ETV Bharat / state

କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - Maguni Kuanr passes away

author img

By ETV Bharat Odisha Team

Published : Jun 1, 2024, 6:53 AM IST

Updated : Jun 1, 2024, 11:38 AM IST

Maguni Charan Kuanr passes away: ଆରପାରିରେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

କଣ୍ଢେଇ ନୃତ୍ୟୁଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ
କଣ୍ଢେଇ ନୃତ୍ୟୁଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ (ETV Bharat Odisha)

କେନ୍ଦୁଝର: ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ପରଲୋକ । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କେନ୍ଦୁଝର ଜିଲ୍ଲା ବୈଦରାଜ ସାହି ସ୍ଥିତ ନିଜର ପୈତୃକ ବାସଭାବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କର ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ମାଗୁଣିଙ୍କ ଶେଷ ଦର୍ଶନ ପାଇଁ ବାସଭବନରେ ସ୍ଥାନୀୟ ଲୋକଙ୍କ ଛୁଅ ଛୁଟୁଛି । ଆଜି ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେବ । ପ୍ରଶାସନ ପକ୍ଷରୁ ମାଗୁଣିଙ୍କୁ ଗାର୍ଡ ଅଫ ଅନର ଦିଆଯିବ ।

କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ (ETV Bharat Odisha)

କିଛି ଦିନ ତଳେ ମାଗୁଣି ଚରଣ ଖୁବ୍ ଅସୁସ୍ଥ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସିତ ହେବା ପରେ ସେ ସାମାନ୍ୟ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହେଲେ ଆଜି ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବାବେଳେ ଶେଷ ଦର୍ଶନ ପାଇଁ ତାଙ୍କର ବାସଭବନକୁ ସ୍ଥାନୀୟ ଲୋକଙ୍କ ସୁଅ ଛୁଟିଛି ।

କାଠି କଣ୍ଢେଇ ନାଚର ଜଣେ ଦକ୍ଷ ବିନ୍ଧାଣୀ ଥିଲେ ମାଗୁଣି । ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ବାରା କଣ୍ଢେଇ ନୃତ୍ୟକୁ ବିଶ୍ବ ଦରବାରରେ ପରିଚିତ କରାଇଥିଲେ । କାଠ କଣ୍ଢେଇ ପାଇଁ ସେ ବହୁ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ନାଟ୍ୟ ଏକାଡେମୀ, ରାଜ୍ୟ ସରାକରଙ୍କ ସଙ୍ଗୀତ ନାଟ୍ୟ ଏକାଡେମୀ ଭଳି ପୁରସ୍କାର ପାଇଛନ୍ତି । ୨୦୨୩ ମସିହାରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

ପଦ୍ମଶ୍ରୀ ମାଗୁଣି ଚରଣଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଣ୍ଢେଇ ନୃତ୍ୟକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ତାଙ୍କର ବହୁମୂଲ୍ୟ ଯୋଗଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ।

ଏହା ମଧ୍ୟ ପଢନ୍ତୁ: Padma Awards: ରାଷ୍ଟ୍ରପତିଙ୍କଠୁ ପଦ୍ମଶ୍ରୀ ଗ୍ରହଣ କଲେ କଣ୍ଢେଇ ନୃତ୍ୟଶିଳ୍ପୀ ମାଗୁଣୀ ଚରଣ କୁଅଁର

୧୯୫୫ ମସିହାରେ ମାଗୁଣି ଚରଣ ୫ ଜଣ ସହାୟକ ଓ ମାତ୍ର ୪ ଟଙ୍କା ପୁଞ୍ଜିକୁ ଆଧାର କରି ବିଶ୍ବକର୍ମା କଳାକୁଞ୍ଜ ନାମକ ସଂସ୍ଥା ଗଠନ କରିଥିଲେ । ଏଠାରେ ସେ ଆଧୁନିକ ଢଙ୍ଗରେ କାଠି କଣ୍ଢେଇ ନାଚର ପ୍ରଦର୍ଶନ ଆରମ୍ଭ କରିଥିଲେ । ମାଗୁଣି ଏକାଧାରରେ କଣ୍ଢେଇ ନିର୍ମାଣ କରିବା ଠାରୁ ଆରମ୍ଭ କରି ଯାତ୍ରାର ସଂଳାପ ଲେଖିବା ଓ ସଙ୍ଗୀତ ନିର୍ଦ୍ଦେଶ ଦେବା କାମ କରିପାରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 1, 2024, 11:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.