ETV Bharat / state

ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ସ୍କୁଲକୁ ଅଣଦେଖା; କୋରୋନା ପରେ ମିଳୁନି ମଧ୍ୟାହ୍ନ ଭୋଜନ, ସରକାରୀ ସୁବିଧା ପାଇଁ ଉଠିଲା ସ୍ୱର - Asha Ashwasana School Neglected

D. Prakash Rao School Asha-Ashwasana Neglligence: ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲ 'ଆଶା ଓ ଆଶ୍ୱାସନା' କୁ ଅଣଦେଖା । ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେଉଛନ୍ତି ଛାତ୍ରଛାତ୍ରୀ । କରୋନା ପରଠାରୁ ଏହି ବ୍ୟବସ୍ଥା ବନ୍ଦ ହୋଇଥିବା ବେଳେ ବର୍ତ୍ତମାନ ସ୍କୁଲରେ ପୁଣି ମଧ୍ୟାହ୍ନ ଭୋଜନ ଯୋଗାଇବାକୁ ନୂଆ ସରକାରଙ୍କ ଠାରେ ଦାବି କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଦେଖନ୍ତୁ ଏହି ରିପୋର୍ଟ,

author img

By ETV Bharat Odisha Team

Published : Jun 24, 2024, 5:56 PM IST

ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲକୁ ଅଣଦେଖା, ପିଲାଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ଦାବି
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲକୁ ଅଣଦେଖା, ପିଲାଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ଦାବି (ETV Bharat Odisha)

କଟକ: ଅବ୍ୟବସ୍ଥାରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ସ୍କୁଲ 'ଆଶା ଓ ଆଶ୍ୱାସନା' । ଛାତ୍ରଛାତ୍ରୀଙ୍କୁ ମିଳୁନି ମଧ୍ୟାହ୍ନ ଭୋଜନ । ଡି. ପ୍ରକାଶ ରାଓଙ୍କ ଦେହାନ୍ତ ପରେ ସ୍କୁଲକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଗରିବ ଅସହାୟ ପିଲା ଏହି ସ୍କୁଲରେ ପାଠପଢୁଥିବା ବେଳେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେଉଛନ୍ତି ସ୍କୁଲ ପିଲା । ଯାହାକୁ ନେଇ ଡି.ପ୍ରକାଶ ରାଓଙ୍କ ଦେହାନ୍ତ ପରେ ତାଙ୍କ ସ୍କୁଲ ପ୍ରତି କେହି ଦୃଷ୍ଟି ଦେଉନଥିବା କହି ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଛାତ୍ରଛାତ୍ରୀ

କଟକ ବକ୍ସିବଜାର ତେଲୁଗୁ ସାହିରେ ବିଦ୍ୟାଳୟ ‘ଆଶା ଓ ଆଶ୍ୱାସନା’ ରହିଥିବା ବେଳେ ସମାଜରେ ଗରିବ, ଅସହାୟ, ବସ୍ତି ପିଲା ଏଠାରେ ପାଠ ପଢନ୍ତି । ପ୍ରି ନର୍ସରିରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ସ୍କୁଲର ନାଁ ସିନା ‘ଆଶା ଓ ଆଶ୍ୱାସନା' ସ୍କୁଲଟି ବାସ୍ତବିକରେ ବି ଆଶା ଆଉ ଆଶ୍ୱାସନା ଭରସାରେ ହିଁ ଚାଲିଛି । ଡି. ପ୍ରକାଶ ରାଓ ବଞ୍ଚିଥିବା ବେଳେ ଏହି ବିଦ୍ୟାଳୟକୁ ବିଭିନ୍ନ ସରକାରୀ ସୁବିଧା ସହ ପିଲାଙ୍କ ପାଇଁ ସରକାରଙ୍କ ପକ୍ଷରୁ ମଧ୍ୟାହ୍ନ ଭୋଜନ ମିଳୁଥିଲା । କିନ୍ତୁ କରୋନା ପରଠାରୁ ଏହାକୁ ବନ୍ଦ କରି ଦିଆଯାଇଛି । ଫଳରେ ଏହି ସ୍କୁଲରେ ପାଠ ପଢୁଥିବା ଦୁସ୍ଥ ଓ ଅବହେଳିତ ପିଲା ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଉଛନ୍ତି ।

ପ୍ରଶାସନକୁ ବାରମ୍ୱାର ଜଣାଇଲେ ପରେ ବି ଫଳ ଶୂନ

ଏହି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କଣ ପାଇଁ ବନ୍ଦ ହେଲା କାହିଁକି ବନ୍ଦ ହେଲା କାହା ପାଖରେ ଉତ୍ତର ନାହିଁ । ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିବା ପରେ ମଧ୍ୟ ଏହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଫଳରେ ଏହି ପିଲାଙ୍କ ପାଇଁ ସରକାରୀ ମଧ୍ୟାନ୍ନ ଭୋଜନର ବ୍ୟବସ୍ଥା ହୋଇପାରୁନାହିଁ ବୋଲି କହିଛନ୍ତି ଡି. ପ୍ରକାଶଙ୍କ ପରେ ସ୍କୁଲ ପରିଚାଳନା ଦାୟିତ୍ଵରେ ଥିବା ତାଙ୍କ ସାନଝିଅ ଡି. ଭାନୁପ୍ରିୟା । ସେପଟେ ଏହି ସ୍କୁଲଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ପରିଚାଲିତ ହେଉଥିବାରୁ ସରକାର ଏଥିରେ କିଛି କରି ପାରୁନାହାଁନ୍ତି କିନ୍ତୁ ସ୍କୁଲର ସମସ୍ୟା ବାବଦରେ ସରକାରଙ୍କ ଅବଗତ କରାଯିବ ବୋଲି କହିଛନ୍ତି ସିଏମସି ମେୟର ।

ପଦ୍ମଶ୍ରୀ ଡି. ପ୍ରକାଶ ରାଓ କିଏ?

କଟକ ସହରର ଜଣେ ଜଣାଶୁଣା ଚା' ବିକାଳୀ ଡି. ପ୍ରକାଶ ରାଓ । ଯିଏ ଚା' ବିକ୍ରି କରି ସେଥିରୁ ମିଳୁଥିବା ଅର୍ଥରେ ସେ ସମାଜ ସେବା କରୁଥିଲେ । ସହରର ଗରିବ,ଅସହାୟ ଓ ବସ୍ତି ପିଲାଙ୍କୁ ପାଠ ପଢାଇବା ପାଇଁ ୨୦୦୦ ମସିହାରେ 'ଆଶା ଓ ଆଶ୍ୱାସନା’ ସ୍କୁଲ ନିର୍ମାଣ କରିଥିଲେ । ତାଙ୍କର ଏଭଳି କାର୍ଯ୍ୟ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭାବିତ ହୋଇ ପ୍ରଶଂସା କରିଥିଲେ ଏବଂ ସମାଜ ସେବା ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ବାଲେଶ୍ବରରେ ଖୋଲିଲା ସ୍କୁଲ କଲେଜ, ଇଣ୍ଟରନେଟ ସେବା ସ୍ୱାଭାବିକ

ନୂଆ ସରକାରଙ୍କ ନିକଟରେ ଦାବି

ତେବେ ଡି. ପ୍ରକାଶ ରାଓ ଇହଧାମ ତ୍ୟାଗ କରିବା ପରେ ପାଇଁ ସତେ ଯେମିତି ଅଲୋଡ଼ା ହୋଇଯାଇଛି 'ଆଶା ଓ ଆଶ୍ୱାସନା' ସ୍କୁଲ । ସ୍କୁଲ ପିଲାଙ୍କ ପାଇଁ ପୂର୍ବରୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ହୋଇଯାଇଥିବା ବେଳେ ପିଲାଙ୍କ ମୁହଁରେ ଆହାର ଯୋଗାଡ କରିବା ଏବେ କାଠିକର ପାଠ ହୋଇପଡିଛି । ଯାହାକୁ ନେଇ ଚିନ୍ତାରେ ରହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।ଏପରି ସମୟରେ ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିବା ବେଳେ ନୂଆ ସରକାର ସ୍କୁଲକୁ ଅଣଦେଖା ନକରି ସମସ୍ତ ସୁବିଧା ଯୋଗାଇବାକୁ ନିବେଦନ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.