ETV Bharat / state

AIIMSରେ ବୃଦ୍ଧଙ୍କ ସନ୍ଦେହଜନକ ମୃତ୍ୟୁ, ଫ୍ୟାନରେ ଝୁଲି ହାରିଲେ ଜୀବନ - AIIMS PATIENT DIED BY SUICIDE

ଭୁବନେଶ୍ବର ଏମ୍ସ(AIIMS)ରେ ଚିକିତ୍ସାଧୀନ ଅବସ୍ଥାରେ ମିଳିଲା ରୋଗୀଙ୍କ ଝୁଲନ୍ତା ମୃତଦେହ । ପରିବାରର ଅଭିଯୋଗ ପରେ ଗଢ଼ାଗଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।

AIIMS ରେ ଜୀବନ ହାରିଲେ ଚିକିତ୍ସାଧୀନ ବୃଦ୍ଧ, ଚିକିତ୍ସାରେ ନିରାଶ କରାଯାଉଥିବା ପରିବାର ଅଭିଯୋଗ
AIIMS ରେ ଜୀବନ ହାରିଲେ ଚିକିତ୍ସାଧୀନ ବୃଦ୍ଧ, ଚିକିତ୍ସାରେ ନିରାଶ କରାଯାଉଥିବା ପରିବାର ଅଭିଯୋଗ (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ଏମ୍ସରେ (AIIMS) ଚିକିତ୍ସାଧୀନ ଥିବା ଜଣେ ବୟସ୍କ ରୋଗୀ ଜୀବନ ହାରିଥିବା ଅଭିଯୋଗ ହୋଇଛି । ସୋମବାର ବିଳମ୍ବିତ ରାତିରେ ଏହା ଘଟିଥିବା ସନ୍ଦେହ କରାଯାଉଥିବା ବେଳେ ଗତକାଲି (ମଙ୍ଗଳବାର) ଭୋର ସମୟରେ ସେ ଚିକିତ୍ସାଧୀନ ଥିବା ବେଡ ଉପରେ ଲାଗିଥିବା ଫ୍ୟାନରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ବୃଦ୍ଧ ଜଣକ ଯାଜପୁର କୁଆଖିଆ ଅଞ୍ଚଳର 70 ବର୍ଷୀୟ ଦିଲ୍ଲୀପ କୁମାର ସାହୁ ବୋଲି ଜଣାପଡିଛି ।

  • ଆଣ୍ଠୁ ଅପରେସନ ପାଇଁ ଭର୍ତ୍ତି ହୋଇଥିଲେ

ସୂଚନା ଅନୁସାରେ, 70 ବର୍ଷୀୟ ଦିଲ୍ଲୀପ ୫ ତାରିଖରେ ଆଣ୍ଠୁରେ ଅପରେସନ ପାଇଁ ‘ଏମ୍ସ’ରେ ଭର୍ତ୍ତି ହୋଇଥିଲେ । ପାଖରେ ତାଙ୍କ ଝିଅ ହରପ୍ରିୟା ମଧ୍ୟ ରହୁଥିଲେ । ଅପରେସନ ପୂର୍ବରୁ ତାଙ୍କଠାରେ ଅନ୍ୟ କିଛି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା କାରଣରୁ ତାଙ୍କୁ ଅବଜରଭେସନ ଓ ଅନ୍ୟାନ୍ୟ ଟେଷ୍ଟ ପାଇଁ ରଖାଯାଇଥିଲା । ତେବେ ଉକ୍ତ ଓ୍ବାର୍ଡରେ ଏକାଧିକ ରୋଗୀ ଚିକିତ୍ସାଧୀନ ଥିବା ସତ୍ତ୍ବେ ମଧ୍ୟ ମଙ୍ଗଳବାର ଭୋର ସମୟରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଦିଲ୍ଲୀପଙ୍କ ଝିଅ ଚିକିତ୍ସା ପ୍ରକ୍ରିୟାରେ ହାରାଶମେଣ୍ଟ କରାଯିବାକୁ ନେଇ ତାଙ୍କ ବାପା ନିରାଶ ଥିଲେ ଓ ସେହି କାରଣରୁ ଏପରି ଚରମ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି । ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଥିବା ବେଳେ ଏମ୍ସ ମଧ୍ୟ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଛି ।

AIIMS ରେ ଜୀବନ ହାରିଲେ ଚିକିତ୍ସାଧୀନ ବୃଦ୍ଧ, ଚିକିତ୍ସାରେ ନିରାଶ କରାଯାଉଥିବା ପରିବାର ଅଭିଯୋଗ
AIIMS ରେ ଜୀବନ ହାରିଲେ ଚିକିତ୍ସାଧୀନ ବୃଦ୍ଧ, ଚିକିତ୍ସାରେ ନିରାଶ କରାଯାଉଥିବା ପରିବାର ଅଭିଯୋଗ (ETV Bharat Odisha)

ଟଙ୍କା ବଦଳରେ ମେଡିକାଲ ଚାକିରି: ଚଳୁକଲେ 11 ଲକ୍ଷ, ଦୁଇ ଭାଇ ଗିରଫ

ସରକାରୀ ଚାକିରି ନାଁରେ ଲକ୍ଷ ଲକ୍ଷ ଚଳୁ, ୯ ଗିରଫ

  • ‘ଏମ୍ସ’ କର୍ତ୍ତୃପକ୍ଷଙ୍କ ହାରାସମେଣ୍ଟ ଓ ଚାପକୁ ଦାୟୀ କଲେ ଦିଲ୍ଲୀପଙ୍କ ଝିଅ

ବାପାଙ୍କ ମୃତ୍ୟୁ ପାଇଁ ଝିଅ ହରପ୍ରିୟା ‘ଏମ୍ସ’ କର୍ତ୍ତୃପକ୍ଷଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଚିକିତ୍ସା ସମ୍ପର୍କିତ ବିଭିନ୍ନ ପ୍ରକ୍ରିୟା ପାଇଁ ତାଙ୍କୁ ହାରାସ ହେବାକୁ ପଡିଥିଲା । ହରପ୍ରିୟା କହିଛନ୍ତି, ‘‘ଏମ୍ସ’ ଷ୍ଟାଫମାନେ ହିନ୍ଦୀରେ କଥା ହେଉଥିଲେ । କୌଣସି କଥା ବୁଝିନପାରି ଓଡିଆରେ ପଚାରିଲେ ସେମାନେ ବିରକ୍ତ ହେଉଥିଲେ । ଅନ୍ୟ କିଛି ସ୍ବାସ୍ଥ୍ୟ ସମସ୍ୟା ଥିବାରୁ ଏବେ ଦିଲ୍ଲୀପଙ୍କୁ ଡିସଚାର୍ଜ କରାଇ ପରେ ଅପରେସନ କରିବାକୁ କୁହାଯାଇଥିଲା । ଏହା ପୂର୍ବରୁ ‘ବିଏସକେଓ୍ବାଇ’ ଯୋଜନାରେ ଆଣିଥିବା ମେଡିସିନ ଫେରାଇବା ପାଇଁ କୁହାଯାଇଥିଲା । ପ୍ରଥମେ ଧର୍ମଶାଳା ବା ରୁମ୍‌ ବୁକିଂ କରିବା ପରେ ବାପାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବ ବୋଲି କୁହାଯିବାରୁ ମୁଁ ବହୁ ପରିଶ୍ରମରେ ରୁମ ଖୋଜିଥିଲି । ମେଡିସିନ ଫେରସ୍ତ ପାଇଁ ଗୋଟିଏ ୟୁନିଟ୍‌ ଦ୍ବାରା ଦରଖାସ୍ତ ଲେଖି ଷ୍ଟାମ୍ପ ମାରିକି ଆଣିବା ପାଇଁ କୁହାଯାଇଥିବା ବେଳେ ଅନ୍ୟ ୟୁନିଟରେ ଷ୍ଟାମ୍ପ ଲଗାଇବା ପାଇଁ କାଳି ନଥିବା ଦର୍ଶାଇ ଫେରାଇ ଦିଆଯାଇଥିଲା । ଏହି ବିନା ଷ୍ଟାମ୍ପ ପେପରକୁ ସମ୍ପୃକ୍ତ ୟୁନିଟ ଗ୍ରହଣ କରିନଥିଲା । ଏପରି ଘଟଣାକୁ ଦେଖି ମୋ ବାପା ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ । ତେଣୁ ସେ ସେ ମର୍ମାହତ ଏପରି ଚରମ ନିଷ୍ପତ୍ତି ନେଇଥାଇ ପାରନ୍ତି । ’’

ଏହା ମଧ୍ୟ ପଢନ୍ତୁ:- SCBରେ ଚାକିରି ନାଁରେ ଠକେଇ ମାମଲା, ଲମ୍ବୁଛି ଅଭିଯୋଗକାରୀଙ୍କ ଲିଷ୍ଟ୍ - SCB JOB SCAM

ଚାକିରି ପାଇଁ ଟଙ୍କା ଦେଉଥିଲେ ସାବଧାନ ! ସତର୍କ କରାଇଲେ SCB କୁଳସଚିବ

  • ଅଭିଯୋଗର ତଦନ୍ତ କରୁଛି ‘ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌’

ଏନେଇ ‘ଏମ୍ସ’ ଇନଚାର୍ଜ ସୁପରିଟେଣ୍ଡଣ୍ଟ ଅଶୋକ ଜେନା ଅଭିଯୋଗ ସମ୍ପର୍କରେ ତଦନ୍ତ ଚାଲିଥିବା କହିଛନ୍ତି । ଅଶୋକ କହିଛନ୍ତି,‘‘ଗତ ୫ ତାରିଖରୁ ଭର୍ତ୍ତି ହୋଇଥିବା ଦିଲ୍ଲୀପଙ୍କର ନିରୋଲୋଜୀ ଟେଷ୍ଟ ଚାଲିଥିଲା । କିଡନୀରେ କିଛି ସମସ୍ୟା ଥିବା ପରେ ଆମେ ଚିକିତ୍ସା ଜାରି ରଖିଥିଲୁ । ସେ ଓ୍ବାର୍ଡରେ ମଧ୍ୟ ଥିଲେ । ରାତିରେ ସେହି ଓ୍ବାର୍ଡରେ ୩୮ଜଣ ଅନ୍ୟ ରୋଗୀ ମଧ୍ୟ ଚିକିତ୍ସାଧୀନ ଥିଲେ । ଚାରି ଜଣ ନର୍ସିଂ ଷ୍ଟାଫ୍ ଓ ସିକ୍ୟୁରିଟି ଗାର୍ଡ ମଧ୍ୟ ଡ୍ୟୁଟିରେ ଥିଲେ । ତେବେ କେଉଁ ପରିସ୍ଥିତିରେ ଏମିତି ଘଟିଲା, ତାହା ତଦନ୍ତ କରାଯାଉଛି । ସେହିପରି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଯେଉଁ ଦୁର୍ବ୍ୟବାହର ଅଭିଯୋଗ ଆସିଛି, ତାହାର ତଦନ୍ତ ପାଇଁ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ‘ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌’ ଗଠନ କରିଛନ୍ତି । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.