ଭୁବନେଶ୍ବର/ହାଇଦ୍ରାବାଦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର । ଭାରତୀୟ ପାଣିପାଗ ବିଭାଗ (IMD)ପକ୍ଷରୁ ଦିଆଯାଇଛି ଏହି ସୂଚନା । ଲଘୁଚାପ ପ୍ରଭାବରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଏହାସହିତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।
ବଙ୍ଗୋପସାଗରରେ ଲଘୁଚାପ:
ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ସୂଚନା ଅନୁସାରେ , ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ମୁହାଁ ହୋଇପାରେ ।ଏହାର ପ୍ରଭାବ ଦକ୍ଷିଣ ଭାରତୀୟ ରାଜ୍ୟ ମୁଖ୍ୟତଃ ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ ଉପରେ ପଡ଼ିବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ତାମିଲନାଡୁ ଉପକୂଳ ଅଞ୍ଚଳରେ ପ୍ରବଳରୁ ପ୍ରବଳତ୍ତର (Heavy To Very Heavy Rainfall) ବର୍ଷା ହୋଇପାରେ । ସେହିପରି ଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ଯ ହାଲୁକାରୁ ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ଆଇଏମଡି ।
Districtwise Nowcast (valid till 18.12.2024 1300 IST)
— India Meteorological Department (@Indiametdept) December 18, 2024
Max-Z product from DWR Chennai (18.12.2024 0600-1010 IST) showing convective activity along north coastal Tamil Nadu.@moesgoi @ndmaindia @DDNational @airnewsalerts@ChennaiRmc @tnsdma pic.twitter.com/tOZg27VD5n
ଓଡ଼ିଶାରେ କମିବ ତାପମାତ୍ରା:
ଭୁବନେଶ୍ବର ପାଣିପାଗ କେନ୍ଦ୍ର ଦ୍ବାରା ସୋସିଆଲ ମିଡିଆ 'X' ରେ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଦୈନିକ ତାପମାତ୍ରାରେ ପରିବର୍ତ୍ତନ ହେବ । ସର୍ବନିମ୍ନ ତାପମାତ୍ରା ୩ରୁ ୩.୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ପରବର୍ତ୍ତୀ ସମୟରେ ତାପମାତ୍ରାରେ ସେପରି କିଛି ପରିବର୍ତ୍ତନ ହେବାର ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
Weather Forecast for the State.
— Meteorological Centre, Bhubaneswar (@mcbbsr) December 17, 2024
Day-1 & Day-2 : Light Rain/Thundershower over the marked Districts.
Day-3 & Day-4 : Light to moderate Rain/Thundershower over the marked Districts.
Day-5 to Day-7 : Dry #Odisha #WeatherUpdate pic.twitter.com/r9fistiuFl
Minimum Temperature Forecast for next 5 days #Odisha #WINTER pic.twitter.com/l5CfDyoaVU
— Meteorological Centre, Bhubaneswar (@mcbbsr) December 17, 2024
ଏହି ଜିଲ୍ଲାରେ କୁହୁଡ଼ିଆ ପାଗ:
ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁସାରେ, ଦିନେ ଦୁଇ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ିଆ ପାଗ ଅନୁଭୁତ ହୋଇପାରେ । ବିଶେଷ କରି କଳାହାଣ୍ଡି ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି ।
Minimum Temperature Forecast #Odisha #weather #OdishaWeather #weatherforecast pic.twitter.com/SXg7lvNc8M
— Meteorological Centre, Bhubaneswar (@mcbbsr) December 17, 2024
ଏସବୁ ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା :
ଭୁବନେଶ୍ବର ପାଣିପାଗ କେନ୍ଦ୍ର ଦ୍ବାରା ସୋସିଆଲ ମିଡିଆ 'X'ରେ ସୂଚନା ଅନୁସାରେ ଆଜି ଦକ୍ଷିଣ ଓଡ଼ିଶାରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ମାରିପାରେ । ବିଶେଷ କରି ଗଞ୍ଜାମ ଏବଂ ଗଜପତି ଜିଲ୍ଲା ପାଇଁ ଆଜି ବର୍ଷା ଆଲର୍ଟ ଜାରି କରିଛି IMD । ସେହିପରି ଆସନ୍ତାକାଲି ୧୯ ତାରିଖରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରିରେ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୦ ତାରିଖରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ବରିବର୍ତ୍ତନ ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
Fog Forecast #Odisha #weather #OdishaWeather #WeatherForecast #fogalert pic.twitter.com/R8T9mU7cby
— Meteorological Centre, Bhubaneswar (@mcbbsr) December 17, 2024
ଇଟିଭି ଭାରତ, ହାଇଦ୍ରାବାଦ/ ଭୁବନେଶ୍ବର