ETV Bharat / state

Cuttack City Problems: ସହରର ସମସ୍ୟାକୁ ନେଇ କଡା ଟିପ୍ପଣୀ ରଖିଲେ ହାଇକୋର୍ଟ, ତୁରନ୍ତ ମୌଳିକ ସମସ୍ୟା ପୂରଣ କର ନଚେତ୍‌ କାର୍ଯ୍ୟାନୁଷ୍ଠାନ - Orissa High Court

author img

By ETV Bharat Odisha Team

Published : Sep 6, 2024, 5:56 PM IST

Orissa High Court On Cuttack City Problems: କଟକ ସହରରେ ମାଳମାଳ ସମସ୍ୟା । ସହରର ରାସ୍ତା ସମସ୍ୟା, ଗଙ୍ଗା ମନ୍ଦିର ପୋଖରୀ ପାଣି ପ୍ରଦୂଷଣ ସମସ୍ୟା ଓ ସିଏମସି କମିଶନର ନିଯୁକ୍ତିକୁ ନେଇ ଏଭଳି ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ । ଅଧିକ ପଢ଼ନ୍ତୁ

ORISSA HIGH COURT
ORISSA HIGH COURT (ETV Bharat Odisha)

କଟକ: ବିପର୍ଯ୍ୟସ୍ତ ଅବସ୍ଥାରେ ପଡି ରହିଛି ସହରର ରାସ୍ତାଘାଟ । ସ୍ଥିତି ଏମିତି ଯେ ବର୍ଷାରେ ଯଦି ଜଳମଗ୍ନ ସ୍ଥିତି ସୃଷ୍ଟି ହେଉଛି ତେବେ ଲୋକ ଆହତ ହେଉଛନ୍ତି । ବର୍ଷା ସମୟରେ ଦୂରର କଥା ବର୍ଷା ଛାଡ଼ିବା ପରେ ମଧ୍ୟ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି । ବିଶେଷକରି ସହରର ‌ନାଗରିକମାନେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ହାଇକୋର୍ଟରେ ସହର ସମସ୍ୟାକୁ ଶୁଣାଣି ସମୟରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଆବେଦନକାରୀ କୋର୍ଟଙ୍କୁ ରାସ୍ତାଘାଟ ବିପର୍ଯ୍ୟସ୍ତ ଅବସ୍ଥା ସମ୍ପର୍କରେ ଅବଗତ କରିବା ସହ ଏନେଇ ଅନେକ ଫଟୋ ମଧ୍ୟ କୋର୍ଟଙ୍କ ନିକଟରେ ଦାଖଲ କରିଛନ୍ତି ।

କଟକ ରାସ୍ତା ସମସ୍ୟା ଶୁଣାଣି ବେଳେ ଏମାନେ ଉପସ୍ଥିତ ରହିବେ:

ତେବେ କୋର୍ଟ ଏହି ମାମଲାଟିକୁ ଅତି ଗୁରୁତ୍ୱର ସହ ନେବା ସହ କଡା ଟିପ୍ପଣୀ ରଖିଛନ୍ତି । ଏହି ସମ୍ପର୍କିତ ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୨ରେ ରଖିବା ସହ ଏହି ପ୍ରସଙ୍ଗରେ ଶୁଣାଣି ସମୟରେ ସିଏମସି କମିସନର, ସିଡିଏ ଉପାଧ୍ୟକ୍ଷ, ଆର ଆଣ୍ଡ ବି ଅଧୀକ୍ଷଣ ଯନ୍ତ୍ରୀ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଭିନ୍ନ ୱାର୍ଡରେ ରହିଥିବା ଆଡଭୋକେଟ କମିଟି ସଦସ୍ୟମାନେ ସେମାନଙ୍କ ଅଞ୍ଚଳର ରାସ୍ତାଘାଟ ଓ ଅନ୍ୟ ମୌଳିକ ସୁବିଧା ସଂକ୍ରାନ୍ତରେ ରହିଥିବା ସମସ୍ୟା ନେଇ ତଥ୍ୟ ହାଇକୋର୍ଟ ବାର୍ ସଭାପତିଙ୍କୁ ପ୍ରଦାନ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କେବେ ସିଏମସି କମିଶନର ନିଯୁକ୍ତି ହେବେ, ଜବାବ ତଲବ କଲେ ହାଇକୋର୍ଟ:

ପ୍ରାୟ ଏକ ମାସ ହେବ ସିଏମସି କମିସନର ପଦ ଖାଲି ପଡ଼ିଛି । ହାଇକୋର୍ଟ କଟକ ସହର ସମସ୍ୟା ସଂପର୍କିତ ମାମଲାର ଶୁଣାଣି ସମୟରେ ସିଏମସି କମିସନର ପଦ ଖାଲି ପଡ଼ିଥିବା ସ୍ପଷ୍ଟ ହୋଇଥିଲା । ଅଦାଲତ ଏହି ପ୍ରସଙ୍ଗକୁ ଅତି ଗୁରୁତ୍ବର ସହ ନେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି । କେବେ ସିଏମସି କମିସନର ଯୋଗ ଦେବେ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...High Court Bench: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ 'ପ୍ରସ୍ତାବ ବିଚାରାଧୀନ' - CM On High Court Bench

ପ୍ରଦୂଷିତ ହେଉଛି ଗଙ୍ଗା ମନ୍ଦିର ପୋଖରୀ ପାଣି :
କଟକ ସିଟି ହସ୍ପିଟାଲର ବର୍ଜ୍ୟବସ୍ତୁ ଗଙ୍ଗା ମନ୍ଦିର ପୋଖରୀର ପାଣିକୁ ପ୍ରଦୂଷିତ କରୁଛି । ଏନେଇ ହାଇକୋର୍ଟ ବାର୍ ସଭାପତି ବିଜୟ କୁମାର ଦାଶ କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି । ଦାଖଲ ହୋଇଥିବା ରିପୋର୍ଟ ଓ ଫଟୋଗ୍ରାଫରୁ ଏହା ସ୍ପଷ୍ଟ ହୋଇଛି । ଯାହାକି ଏହି ପୋଖରୀର ପାଣି ବ୍ୟବହାର ଯୋଗ୍ୟ ନୁହେଁ । ଏପରିକି ମଣିଷ ଓ ଗୃହପାଳିତ ପଶୁ ଏହି ପ୍ରଦୂଷିତ ପାଣି ପାଇଁ ସଂକ୍ରମଣର ଶିକାର ହୋଇ ପାରନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ପୋଖରୀର ପ୍ରଦୂଷଣ ସ୍ଥିତିକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ଏହି ପ୍ରସଂଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା କରାଯିବ । ଏନେଇ ସିଏମସି, ଆର ଆଣ୍ଡ ବି ଅଧିକରୀ ଓ ସିଡିଏମଓଙ୍କୁ ନେଇ ଆସନ୍ତା ସେପ୍ଟେମ୍ବର ୧୩ରେ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସିଏମସି ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ହାଇକୋର୍ଟଙ୍କ ଛାଟରେ ସମାଧନ ହେଉଛି ସହରର ସମସ୍ୟା, ଏଣିକି ଠକିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ - Orissa High Court
ଗଙ୍ଗା ମନ୍ଦିର ପୋଖରୀ ପାଣି ବିଶୋଧନ ପାଇଁ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ :

ଗଙ୍ଗାମନ୍ଦିର ପୋଖରୀ ପାଣି ସମ୍ପର୍କିତ ମାମଲାର ଶୁଣାଣି ସମୟରେ ସିଏମସି ସିଟି ଇଂଜିନିୟର ଓ ସ୍ବାସ୍ଥ୍ୟ ଅଧିକାରୀ ଭର୍ଚୁଆଲରେ ଉପସ୍ଥିତ ରହିଥିବା ବେଳେ, କମିଶନରଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ କମିସନରଙ୍କୁ ତୁରନ୍ତ ହାଜର ହେବା ପାଇଁ ହାଇକୋର୍ଟ କହିଥିଲେ । ଏହାପରେ କମିସନର ଦାୟିତ୍ବରେ ଥିବା ଅତିରିକ୍ତ କମିସନର ଅନାମ ଚରଣ ପାତ୍ର ଭର୍ଚୁଆଲ ବ୍ୟବସ୍ଥାରେ ଶୁଣାଣି ସମୟରେ ହାଜର ହୋଇଥିଲେ । ପ୍ରସ୍ତାବିତ ବୈଠକ ପୂର୍ବରୁ ତୁରନ୍ତ ଗଙ୍ଗା ମନ୍ଦିର ପୋଖରୀ ପାଣି ଯେପରି ସର୍ବସାଧାରଣ କୌଣସି ଉଦ୍ଦେଶ୍ୟରେ ବ୍ୟବହାର ନ କରିବେ ସେଥି ପାଇଁ ପଦକ୍ଷେପ ନେବାକୁ ସିଏମସି କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଗୃହପାଳିତ ପଶୁ ଯେପରି ଏହି ପାଣି ଯୋଗୁଁ ପ୍ରଭାବିତ ନ ହେବେ ତାହା ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟ କହିଛନ୍ତି । ଲୋକମାନଙ୍କୁ ସତର୍କ କରାଇବା ଲାଗି ଗଙ୍ଗା ମନ୍ଦିର ପୋଖରୀରେ ଓ ପାର୍ଶ୍ବବର୍ତ୍ତୀ ସ୍ଥାନରେ ଏନେଇ ନୋଟିସ୍ ବୋର୍ଡ ଲଗାଯିବ । ଏକ ସପ୍ତାହ ଭିତରେ ‌ଏହି ପୋଖରୀରୁ ଅବର୍ଜନା ସଫେଇ କରାଯିବ । ଏଥି ସହିତ ଏହି ପୋଖରୀର ପାଣି ବିଶୋଧନ ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ସିଟି ହସ୍ପିଟାଲ ଡ୍ରେନ୍ ପାଣି ଯେପରି ଗଙ୍ଗାମନ୍ଦିର ପୋଖରୀକୁ ନ ଯିବ ସେ ନେଇ ତୁରନ୍ତ ପଦକ୍ଷେପ ନିଆଯିବ । ସିଟି ହସ୍ପିଟାଲର ବାୟୋକେମିକାଲ ବର୍ଜ୍ୟ ପରିଚାଳନା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ହାଇକୋର୍ଟ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସିଲିଭର ସିଟିର ମାଳ ମାଳ ସମସ୍ୟା ଉପରେ ଗମ୍ଭୀର ହେଲେ ହାଇକୋର୍ଟ, CMC ଓ ସରକାରଙ୍କୁ ଦେଲେ ନିର୍ଦ୍ଦେଶ - High court remark on pending case
ବର୍ଷା ସମୟରେ କଟକ ବଡ଼ ମେଡିକଲ ଜଳ ନିଷ୍କାସନ ପାଇଁ ତୁରନ୍ତ ପଦକ୍ଷେପ ନିଅ:

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ନନ୍ ଟ୍ରମା କାଜୁଆଲିଟି ପରିସରର ଜଳ ନିଷ୍କାସନ ବ୍ୟବସ୍ଥା, ପରିମଳର ଅବସ୍ଥାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ କେନ୍ଦ୍ର ସହିତ ଏସସିବିର ବିଭନ୍ନ ୱାର୍ଡରେ ଜଳବନ୍ଦୀ ସମସ୍ୟା ଲାଗି ରହିଛି । ଏଫଏମଟି ବିଭାଗରୁ ମୃତଦେହ ବ୍ୟବଛେଦ କୋଠରୀ ପର୍ଯ୍ୟନ୍ତ ରାସ୍ତା ଡ୍ରେନ ପାଣିରେ ଭାସୁଛି ବୋଲି ଅଭିଯୋଗ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ କେନ୍ଦ୍ର ଓ ଏସସିବିର ବିଭିନ୍ନ ୱାର୍ଡର ସ୍ବଚ୍ଛତା ଓ ପରିମଳ ଇତ୍ୟାଦି ପ୍ରସଙ୍ଗ ଆଡଭୋକେଟ କମିଟି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଖାନା ପରିସରକୁ ଆଡଭୋକେଟ କମଟି ଗସ୍ତ ସମୟରେ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ଏସସିବି ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗସ୍ତ ସଂକ୍ରାନ୍ତରେ ଆଗୁଆ ସୂଚନା ହାଇକୋର୍ଟ ବାର୍ ସଭାପତିଙ୍କ ତରଫରୁ ସରକାରୀ ଓକିଲଙ୍କୁ ପ୍ରଦାନ କରାଯିବ । ସରକାରୀ ଓକିଲ ଏ ନେଇ ଏସସିବି ଅଧୀକ୍ଷକ ଓ କଟକ ଡିସିପିଙ୍କୁ ଅବଗତ କରିବେ ବୋଲି କୋର୍ଟ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Gas Cylinder Blast: ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହେଲେ ମୃତକଙ୍କୁ 6 ଲକ୍ଷ, ସୂଚନା ଏବଂ କ୍ଷତିପୂରଣ ପାଇଁ କେନ୍ଦ୍ର ଏବଂ ତୈଳ କମ୍ପାନୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ - High Court On Gas Cylinder Blast

ରାସ୍ତାରେ ବୁଲା ଗୋରୁଗାଈ ଓ କୁକୁର ରୋକିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ:

ରାସ୍ତାରେ ବୁଲା ଗୋରୁଗାଈ ଓ କୁକୁରଙ୍କ ଉତ୍ପାତ ରୋକିବା ପାଇଁ ସିଏମସି ତରଫରୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦର୍ଶାଯାଇଥିଲା। ଗତ ଏପ୍ରିଲ ୧ରୁ ଅଗଷ୍ଟ ୩୧ ଭିତରେ ୨ ଲକ୍ଷ ୬୯ହଜାର ୬ଶହ ଟଙ୍କା ଗାଈ ରାସ୍ତାକୁ ଛାଡ଼ୁଥିବା ବ୍ୟକ୍ତିଙ୍କ ନିକଟରୁ ଜରିମାନା ବାବଦରେ ଆଦାୟ କରାଯାଇଛି । ଏହି ପ୍ରସଙ୍ଗରେ ଉପଯୁକ୍ତ ଆକ୍ସନ ପ୍ଲାନ ଆବଶ୍ୟକ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଏ‌ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ଅବଗତ କରିବାକୁ ସିଏମସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.