ETV Bharat / state

ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା, ୫ଦିନ ଯାଏଁ ଅରେଞ୍ଜ ଆଲର୍ଟ - Rainfall With Thunderstorms

Weather Update: ନିମ୍ନ ଚାପରେଖା ସହ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଅଧିକ ପଢନ୍ତୁ

Weather Update
Weather Update
author img

By ETV Bharat Odisha Team

Published : Mar 16, 2024, 7:30 PM IST

Weather Update

ଭୁବନେଶ୍ବର: ନିମ୍ନ ଚାପରେଖା ଓ ଗୁରୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ବର୍ତ୍ତମାନ ରାଜ୍ୟରେ ନିମ୍ନ ଚାପରେଖା ସହ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହି ଦୁଇ ନିୟାମକକୁ ନେଇ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟରେ ପ୍ରବେଶ କରୁଛି। ଏହାର ପ୍ରଭାବରେ ଖରା ସହ ଗରମ ଅନୁଭୁତ ହେଉଥିବାବେଳେ ରାଜ୍ୟରେ ବର୍ଷା ହେଉଛି। କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ ଏହି ସମୟରେ ବିପଦ ରହୁଛି । ତେଣୁ ବିଜୁଳି ଘଡଘଡି ପାଇଁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଏହାସହ ରାଜ୍ୟରେ ବିଭିନ୍ନ ତାପମାତ୍ରା ଅଧିକ ରହିଥିବା ବେଳେ ଆଗାମୀ ୩ ଦିନ ଭିତରେ ଦିନ ତାପମାତ୍ରା ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲ ବିଭାଗ ପୂର୍ବାନୁମାନ କରିଛି।

ଆସନ୍ତା ୨୪ ଘଣ୍ଟାରେ ସାରା ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ ବିଜୁଳି ଘଡ଼ଘଡି଼ ବର୍ଷା ପାଇଁ ୨୫ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ମୟୂରଭଞ୍ଜ କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଦେବଗଡ଼, ସମ୍ବଲପୁର, ସୋନପୁର କୋରାପୁଟ ଓ ରାୟଗଡ଼ା । ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କିମି ରହିବ। ସେହିପରି ଆସନ୍ତାକାଲି ଉତ୍ତର ଓଡି଼ଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା, ୫ଦିନ ଯାଏଁ ସତର୍କ ସୂଚନା

ସେହିପରି ୧୯ ତାରିଖ ବେଳକୁ କାଳବୈଶାଖୀ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓଡି଼ଶାର କିଛି ଜିଲ୍ଲାରେ ବର୍ଷା ସହିତ ପବନର ବେଗ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିବ। ତା'ସହିତ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ଭାରି ବର୍ଷା ପାଇଁ ପୂର୍ବାନୁମାନ କରାଯାଇଛି। ମୁଖ୍ୟତଃ କେନ୍ଦୁଝର , ମୟୂରଭଞ୍ଜ, ଦେବଗଡ଼, ଅନୁଗୋଳ, ଯାଜପୁର, ଢେଙ୍କାନାଳ, ବାଲେଶ୍ବର ଓ ଭଦ୍ରକରେ ବର୍ଷାର ପରିମାଣ ଅଧିକ ରହିବ। ବର୍ଷାକୁ ନେଇ ଏହି ୮ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ ପଶ୍ଚିମାଝଡ଼ ପ୍ରଭାବରେ ମଧ୍ୟ ବିଜୁଳି, ଘଡ଼ଘଡି଼ ସହ ବର୍ଷା ହେଉଛି । ଆଭ୍ୟନ୍ତରିଣ ଓଡି଼ଶାରେ ତାପମାତ୍ରା ବିଶେଷ ପରିବର୍ତ୍ତନ ହେଉନାହିଁ। ସେହିପରି ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧ, ସୋନପୁରରେ ଆଜିର ତାପମାତ୍ରା ୪୦ ଡିଗ୍ରୀ ରହିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.