ETV Bharat / state

ଖଲ୍ଲିକୋଟ ରାଣୀଙ୍କ ଦ୍ବାଦଶାହରେ ଯୋଗଦେଲେ ପାଣ୍ଡିଆନ ଓ ପ୍ରଣବ

12th day death ceremony rituals of Sugnana Kumari Deo: ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Feb 20, 2024, 9:38 PM IST

12th day last ritual of Sugnana Kumari Deo

ଭୁବନେଶ୍ବର/ଗଞ୍ଜାମ: ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟରେ ଯୋଗ ଦେଇଛନ୍ତି 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଖଲ୍ଲିକୋଟ RCM ବିଜ୍ଞାନ କଲେଜରେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟକ୍ରମରେ ଉଭୟ ଯୋଗ ଦେଇଛନ୍ତି । ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ । ତାଙ୍କ ପରିବାର ବର୍ଗ, ଜ୍ଞାତିକୁଟୁମ୍ବ ଓ ସ୍ଥାନୀୟ ଲୋକମାନଙ୍କୁ ଭେଟି ରାଣୀଙ୍କ ସ୍ମୃତିଚାରଣ କରିଛନ୍ତି ଉଭୟ ନେତା ।

ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କର ଆଜି ଦ୍ବାଦଶାହ କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମଧ୍ୟାହ୍ନ ସମୟରେ ଖଲ୍ଲିକୋଟ RCM ବିଜ୍ଞାନ କଲେଜରେ ପହଞ୍ଚିଥିଲେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ରାଣୀଙ୍କ ପରିବାର ବର୍ଗ, ଜ୍ଞାତିକୁଟୁମ୍ବ ଓ ସ୍ଥାନୀୟ ଲୋକମାନଙ୍କୁ ଭେଟି ଉଭୟ ରାଣୀଙ୍କ ସ୍ମୃତିଚାରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନ କହିଛନ୍ତି, "ସ୍ବର୍ଗତ ସୁଜ୍ଞାନ କୁମାରୀ ଦେଓ ଗଞ୍ଜାମର ଅପ୍ରତିଦ୍ବନ୍ଦ୍ବୀ ରାଜନେତା । ଅନେକ ଦଶକ ଧରି ଏ ଅଞ୍ଚଳର ସେବା କରିଆସିଥିଲେ । ତାଙ୍କର ବ୍ୟକ୍ତିତ୍ବ ଓ ସେବା ମନୋଭାବ ଯୋଗୁଁ ସେ ସାରା ଓଡିଶାରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସମ୍ମାନର ଅଧିକାରିଣୀ ହୋଇଥିଲେ । ସ୍ବତନ୍ତ୍ର ଓଡିଶା ଗଠନରେ ଓ ପରବର୍ତ୍ତୀ ଓଡିଶାରେ ବିକାଶରେ ରାଣୀଙ୍କ ପରିବାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବୋହୁ ଭାବରେ ସେ ଖଲ୍ଲିକୋଟ ରାଜ ପରିବାରର ଜଣେ ସୁଯୋଗ୍ୟା ଉତ୍ତରାଧିକାରିଣୀ ଥିଲେ ।" କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟକ ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟକ ସୂର୍ଯ୍ୟମଣି ବୈଦ ଓ ଜିଲ୍ଲାର ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆରପାରିରେ ଖଲ୍ଲିକୋଟ ରାଣୀ, ଦେଖନ୍ତୁ ତାଙ୍କର କିଛି ବିଶେଷ ମୂହୁର୍ତ୍ତର ଫଟୋ

ପ୍ରକାଶ ଥାଉ, ଖଲ୍ଲିକୋଟ ରାଣୀ ତଥା ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ 10 ଥରର ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଚେନ୍ନାଇଠାରେ ଥିବା ତାଙ୍କ ବାସଭବନରେ ରହୁଥିଲେ । ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ ସେଠାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଫେବୃଆରୀ 9 ମଧ୍ୟରାତ୍ରିରେ ରାଣୀ ସୁଜ୍ଞାନ କୁମାରୀଙ୍କର ମୃତ୍ୟୁ ହୋଇଥିଲା । 10 ତାରିଖ ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀର ଭୁବନେଶ୍ବରରେ ପହଞ୍ଚିଥିଲା । 11 ତାରିଖରେ ହଜାର ହଜାର ସମର୍ଥକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ସହିତ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଖଲ୍ଲିକୋଟ ରାଜ ଶ୍ମଶାନରେ ରାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର/ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.