ETV Bharat / state

ପାଟକୁରାରେ ବିଜେଡି ପ୍ରାର୍ଥୀ ଅରବିନ୍ଦଙ୍କୁ ଟକ୍କର ଦେବେ କିଏ ? ଝୁଲି ରହିଛି ବିଜେପି ଓ କଂଗ୍ରେସ ଟିକେଟ - Patkura politics - PATKURA POLITICS

Patkura politics: ପାଟକୁରାରେ ଏଥର ତ୍ରିମୁଖୀ ଫାଇଟ୍ ହେବ ଜୋରଦାର । ରାଜନୀତି ରଣାଙ୍ଗନରେ ବିଜେଡି ଯୋଦ୍ଧା ଆଗରେ ରହିଥିବା ବେଳେ ବିଜେପି ଓ କଂଗ୍ରେସ ଦଳରୁ କିଏ ଲଢେଇ କରିବ ତାକୁ ନେଇ ଏବେବି ସସପେନ୍ସ । ଦେଖନ୍ତୁ ପାଟକୁରା ପଲିଟିକ୍ସକୁ ନେଇ ଏହି ରିପୋର୍ଟ

Patkura politics
Patkura politics
author img

By ETV Bharat Odisha Team

Published : Mar 29, 2024, 3:34 PM IST

Patkura politics

କେନ୍ଦ୍ରାପଡା: ରାଜ୍ୟ ରାଜନୀତିରେ ଅନ୍ୟତମ ସମ୍ବେଦନଶୀଳ ଏବଂ ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ ଭାବେ ପରିଚିତ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀ। ଚଳିତ ସାଧାରଣ ନିର୍ବାଚନରେ ଏଠାରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବା ନେଇ ଚିତ୍ର ସ୍ପଷ୍ଟ ହେଉଥିବା ବେଳେ ଅନ୍ୟତମ ଦୁଇ ପ୍ରମୁଖ ରାଜନୈତିକ ଦଳକୁ ଚେକ ଦେଇ ବିଜେଡି ପ୍ରାର୍ଥୀ ଘୋଷଣା କରିଛି ।କଂଗ୍ରେସ ପାଇଁ ପ୍ରାର୍ଥୀ ଚୟନ ନେଇ ଜଟିଳତା ନଥିବା ବେଳେ ବିଜେପି ପାଇଁ ପ୍ରାର୍ଥୀ ଚୟନ ମୁଣ୍ଡ ବିନ୍ଧାର କାରଣ ପାଲଟିବା ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ବିଭିନ୍ନ ସମସ୍ୟା ଘେରରେ ରହିଥିବା ନିର୍ବାଚନ ମଣ୍ଡଳୀର ବିକାଶ ହିଁ ଚଳିତ ନିର୍ବାଚନରେ ପ୍ରମୁଖ ମୁଦ୍ଦା ପାଲଟିବ ବୋଲି ଏବେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।

ଅଣ କଂଗ୍ରେସ ଗଡ ଭାବେ ପରିଚିତ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ନିର୍ବାଚନ ମଣ୍ଡଳୀରେ ଚଳିତ ସାଧାରଣ ନିର୍ବାଚନ ବେଶ ରୋଚକ ମୋଡ ନେବାର ସମ୍ଭାବନା ରହିଛି । ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଏଠାରେ ମୁହାଁମୁହିଁ ଫାଇଟ ହେବ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦେଇଛନ୍ତି । ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଅନ୍ୟ ୨ ଦଳ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି । ଆଶାୟୀମାନେ ମଧ୍ୟ ନିଜ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଉଦ୍ୟମ ଚଳାଇଛନ୍ତି । କିନ୍ତୁ ଦଳ ମୁଖ୍ୟ ଯାହା ନିଷ୍ପତି ନେବେ ସେଥିରେ ହଁ ଭରିବେ ବୋଲି ଆଶାୟୀମାନେ କହିଛନ୍ତି ।

ବିଜେଡିର ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ସଂଜୟ ଓ ଝିଅ ମଧୁମତିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଲାଗି ରହିଥିବା ବେଳେ ବିଜେଡି ସୁପ୍ରିମୋ ଅଗ୍ରୱାଲ ପରିବାରର କାହା ଉପରେ ଭରଷା ନକରି ଶେଷରେ ନବୀନଙ୍କ ରାଜନୈତିକ ଚିର ଶତ୍ରୁ ଭାବେ ପରିଚିତ ବିଜୟ ମହାପାତ୍ରଙ୍କ ପୁଅ ତଥା ଯୁବନେତା ଅରବିନ୍ଦ ମହାପାତ୍ରଙ୍କ ଉପରେ ଭରଷା କରି ତାଙ୍କୁ ପାଟକୁରାରୁ ପ୍ରାର୍ଥୀ କରିଛନ୍ତି । ଅଗ୍ରୱାଲ ପରିବାରକୁ ଛାଡିଦେଲେ ଅନ୍ୟତମ ବିଜେଡି ଟିକେଟ ଆଶାୟୀ ଥିଲେ ନେତା ରବି ସାମଲ, ଉଠା ଜଳସେଚନ ଅଧ୍ୟକ୍ଷ ଅମରେଶ ପତ୍ରୀ, ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଭାଇ ଶାନ୍ତନୁ ନାୟକ, ଶିକ୍ଷାବିତ୍ ଅଜୟ ରାଉତ ।

ସେହିପରି କଂଗ୍ରେସର ଆଶାୟୀ ତାଲିକାରେ ୩ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ରତିକାନ୍ତ କାନୁନଗୋ, ପୂର୍ବତନ ବିଧାୟକ ଚିନ୍ମୟ ବେଉରା ଏବଂ ପୂର୍ବରୁ ଏଠାରେ ଦୁଇ ଦୁଇଥର ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିବା ଜୟନ୍ତ ମହାନ୍ତି କଂଗ୍ରେସ ଟିକେଟ ନେବା ପାଇଁ ଏବେ ବି ଉଦ୍ୟମ ଚଳାଇଛନ୍ତି।ପାଟକୁରା ପାଇଁ ପାର୍ଥି ଚୟନରେ ବିଜେପି ମଧ୍ଯ କାଠିକର ପାଠର ସମ୍ମୁଖିନ ହେବ ବୋଲି ରାଜନୈତିକ ବିଶ୍ଲେଷକ କହିଛନ୍ତି । ବିଜେପିରୁ ଏଠାରେ ରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡା, ମନୀଷା ପଣ୍ଡା, ଉମାକାନ୍ତ ପଟ୍ଟନାୟକ ଏବଂ ମାନସ ମହାନ୍ତିଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ସାଙ୍ଗଠନିକ ଦୃଷ୍ଟିରୁ ତେଜେଶ୍ୱର ସର୍ବାଗ୍ରେ ରହିଥିବା ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ: ଘୋଷଣା ହୋଇନି ପ୍ରାର୍ଥୀଙ୍କ ନାଁ, ଆଶା ଆଶଙ୍କାରେ ଆଶାୟୀ - Tirtol Assembly Constituency

କ୍ରମାଗତ ଭାବେ ୧୫ ବର୍ଷ ସମୟ ଧରି ପାଟକୁରା ବିଧାନସଭା ଆସନକୁ ନିଜ ଅକ୍ତିଆରରେ ରଖିଥିବା ବିଜେଡି ପାଇଁ ଚଳିତ ନିର୍ବାଚନ ସଂଘର୍ଷପୂର୍ଣ୍ଣ ହୋଇପାରେ । ନବୀନ ପଟ୍ଟନାୟକଙ୍କ ସରକାରରେ ପାଟକୁରାରେ ଯେଉଁ ଭଳି ବିକାଶ ହେବା କଥା ସେଭଳି ବିକାଶ ହୋଇ ନଥିବା ଲୋକ କହିଛନ୍ତି । ବର୍ଷବର୍ଷ ଧରି ଏଠାରେ ଚାଷ ଜମିରୁ ଜଳ ନିଷ୍କାସନ ସମସ୍ୟା ଲାଗି ରହିଛି । ସେହିପରି ଜଳ ସେଚନର ଉପଯୁକ୍ତ ବ୍ୟବସ୍ଥା ହୋଇ ନଥିବାରୁ ଚାଷୀ ଆବଶ୍ୟକ ସମୟରେ ଚାଷ ପାଇଁ ପାଣି ଟୋପେ ପାଉ ନାହିଁ। ଏଠାରେ ଶିକ୍ଷା ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡିଛି । ଭଲ ଶିକ୍ଷାନୁଷ୍ଠାନଟିଏ ନଥିବାରୁ ଛାତ୍ର ଛାତ୍ରୀ ଅଯଥା ଖର୍ଚ୍ଚାନ୍ତ ହୋଇ ବାହାରକୁ ପାଠ ପଢିବା ପାଇଁ ଯାଉଛନ୍ତି । ଏହା ବ୍ୟତୀତ ପାଟକୁରା ଅଂଚଳରେ ବେକାରୀ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପାଟକୁରାରେ ଗୋଟିଏ ହେଲେ ବି ଶୀତଳ ଭଣ୍ଡାର ନାହିଁ । କେବଳ ସେତିକ ନୁହେଁ ରାସ୍ତା ଘାଟ ଏବଂ ପାନୀୟ ଜଳର ସମସ୍ୟା ମଧ୍ଯ ପାଟକୁରା ଅଂଚଳରେ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ଅନେକ ପର୍ଯ୍ୟଟନ କ୍ଷେତ୍ର ଆଜିବି ଅବେହେଳିତ ଅବସ୍ଥାରେ ରହିଛି । ଏହି ସବୁ ପ୍ରସଙ୍ଗରୁ ମୁଦ୍ଦା କରି ଉଭୟ ବିଜେପି ଓ କଂଗ୍ରେସ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିପାରେ ।

ପାଟକୁରା ନିର୍ବାଚନ ମଣ୍ଡଳୀ ଏବଂ ବିଗତ ବର୍ଷ ମାନଙ୍କର ନିର୍ବାଚନ ଫଳାଫଳ: ପାଟକୁରା ନିର୍ବାଚନ ମଣ୍ଡଳୀ ଏବଂ ବିଗତ ବର୍ଷ ମାନଙ୍କର ନିର୍ବାଚନ ଫଳାଫଳ ଉପରେ ନଜର ପକାଇବା ।

1951 ମସିହାରେ ପାଟକୁରା ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିବା ବେଳେ 2009 ମସିହାରେ ଡେରାବିଶ,ଗରଦପୁର ଓ ମାର୍ଶାଘାଇ ବ୍ଲକର କିଛି ପଞ୍ଚାୟତକୁ ନେଇ ପାଟକୁରା ନିର୍ବାଚନ ମଣ୍ଡଳୀ ପୁନଃ ଗଠିତ ହୋଇଥିଲା । ଏହି ନିର୍ବାଚନ ମଣ୍ଡଳୀରେ ଡେରାବିଶ ବ୍ଲକର 26ଟି, ଗରଦପୁର ବ୍ଲକର 18ଟି ଓ ମାର୍ଶାଘାଇ ବ୍ଲକର 7ଟି ପଞ୍ଚାୟତକୁ ମିଶାଇ ମୋଟ 51ଗୋଟି ପଞ୍ଚାୟତ ରହିଛି । ଏଠାରେ ମୋଟ ଭୋଟରଙ୍କ ସଂଖ୍ୟା 2ଲକ୍ଷ 48 ହଜାର 6 ଶହ 33 । ସେଥିମଧ୍ୟରୁ ମହିଳା ଭୋଟର ସଂଖ୍ୟା ହେଉଛି 1ଲକ୍ଷ 20 ହଜାର 1ଶହ 56 ।

2019 ନିର୍ବାଚନରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ 96ହଜାର 17ଖଣ୍ଡ ଭୋଟ ପାଇ ନିଜ ଦିବଂଗତ ସ୍ଵାମୀ ବେଦପ୍ରକାଶ ଅଗ୍ରୱାଲଙ୍କ ଆସନ ବଜାୟ ରଖିବାରେ ସଫଳ ହୋଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ 78 ହଜାର 97ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ମାତ୍ର 2 ହଜାର 104 ଖଣ୍ଡ ଭୋଟ ମିଳିଥିଲା ।

ସେହିପରି 2014 ନିର୍ବାଚନରେ ପାଟକୁରା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥି ବେଦପ୍ରକାଶ ଅଗ୍ରୱାଲଙ୍କୁ ମିଳିଥିଲା 89 ହଜାର 246 ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ 42 ହଜାର 183 ଓ ବିଜେପି ପ୍ରାର୍ଥୀ ମାନସ ମହାନ୍ତି ପାଇଥିଲେ 21 ହଜାର 800 ଭୋଟ । ନିଜ ଜୀବନକାଳ ମଧ୍ୟରେ 7ଥର ନିର୍ବାଚନ ଲଢ଼ିଥିବା ବିଜୟ ମହାପାତ୍ର ପାଟକୁରାରୁ ଲଗାତାର 4ଥର ବିଜୟୀ ହୋଇଥିବା ବେଳେ 2000 ମସିହାରୁ ବିଧାନସଭା ମାଟି ମାଡି ପାରିନାହାନ୍ତି। କିନ୍ତୁ ଚଳିତଥର ନିର୍ବାଚନ ଗଣିତ ଟିକେ ଭିନ୍ନ ହେବାର ଆଶା କରାଯାଇଛି ।

ନିର୍ବାଚନ ରଣାଙ୍ଗନରେ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିରୋଧି ବିଜେଡି ଓ କଂଗ୍ରେସ କେବେ ଓ କେଉଁଭଳି ପ୍ରାର୍ଥୀ ଘୋଷଣା କରୁଛନ୍ତି ସେନେଇ ଅପେକ୍ଷା।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.