ETV Bharat / state

ଗ୍ରୀଷ୍ମ ପ୍ରବାହ ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା, ରୋଗୀଙ୍କ ପାଇଁ ଖୋଲିଲା ଓଆରଏସ କର୍ଣ୍ଣର - ORS Corner At Capital Hospital

author img

By ETV Bharat Odisha Team

Published : Apr 1, 2024, 6:04 PM IST

ORS Corner At Capital Hospital: କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ପାଇଁ ଖୋଲିଲା ଓଆରଏସ କର୍ଣ୍ଣର। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଅଂଶୁଘାତଜନିତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅଧିକ ପଢନ୍ତୁ

ORS Corner At Capital Hospital
ORS Corner At Capital Hospital

ORS Corner At Capital Hospital

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା। ରୋଗୀଙ୍କ ପାଇଁ ଖୋଲିଲା ଓଆରଏସ କର୍ଣ୍ଣର। ହସ୍ପିଟାଲର ପ୍ରମୁଖ ସ୍ଥାନ ଗୁଡିକରେ ଖୋଲିଛି ଓଆରଏସ କର୍ଣ୍ଣର। ଏପଟେ ଅଂଶୁଘାତ ଜନିତ ରୋଗୀ ହସପିଟାଲକୁ ଆସିଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଡାକ୍ତର ଟିମ ସହିତ ସ୍ୱତନ୍ତ୍ର ୧୦ଟି ବେଡ୍ ପ୍ରସ୍ତୁତ ରଖାଯାଇଛି। ଅଂଶୁଘାତ ଓ ଡାଇରିଆକୁ ଦୃଷ୍ଟିରେ ରଖି ବେଡ୍ ବ୍ୟବସ୍ଥା କରାଯାଇଥିବାବେଳେ ସ୍ୱତନ୍ତ୍ର ରୁମର ମଧ୍ୟ ବ୍ୟବସ୍ଥା କରାଯାଇଛି। ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟମାନଙ୍କ ପାଇଁ ଖୋଲାଯାଇଛି ଓଆରଏସ କର୍ଣ୍ଣର। ହସ୍ପିଟାଲର ପ୍ରମୁଖ ସ୍ଥାନ ଗୁଡିକରେ ଆରମ୍ଭ ହୋଇଛି ଓଆରଏସ କର୍ଣ୍ଣର। ଅଂଶୁଘାତଜନିତ ରୋଗୀ ହସ୍ପିଟାଲକୁ ଆସିଲେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଡାକ୍ତର ଟିମ୍ ଚିକିତ୍ସା କରିବେ। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରାଥମିକତା ଦିଆଯିବ।

ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମପ୍ରବାହ ବଢିବାରେ ଲାଗିଛି। ରାଜ୍ୟରେ ଅସହ୍ୟ ଗରମ ଏବଂ ତାତିରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଛନ୍ତି। ତେବେ ଖରା ଓ ତାତି ବଢୁଥିବାବେଳେ ଗ୍ରୀଷ୍ମ ପ୍ରବାହକୁ ନେଇ ସତର୍କ କରାଇଛନ୍ତି ଏସଆରସି। ଅଂଶୁଘାତ ଏବଂ ଡାଇରିଆ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ସ୍ୱାସ୍ଥ୍ୟ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସତର୍କ ରହିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନେଇ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଦିଲୀପ ପଣ୍ଡା କହିଛନ୍ତି , "ସରକାରୀ ସ୍ତରରେ ସମସ୍ତ ହସପିଟାଲକୁ ସଚେତନତା କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଓଆରଏସ ରଖିବା ସହ ଅତ୍ୟାବଶ୍ୟକ ଔଷଧ ମହଜୁଦ କରି ରଖାଯାଇଛି। ଅଂଶୁଘାତ ଜନିତ ରୋଗୀଙ୍କ ପାଇଁ କୁଲର ଏବଂ ଏସି ରୁମ୍ କରାଯାଇଛି। ସେମାନେ କିଭଳି ଭାବରେ ଉଚିତ ଚିକିତ୍ସା ପାଇବେ ସେନେଇ ନଜର ରଖାଯାଇଛି।"

ଏହା ମଧ୍ୟ ପଢନ୍ତୁ...ଆସିଲା ୨୦୨୪-୨୫ ଶିକ୍ଷାବର୍ଷ କ୍ୟାଲେଣ୍ଡର, ମେ ୬ରୁ ସ୍କୁଲରେ ଖରା ଛୁଟି - Academic Calendar For 2024 25

ହସ୍ପିଟାଲର କାଜୁଆଲଟି ଇନଚାର୍ଜ କହିଛନ୍ତି , "ଅଂଶୁଘାତ ଚିକିତ୍ସା ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ଯେଉଁ ଲୋକମାନେ ଅଂଶୁଘାତ ଜନିତ ସମସ୍ୟା ନେଇ ଆସିବେ ସେମାନଙ୍କୁ ପ୍ରାଥମିକ ଭାବରେ ଚିକିତ୍ସା ଯୋଗାଇ ଦିଆଯିବ। ଏହାସହ ୧୦ ଟି ବେଡ୍ ରହିଛି। ଯେଉଁ ରୁମରେ ଏସି ମଧ୍ୟ ରହିଛି। ତେବେ ଯେଉଁ ଲୋକମାନେ ଖରା ସମୟରେ ବାହାରକୁ ଯାଉଛନ୍ତି ସେମାନେ ପାଣି ବୋତଲ ନେଇ ଯିବା ଆବଶ୍ୟକ। କୌଣସି ଅତ୍ୟାବଶ୍ୟକୀୟ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ। ଓଦା ଗାମୁଛା ମୁଣ୍ଡରେ ପକାଇବା ଆବଶ୍ୟକ। ଏହାସହ ଛତା ଚପଲ ପିନ୍ଧି ଯିବା ଆବଶ୍ୟକ। ବର୍ତ୍ତମାନସୁଦ୍ଧା କୌଣସି ଅଂଶୁଘାତ ଜନିତ ରୋଗୀ ଆସିନାହାନ୍ତି।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.