ETV Bharat / state

ଲକ୍ଷ ଲକ୍ଷ ଲୋକ ପାଇବେ ପକ୍କା ଘର, ବର୍ଷା ଦିନ ପରେ ନନଷ୍ଟପ୍ ଘର ବାଣ୍ଟିବେ ମୋହନ ସରକାର - PM Awas Yojana in Odisha

author img

By ETV Bharat Odisha Team

Published : Jul 12, 2024, 9:39 AM IST

PM Awas Yojana in Odisha: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ହିତାଧିକାରୀମାନେ ପାଇବେ ପକ୍କା ଘର । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଘୋଷଣା କରିଛନ୍ତି । ପ୍ରଥମ କିସ୍ତିରେ ରାଜ୍ୟକୁ ଆସିବ ୫ ଲକ୍ଷ ଘର । ଅଧିକ ପଢନ୍ତୁ

PM Awas Yojana in Odisha
PM Awas Yojana in Odisha (ETV Bharat Odisha)

ଭୁବନେଶ୍ୱର: ଓଡି଼ଶାକୁ ମିଳିବ ୧୫ ଲକ୍ଷ ପକ୍କା ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ହିତାଧିକାରୀମାନେ ପାଇବେ ପକ୍କା ଘର। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଘୋଷଣା କରିଛନ୍ତି । ବର୍ଷା ଦିନ ପରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ପ୍ରଥମ କିସ୍ତିରେ ରାଜ୍ୟକୁ ଆସିବ ୫ ଲକ୍ଷ ଘର । ଚିଠା ପ୍ରାୟ ପ୍ରସ୍ତୁତ ହୋଇ ସାରିଥିବା ବେଳେ। ଘରେ ବାପା ଓ ଦୁଇ ପୁଅ ଥିଲେ, ଯଦି ସେମାନେ ଅଲଗା ରହୁଥିବେ ତାଙ୍କୁ ମଧ୍ୟ ଘର ଦେବାକୁ ଯୋଜନା କରୁଛନ୍ତି ସରକାର ।

ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି, "ଭାରତୀୟ ଜନତା ପାର୍ଟି ତାର ସଂକଳ୍ପ ପତ୍ରରେ ୧୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦିଆଯିବା ନେଇ ଉଲ୍ଲେଖ କରିଥିଲା । ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ଲକ୍ଷ ୮୦ ହଜାର ଏବଂ ସିଡ୍ୟୁଲ୍ଡ ଅଞ୍ଚଳରେ ୨ଲକ୍ଷ ଓଡ଼ିଶାର ଏସିସିସି ତାଲିକାରେ ୧ ଲକ୍ଷ ୨୦ ହଜାର ରହିଥିବା କହିଛନ୍ତି ମନ୍ତ୍ରୀ । କେନ୍ଦ୍ର ତରଫରୁ ପ୍ରଥମ କିସ୍ତିରେ ରାଜ୍ୟକୁ ୫ ଲକ୍ଷ ଘର ମିଳିଛି । ଏହି ଏସିସିସି ତାଲିକାରେ ଭଲ ଭାବେ ନିରୀକ୍ଷଣ କରିବୁ । ପ୍ରକୃତରେ ଯେଉଁମାନେ ଏହି ତାଲିକାରେ ଅଛନ୍ତି ସେମାନେ ଯୋଗ୍ୟ କି ନାହିଁ ତଦନ୍ତ ହେବ । ଆମେ ସିଦ୍ଧାନ୍ତ ନେଇଛୁ ଗରିବ ଲୋକମାନେ ଘର ପାଇବେ । ସେଥିପାଇଁ ପଞ୍ଚାୟତ ଅଫିସରମାନେ ଗ୍ରାମସଭାରେ ନିଷ୍ପତ୍ତି ନେବେ ।"

ଏହାମଧ୍ୟ ପଢନ୍ତୁ.. ମୋଦିଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି; ଗୃହହୀନଙ୍କ ପାଇଁ ଆଉ 3କୋଟି ଘର - 3 Crore Additional PMAY Homes

ସୂଚନାଯୋଗ୍ୟ, ବିଜେପି ୨୪ ନିର୍ବାଚନ ଇସ୍ତାହାରରେ ବିଭିନ୍ନ ପ୍ରତିଶ୍ରୁତି ଘୋଷଣା କରିଥିଲା । ବିଜେପି ସରକାରକୁ ଆସିଲେ ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରତି ମହିଳାଙ୍କୁ ୫୦ହଜାର ଟଙ୍କାର ଭାଉଚର, ରାଜଧାନୀରୁ ଗାଁ ପର୍ଯ୍ୟନ୍ତ ୭୫ ହଜାର କିଲୋମିଟର ରାସ୍ତା ନିର୍ମାଣ, ୨୦୨୯ ମଧୟ୍ରେ ୩.୫ ଲକ୍ଷ ନିଯୁକ୍ତି, ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି, ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱବର, ବ୍ରହ୍ମପୁରରେ ଆଇଟି ପାର୍କ, ଦେଢ ଲକ୍ଷ ସରକାରୀ ପଦବୀ ପୂରଣ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାେରେ ୧୫ ଲକ୍ଷ ଘର ନିର୍ମାଣ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.