ଜଗତସିଂହପୁର: ପାରାଦ୍ବୀପ ସେକ୍ସ ରାକେଟର ପର୍ଦ୍ଦାଫାସ କଲା ପୋଲିସ । ଗତ ସୋମବାର ଦିନ ଜଗତସିଂହପୁର ଜିଲ୍ଲା ପାରାଦ୍ବୀପର ଉଦୟ ବିହାରରୁ ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ କରିଥିଲା ଲକ୍ ଥାନା ପୋଲିସ । ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅଚାନକ ପୋଲିସ ଚଢ଼ାଉ କରିଥିଲା । ଚଢାଉ ସମୟରେ ରାଣୀ ମହୁମାଛି ସମେତ 7 ଗ୍ରାହକଙ୍କୁ ଥାନାକୁ ଆଣିଥିଲା। ଏନେଇ ଗତକାଲି(ମଙ୍ଗଳବାର) ତାଙ୍କୁ ଡାକ୍ତରୀ ମାଇନା କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲଣ କରିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଘର ମାଲିକଙ୍କ ସମେତ ମୋଟ 9 ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ । ସେମାନଙ୍କ ପରିଚୟ ପୋଲିସ ଗଣ ମାଧ୍ୟମ ଆଗରେ ପ୍ରକାଶ କରି ନ ଥିବା ବେଳେ 3 ଜଣ ଦେହଜୀବୀଙ୍କ ମଧ୍ୟରେ ଜଣେ ନାବାଳିକା ରହିଥିବା ଜଣାପଡିଛି। ତେଣୁ ଏହି ଘଟଣାକୁ ନେଇ ଲକ ଥାନା ପୋଲିସ ଆଜି ଜଗତସିଂହପୁର ସି ଡବ୍ଲୁସି ନିକଟରେ ସମ୍ପୃକ୍ତ ନାବାଳିକାକୁ ହାଜର କରିବ । ସେପଟେ ପାରାଦ୍ୱୀପରେ ଚାଲୁଥିବା ଏହି ହାଇ ପ୍ରୋଫାଇଲ ସେକ୍ସ ରାକେଟରେ ନାବାଳିକାକୁ ବ୍ୟବହାର କରାଯାଉଥିବାକୁ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ସେମାନଙ୍କ ନିକଟରୁ ପୋଲିସ କିଛି ଆପତ୍ତିଜନକ ଜିନିଷ ସହିତ ମୋବାଇଲ ଫୋନ ଓ ଏକ ଗାଡି ଜବତ କରିଥିଲା ।
ଏହା ମଧ୍ୟ ପଢନ୍ତୁ - ପାରାଦ୍ୱୀପରେ ସେକ୍ସ ରାକେଟ ଠାବ: 4 ରୂପଜୀବୀ ଓ 7 ଗ୍ରାହକ ଅଟକ
ଏହା ମଧ୍ୟ ପଢନ୍ତୁ - ଥାନା ପାଖରେ ସେକ୍ସ ରାକେଟ୍ ଠାବ, ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା ଦେହ ବ୍ୟବସାୟ
ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ପୋଲିସ ସୂଚନା ଦେଇଛି ଯେ, ଏରସମା ଅଞ୍ଚଳର ଜଣେ ମହିଳା ଏହି ସେକ୍ସ ରାକେଟର ମୁଖ୍ୟ । ଏହି ମହିଳା ଜଣଙ୍କ ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳରୁ ଯୁବତୀମାନଙ୍କୁ ଆଣି ଦେହ ବ୍ୟବସାୟରେ ଲଗାଉଥିଲେ। କିଛି ନାବାଳିକାଙ୍କୁ ଆଣି ବିଭିନ୍ନ ହୋଟେଲରେ ଦେହ ବ୍ୟବସାୟ ପାଇଁ ଲଗା ଯାଉଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେଣୁ ଏହି ଘଟଣା ରେ ପାରାଦ୍ୱୀପ ଲକଥାନା ପୋଲିସ ଅଭିଯୁକ୍ତମାନଙ୍କ ନାମରେ ମାମଲା ରୁଜୁ କରିଛି ।
ଇଟିଭି ଭାରତ, ଜଗତସିହଂପୁର