଗ ଲଗାଇ ହୋଲିର ଶୁଭକାମନା ଜଣାଉଛନ୍ତି ସମସ୍ତେ । କିଏ କାହାକୁ ପିଚକାରୀରେ ତ ପୁଣି କିଏ ଅବିରରେ ଖେଳୁଛନ୍ତି ହୋଲି । ରାଗ, ରୁଷା, ମାନ ଅଭିମାନକୁ ଭୁଲି ରଙ୍ଗ ଖେଳରେ ସମସ୍ତେ ମସଗୁଲ । ଭାଙ୍ଗ ପଣା ସାଙ୍ଗକୁ ମିଠା ଖାଇ ଡିଜେ ଗୀତର ତାଳେ ତାଳେ ଝୁମୁଛନ୍ତି ସମସ୍ତେ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । ଦୋଳଯାତ୍ରା ପର ଦିନ ଓଡ଼ିଶାରେ ହୋଲି ପର୍ବ ପାଳନ କରାଯାଏ । ବସନ୍ତ ଋତୁରେ ଫଗୁଣ ମାସରେ ପୂର୍ଣ୍ଣମୀ ତିଥିରେ ଏହି ପର୍ବ ପାଳନ ହୁଏ ।

ରଙ୍ଗ ଓ ଭାଇଚାରାର ପର୍ବ ହେଉଛି ହୋଲି । ଏହି ପର୍ବରେ ଦିନକ ପୂର୍ବରୁ ଦୋଳଯାତ୍ରା ହୋଇଥାଏ । ଲୋକମାନେ ରାଧା ଦାମୋଦରଙ୍କୁ ସୁସଜ୍ଜିତ ବିମାନରେ ବସାଇ ଘରକୁ ଘର ବୁଲିଥାନ୍ତି । ଏହାପରେ ସବୁ ବିମାନଙ୍କୁ ଦୋଳ ମଣ୍ଡପରେ ବସାଇ ପାଞ୍ଚ ଦିନ ବ୍ୟାପୀ ପୂଜାର୍ଚ୍ଚନା କରାଯାଏ । ଏହି ପାଞ୍ଚ ଦିନ କାଳ ନାନାଦି ମନୋରଞ୍ଜନ କାର୍ଯ୍ୟକ୍ରମ ଯଥା ବାଦିପାଲା, ଯାତ୍ରା ଆଦି ଆୟୋଜିତ ହୋଇଥାଏ । ଏହାର ପରଦିନ ରଙ୍ଗ ଖେଳ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ-କୃଷ୍ଣ ନଗରୀରେ ଉଡ଼ିଲା ଫଗୁ, ହୋଲି ଖେଳିଲେ କୃଷ୍ଣ ଭକ୍ତ - Holi Celebration in Mathura

ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଟ୍ବିଟ୍ କରି କହିଛନ୍ତି, ''ଆନନ୍ଦ ଏବଂ ଉତ୍ସାହର ପର୍ବ ହୋଲି ପାଇଁ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ଏହି ପର୍ବ ଭାରତର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟର ଜୀବନ୍ତ ପ୍ରତୀକ । ଏହି ରଙ୍ଗର ପର୍ବ ଦେଶବାସୀଙ୍କ ମଧ୍ୟରେ ପ୍ରେମ ଏବଂ ଭାଇଚାରା ଭାବନାକୁ ଆହୁରି ଦୃଢ କରିଥାଏ ଏବଂ ସମସ୍ତଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିଥାଏ ।''

ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ସେ ଟ୍ବିଟ୍ କରିଛନ୍ତି, ''ଆନନ୍ଦ ଓ ଉଲ୍ଲାସର ପର୍ବ ପବିତ୍ର ହୋଲି ଅବସରରେ ରାଜ୍ୟବାସୀ ଭାଇଭଉଣୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.