ETV Bharat / state

ପାଇକ ରେଜିମେଣ୍ଟ ଗଠନ ବକ୍ସିଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି: ପାଇକ ମହାସଂଘ - ପାଇକ ରେଜିମେଣ୍ଟ ପାଇଁ ଦାବି

Demand For Paika Regiment: ଦେଶର ପ୍ରଥମ ସ୍ୱାଧିନତା ସଂଗ୍ରାମୀ ମହାନ ବିପ୍ଲବୀ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ । ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବା ପାଇଁ ଦାବି କରିଛି ସଂଘ । ଅଧିକ ପଢନ୍ତୁ

“ପାଇକ ରେଜିମେଣ୍ଟ” ଗଠନ ବକ୍ସିଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ: ପାଇକ ମହାସଂଘ

author img

By ETV Bharat Odisha Team

Published : Jan 25, 2024, 7:26 AM IST

ଭୁବନେଶ୍ୱର: ଗତକାଲି ମହାନ ବିପ୍ଲବୀ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି ନିଖିଳ ଓଡିଶା ପାଇକ ମହାସଂଘ । ଭୁବନେଶ୍ୱର ସ୍ଥିତ ମ୍ୟୁଜିୟମ ଛକରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବକ୍ସି ଜଗବନ୍ଧୁଙ୍କ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପାଇକ ନୃତ୍ୟ ପଦର୍ଶନ କରିଥିଲା ମହାସଂଘ । ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବିପ୍ଲବୀଙ୍କ ସ୍ମୃତି ଚାରଣ କରିଥିଲେ ପାଇକ ଆଖଡ଼ାର ସଦସ୍ୟ ।

ତେବେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ବା ବକ୍ସି ଜଗବନ୍ଧୁ ହେଉଛନ୍ତି ପାଇକ ଜାତିର କୂଳତିଳକ । ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ । ଭାରତବର୍ଷ ସ୍ୱାଧିନତା ଇତିହାସର ମୁଖବନ୍ଧ । ହେଲେ ଏହି ମହାନ ବୀର ନାୟକଙ୍କୁ କିନ୍ତୁ ଆଜି ଯାଏଁ ଉଚିତ ସମ୍ମାନ ମିଳିଲା ନାହିଁ ଅର୍ଥାତ ପ୍ରଥମ ସ୍ୱାଧୀନତା ସଂଗ୍ରାମର ସମ୍ମାନ ମିଳିଲାନାହିଁ । ତେଣୁ ପାଇକ ମହାସଂଘ ତାଙ୍କ ଶ୍ରାଦ୍ଧ ଦିବସରେ ଏକ ଦାବି ଉପସ୍ଥାପନା କରିଛି । ଯଦି କେନ୍ଦ୍ର ସରକାର “ପାଇକ ରେଜିମେଣ୍ଟ” ଗଠନ କରନ୍ତି ତେବେ ଏହା ବକ୍ସିଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ପାଇକମାନେ ସବୁବେଳେ ଅବହେଳିତ ହେଉଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ ......ପାଇକଙ୍କ ବୀରତ୍ବ ଗାଥା ବଖାଣୁଛି କାଞ୍ଜିଆଗଡର ଶିଳାଖଣ୍ଡ

ଏହାସହ ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମର ମାନ୍ୟତା ସହ ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବା ଏହାକୁ ସ୍କୁଲ କଲେଜରେ ସାମିଲ୍ କରି ସ୍କାଉଟ୍‌, ଏନ୍‌.ସି.ସି ଭଳି ମାନ୍ୟତା ଦେବାକୁ ମଧ୍ୟ ଦାବି ହୋଇଛି । ଏନେଇ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତ୍‌ପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି," ଏ ମାଟିର ସ୍ୱାଧୀନତାର ବହ୍ନି ମହାମାନବ ବକ୍ସିଙ୍କ ଦ୍ୱାରା ପ୍ରଜ୍ଜ୍ବଳିତ ହୋଇଥିଲା । ଯେଉଁ ସ୍ୱାଧୀନତା ଅଗ୍ନିରେ ପାଇକମାନେ ଝାସ ଦେଇ ଇଂରେଜ ଶକ୍ତିକୁ ଦୁର୍ବଳ କରିଥିଲେ । ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମର ବାର୍ତ୍ତା ପ୍ରଦାନ କରିଥିଲେ । ଏହି ବୀରପୁରୁଷଙ୍କୁ କେନ୍ଦ୍ର ସରକାର ସଠିକ ସମ୍ମାନ ଦିଅନ୍ତୁ । " ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ପାଇକ ଗୁରୁ ତଥା ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ପାଇକ ଆଖଡା କାର୍ଯ୍ୟକ୍ରମରେ ଢାଲ, ତରବାରୀର ପ୍ରଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....ପାଇକ ସ୍ମାରକୀ ନିର୍ମାଣ କାମରେ ବିଳମ୍ବ; ବିଜେଡି ବିଜେପି ଦୋଷ ଲଦାଲଦି

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.