ETV Bharat / state

ମହାପ୍ରଭୁଙ୍କ ଚାପ ଖେଳ ବେଳେ ବାଣ ବିସ୍ଫୋରଣ: ୩ ମୃତ, 30ରୁ ଅଧିକ ଆହତ - PURI FIRE CRACKER EXPLOSION

author img

By ETV Bharat Odisha Team

Published : May 30, 2024, 6:54 AM IST

Updated : May 30, 2024, 9:57 AM IST

Firecracker Explosion During Chandan Yatra: ପୁରୀରେ ମହାପ୍ରଭୁଙ୍କ ଚାପ ଖେଳବେଳେ ବାଣ ବିସ୍ଫୋରଣ । ବାଣ ଫୁଟି ଲୋକଙ୍କ ଉପରେ ପଡିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 30ରୁ ଅଧିକ ଆହତ । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାବେଳେ ବାଣ ବିସ୍ଫୋରଣ, ୨୦ରୁ ଅଧିକ ଆହତ
ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାବେଳେ ବାଣ ବିସ୍ଫୋରଣ, ୨୦ରୁ ଅଧିକ ଆହତ (ETV Bharat Odisha)

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ । ବାଣ ଫୁଟି ଲୋକଙ୍କ ଉପରେ ପଡିବାରୁ 30ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟ ନାବାଳକ ଥିବାବେଳେ ସେ କଟକ ଏସସିବିରେ ଚିକିତ୍ସାଧୀନ ଥିଲେ । ସେହିପରି ଭୁବନେଶ୍ୱରର ଦୁଇ ଘରୋଇ ହସ୍ପିଟାଲରେ ମଧ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗତକାଲି (ବୁଧବାର) ସନ୍ଧ୍ୟାରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ଏହି ଅଘଟଣ ଘଟିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କିଛି ଜଣଙ୍କୁ କଟକ ଓ ଭୁବନେଶ୍ବର ପଠାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଶ୍ରଦ୍ଧାଳଙ୍କୁ ଅବସ୍ଥା ଗୁରୁତର ରହିଛି ।

ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାରେ ବାଣ ବିସ୍ଫୋରଣ: ୩ ମୃତ, ୨୦ରୁ ଅଧିକ ଆହତ (ETV Bharat Odisha)

ସୂଚନା ଅନୁଯାୟୀ, କାଲି ସନ୍ଧ୍ୟାରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ସେହି ସମୟରେ ଆତସବାଜି ପ୍ରଦର୍ଶନୀ ହେଉଥିଲା। ହେଲେ ହଠାତ୍ ବାଣ ଲୋକଙ୍କ ଭିତରେ ପଡିଯାଇଥିଲା । ଫଳରେ 30ରୁ ଅଧିକ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ଆହତଙ୍କୁ ପୁରୀ ମେଡ଼ିକାଲକୁ ନିଆଯାଇଥିଲା । ହେଲେ ଦୁଃଖ ବିଷୟ ପୁରୀ ମେଡ଼ିକାଲରେ ବର୍ଣ୍ଣ ୟୁନିଟ ନଥିବାରୁ ଗୁରୁତରମାନଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯାଇ ପାରିନଥିଲା ।

ଏହା ମଧ୍ୟ ପଢନ୍ତୁ: ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ତିନି ରଥର ଅଖ ଚକ ଡେରା ନୀତି ସମ୍ପନ୍ନ - Ratha Work Update

କେବଳ ସେତିକି ନୁହେଁ, ଆହତ ହୋଇଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଆଉଟଡୋରରେ ଆବଶ୍ୟକ ଡାକ୍ତର ନଥିଲେ । ପରେ ଆହତମାନଙ୍କୁ କଟକ ଓ ଭୁବନେଶ୍ଵରକୁ ସ୍ଥାନାନ୍ତର କରାଯାଇଥିଲା । ସେପଟେ ପୁରୀ ହସ୍ପିଟାଲରେ ଏଭଳି ଅବ୍ୟବସ୍ଥାକୁ ନେଇ ଚାପା ଉତ୍ତେଜନା ଓ ଅସନ୍ତୋଷ ସୃଷ୍ଟି ହୋଇଥିଲା । ପୁରୀ ଭଳି ଅନ୍ତର୍ଜାତୀୟ ପର୍ଯ୍ୟଟନୀ ସ୍ଥଳରେ ଏଠାକାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ ନରହିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

ରାଜ୍ୟ ସରକାର ପୁରୀକୁ ବିଶ୍ଵ ଐତିହ୍ୟ ସହର କରିବା ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ଭିତ୍ତିଭୂମି ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ବାଃ ବାଃ ନେଉଥିବାବେଳେ ସ୍ବାସ୍ଥ୍ୟସେବା ଉନ୍ନତି ଦିଗରେ ଏପରି ଅବହେଳା ପୁରୀ ସହରର ଉନ୍ନତି ଦିଗରେ ସରକାରଙ୍କ କେତେ ଆନ୍ତରିକତା ରହିଛି ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ତେଣୁ ପୁରୀକୁ ବିଶ୍ଵ ଐତିହ୍ୟ ନଗରୀ କରିବା କେବଳ ଲୋକ ଦେଖାଣିଆ ଓ ପ୍ରଚାର ସର୍ବସ୍ବ ବୋଲି ଅଭିଯୋଗ କରିଛନ୍ତି ସହରବାସୀ ।

ଇଟିଭି ଭାରତ, ପୁରୀ

Last Updated : May 30, 2024, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.