ETV Bharat / state

SCBରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ, ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମେୟର

author img

By ETV Bharat Odisha Team

Published : Mar 12, 2024, 9:16 PM IST

Kamala Pujari Admitted to SCB: ସ୍ବାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ବର୍ତ୍ତମାନ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କୁ ଭେଟିଛନ୍ତି କଟକ ମେୟର । ଅଧିକ ପଢନ୍ତୁ

Kamala Pujari Admitted to SCB
Kamala Pujari Admitted to SCB

Kamala Pujari Admitted to SCB

କଟକ: ବିଗିଡିଲା ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ବାସ୍ଥ୍ୟବସ୍ଥା । ଏସ୍‌ସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ । ସ୍ୱାସ୍ଥ୍ୟରେ ଅବନତି ଘଟିବାରୁ ତାଙ୍କୁ ଆଜି ସକାଳେ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ରକ୍ତ ହୀନତା, କିଡନୀ ସମସ୍ୟା ଓ ମୂତ୍ର ସଂକ୍ରମଣ ରୋଗରେ ପୀଡିତ ହୋଇ ମେଡିକାଲର ମେଡିସିନ୍ ଆଇସିୟୁରେ ଭର୍ତ୍ତି ହୋଇଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ତେବେ କଟକ ମେୟର ହସ୍ପିଟାଲ ଯାଇ କମଳା ପୂଜାରୀଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

ପଦ୍ମଶ୍ରୀ କମଳା ପୂଜାରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି । ମେଡିସନ୍, ନ୍ୟୁରୋଲୋଜି, ନେଫ୍ରୋଲୋଜି ବିଭାଗର ଅଭିଜ୍ଞ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି । ପ୍ରକାଶଥାଉ, ଗତ ଜାନୁଆରୀ 5 ତାରିଖରେ ମଧ୍ୟ ସ୍ବାସ୍ଥ୍ୟରେ ସମସ୍ୟା କାରଣରୁ ତାଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ସୁସ୍ଥ ହୋଇ କୋରାପୁଟ ଫେରିଲେ ପଦ୍ମଶ୍ରୀ କମଳା ପୁଜାରୀ

ତେବେ ଆଜି କମଳା ପୂଜାରୀ ଆଡ୍‌ମିଟ ହେବା ପରେ କଟକ ମେୟର ସୁବାଷ ସିଂ ଏସ୍‌ସିବି ମେଡିକାଲ ଗସ୍ତକରି କମଳା ପୂଜାରୀଙ୍କୁ ଭେଟିବା ସହ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ମେଡିସନ ବିଭାଗ ମୁଖ୍ୟ ଜୟନ୍ତ ପଣ୍ଡାଙ୍କ କହିବା ଅନୁଯାୟୀ, "ଗତକାଲି (ସେମବାର) କୋରାପୁଟରେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ । ଏହାପରେ ଜିଲ୍ଲା ସିଡିଏମ୍‌ଓଙ୍କ ତତ୍ତ୍ୱାବାଧନରେ ଏକ ଟିମ ଜରିଆରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ମେସିଡିନ ଆଇସିୟୁରେ ତାଙ୍କ ଚିକିତ୍ସା ଚାଲିଛି । ରକ୍ତ ହୀନତା, କିଡନୀ ସମସ୍ୟା ଓ ମୂତ୍ର ସଂକ୍ରମଣ ଦେଖାଯାଇଛି । ପ୍ରାଥମିକସ୍ତରରେ ତାଙ୍କର ସମସ୍ତ ପରୀକ୍ଷା ନିରୀକ୍ଷା ଶେଷ ହୋଇଛି । ବର୍ତ୍ତମାନ ସେ ସୁସ୍ଥ ରହିଛନ୍ତି ।"

ଏହା ମଧ୍ୟ ପଢନ୍ତୁ: SCBରେ ପଦ୍ମଶ୍ରୀ କମଳା ପୂଜାରୀ, ଭେଟିଲେ ଉଭୟ ବିଜେପି ଓ ବିଜେଡ଼ି ନେତା

ସେ ଆହୁରି ମଧ୍ୟ କହିଛନ୍ତି, "ସେ (ପଦ୍ମଶ୍ରୀ କମଳା ପୂଜାରୀ) ସାଧରଣ ବ୍ୟକ୍ତିଙ୍କ ଭଳି ଖାଇବା ପିଇବା କରୁଛନ୍ତି । ମେଡିସନ୍, ନ୍ୟୁରୋଲୋଜି, ନେଫ୍ରୋଲୋଜି ବିଭାଗର ଅଭିଜ୍ଞ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଛନ୍ତି । ଆଜି ମଧ୍ୟ ତାଙ୍କର ଅନେକ ପ୍ରକାର ଟେଷ୍ଟ କରାଯାଇଛି । ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା କାରଣରୁ ଖୁବଶୀଘ୍ର ସେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା ରଖିଛୁ ।"
ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.