ETV Bharat / state

ଆନନ୍ଦ ଉଲ୍ଲାସର ସହ କେନ୍ଦ୍ରାପଡା ଜିଲ୍ଲାରେ ପହିଲି ରଜ ଉତ୍ସବ ପାଳିତ - Raja Celebration In Kendrapara

author img

By ETV Bharat Odisha Team

Published : Jun 14, 2024, 5:07 PM IST

Updated : Jun 14, 2024, 5:27 PM IST

Raja Celebration In Kendrapara: ଆଜି ପହିଲି ରଜ । କେନ୍ଦ୍ରାପଡା ଜିଲ୍ଲାରେ ଧୁମଧାମରେ ଏହି ଉତ୍ସବ ପାଳନ କରିଛନ୍ତି । ବିଭିନ୍ନ ପିଠାର ଆସର ସହ ଦୋଳି ଖେଳର ମଜା ନେଉଛନ୍ତି କୁମାରୀମାନେ ।

ଆନନ୍ଦ ଉଲ୍ଲାସର ସହ କେନ୍ଦ୍ରାପଡା ଜିଲ୍ଲାରେ ପହିଲି ରଜ ଉତ୍ସବ ପାଳିତ
ଆନନ୍ଦ ଉଲ୍ଲାସର ସହ କେନ୍ଦ୍ରାପଡା ଜିଲ୍ଲାରେ ପହିଲି ରଜ ଉତ୍ସବ ପାଳିତ (ETV Bharat Odisha)

କେନ୍ଦ୍ରାପଡା: ଆଜି ପହିଲି ରଜ ଅବସରରେ ମହକୁଛି ପୁରପଲ୍ଲୀ । ଆଧୁନିକତାର ଦ୍ୱାହି ଦେଇ ରଜ ପର୍ବକୁ ଭୁଲି ଯାଉଥିବା କୁମାରୀ ମାନେ ଆଜି ପହିଲି ରଜରେ ପୋଡପିଠା,ମଣ୍ଡା ପିଠା,ଚକୁଳି ପିଠା ସାଙ୍ଗକୁ ପାନଖିଲ ଆଉ ଦୋଳି ଖେଳିବାର ଭରପୁର ମଜ୍ଜା ଉଠାଉଛନ୍ତି।କେନ୍ଦ୍ରାପଡା ଜିଲ୍ଲାରେ ଏହି କୃଷିଭିତ୍ତିକ ପର୍ବକୁ ଗଣପର୍ବ ଆଖ୍ୟା ଦିଆଯାଇଥିବା ବେଳେ କେନ୍ଦ୍ରାପଡ଼ା ଇଚ୍ଛାପୁର ୨ନଂ ୱାର୍ଡର ବାସିନ୍ଦା ଧୁମଧାମରେ ରଜ ପାଳନ କରିଛନ୍ତି ।

ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ରଜ ପାଇଁ ଉତ୍ସବମୁଖର ଗାଁଠୁ ସହର ହେଉଥିବା ବେଳେ ରଜପର୍ବରେ ଯୁବତୀ ମାନେ ନିଜର ସାଙ୍ଗଘରକୁ ଯାଇ ଏହାକୁ ଆନନ୍ଦ ଉଲ୍ଲାସରେ ପାଳନ କରୁଥିବା ଦେଖାଯାଇଛି।ନୁଆ ଡ୍ରେସ ଓ ଶାଢ଼ୀ କିଣାକିଣି ପାଇଁ ଏଥର ଅଫଲାଇନ ବଜାର ଓ ଅନଲାଇନରେ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଳିଛି । ଗତକାଲି ସଜବାଜରୁ ଆରମ୍ଭ ହୋଇଥିବା ଏହି ଗଣପର୍ବର ଆଜି ଦ୍ଵିତୀୟ ଦିନ ଥିବା ବେଳେ ଘରେଘରେ ପୋଡପିଠା,ଚକୁଳି, ଆରିସା କାକରା ସାଙ୍ଗକୁ ମଣ୍ଡାପିଠା ଏବଂ ମିଠାରେ ମହକୁଛି ପୁରପଲ୍ଲୀ।ଅନ୍ୟପଟେ ଆଜି ଶୁକ୍ରବାର ଥିବା କାରଣରୁ ଆମିଷ ବଜାରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି ।

ସକାଳୁ କୁମାରୀ ମାନେ ଗାଧୋଇ ସାରି ଟିପିଟିପି ଚନ୍ଦନରେ ମଥାକୁ ସଜ୍ଜିତ କରି ସାଙ୍ଗମାନଙ୍କ ଗହଣରେ ଦୋଳି ଖେଳିବା ପାଇଁ ବାହାରି ଆସିଛନ୍ତି।ଦଉଡି ଦୋଳି,ପଟା ଦୋଳି,ଚକ୍ରି ଦୋଳି ଇତ୍ୟାଦି ଲଗାଯାଇ ଝିଅମାନେ ଖେଳୁଥିବା ବେଳେ ନୂଆ ବିବାହ କରି ବାପଘରକୁ ବୁଲି ଆସିଥିବା ନବ ବିବାହିତାଙ୍କ ଖୁସି କହିଲେ ନସରେ।ସେପଟେ ଘରେ ଘରେ ରଜ ପାନ ଖାଇବା ଆଉ ଅଳତା କୁକୁମ ନାଇବା ପାଇଁ ନୂଆ ବୋହୁଙ୍କ ପାଖରେ ଭିଡ଼ ଜମାଇଛନ୍ତି ଗାଁ ଝିଅ।

ତେବେ ରଜପର୍ବ ଏକ ଅନନ୍ୟ ପରମ୍ପରାର ନିଦର୍ଶନ କରିଥାଏ।ଓଡ଼ିଶାର କଳା,ସଂସ୍କୃତି ଓ ଐତିହ୍ୟକୁ ମନେ ପକାଇ ଏହି ରଜପର୍ବ ପାଳନ କରାଯାଏ। ଲୋକ ବିଶ୍ୱାସ ଅନୁଯାୟୀ,ରଜ ତିନିଦିନ ଭୁଇଁରେ କୌଣସି ପ୍ରକାର ଗାର ମଧ୍ୟ ମରା ଯାଇନଥାଏ ଯଦନୁଯାୟୀ, କୁମାରୀ ମାନେ ଏହି ତିନିଦିନ ଘରର କୌଣସି ପ୍ରକାର କାର୍ଯ୍ୟ ମଧ୍ୟ କରିନଥାନ୍ତି।ସାଙ୍ଗସାଥି ସହ ଗାଁ ବୁଲିବା,ଗାଁ ରୁ ଗାଁ ବୁଲିଯାଇ ଦୋଳି ଖେଳିବା ଏକ ପରମ୍ପରା ରହିଛି ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି କୁମାରୀ ଝିଅ ।

ଏହା ମଧ୍ୟ ପଢନ୍ତୁ: ଆଜି ପହିଲି ରଜ; ସଜେଇ ହୋଇଛି ପୁରପଲ୍ଲୀ, ପିଠା-ମିଠାରେ ମହକିଲାଣି ଗାଁଦାଣ୍ଡ

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Jun 14, 2024, 5:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.