ETV Bharat / state

ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ଟାସ୍କ ଫୋର୍ସ, ବିରୋଧୀ ଜଣାଇଲେ ସମର୍ଥନ - Special Task Force - SPECIAL TASK FORCE

Special Task Force: ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ଟାସ୍କ ଫୋର୍ସ ଗଠନ କରିଛନ୍ତି ସରକାର । ବିରୋଧୀ ବି ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ସମର୍ଥନ । କେଉଁମାନେ ଏହି ଟିମରେ ରହିଛନ୍ତି, ଜାଣନ୍ତୁ ।

Special Task Force
Special Task Force (ETV Bharat Odisha)
author img

By ETV Bharat Odisha Team

Published : Jul 24, 2024, 8:06 PM IST

ଭୁବନେଶ୍ବର: ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ହୋଇଛି ଟାସ୍କ ଫୋର୍ସ । ଏନେଇ ଶାସକ ଦଳ ସନ୍ତୁଳିତ ବିକାଶକୁ ଗୁରୁତ୍ବ ଦେବା କଥା କହୁଥିବାବେଳେ ବିରୋଧୀ ବି ପଦକ୍ଷେପକୁ ସ୍ବାଗତ କରିଛନ୍ତି ।

Special Task Force (ETV Bharat Odisha)

ଉତ୍ତର ଓଡ଼ିଶାର ବିକାଶ ଲକ୍ଷ୍ୟ: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, "ସନ୍ତୁଳିତ ବିକାଶ ହେବାର ଆବଶ୍ୟକତା ଅଛି । ଯେଉଁ ସବୁ ଅଞ୍ଚଳ ଅନଗ୍ରସର ରହିଛି, ବିକାଶ ପହଞ୍ଚି ପାରିନାହିଁ, ସେଠାରେ ବିକାଶ କରିବୁ । ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।"

ଟାସ୍କ ଫୋର୍ସରେ କିଏ କିଏ ଅଛନ୍ତି?

ସୂଚନା ଅନୁସାରେ, ଏହି ଟାସ୍କ ଫୋର୍ସରେ ୮ ଜଣ ସଦସ୍ୟ ଅଛନ୍ତି । ଏହି ସଦସ୍ୟମାନେ ହେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ । ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । "ସଦସ୍ୟଙ୍କ ସହ ବିଭିନ୍ନ ଦିଗରେ ଆଲୋଚନା କରି ସମୀକ୍ଷା କରି ଖସଡ଼ା ପ୍ରସ୍ତୁତ ହେବ । ସଦସ୍ୟମାନଙ୍କ ମତାମତ ଓ ବିଭିନ୍ନ ଦିଗକୁ ଆଲୋଚନା କରି ରୂପ ରେଖ ପ୍ରସ୍ତୁତ ହେବ । ଏହାକୁ ସଫଳ କରିବାକୁ କାମ କରାଯିବ" ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର।

ଏହା ବି ପଢନ୍ତୁ...ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ

ଟାସ୍କ ଫୋର୍ସକୁ ବିରୋଧୀଙ୍କ ସ୍ବାଗତ:

ଉତ୍ତର ଓଡିଶା ବିକାଶ ପରିଷଦ ଗଠନ ପାଇଁ ରାଜ୍ୟ ସରକାରଙ୍କ ଟାସ୍କ ଫୋର୍ସ ଗଠନ ପ୍ରକ୍ରିୟାକୁ ବିରୋଧୀ ସ୍ୱାଗତ କରିଛନ୍ତି । ଏହା ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ବିରୋଧୀ ବିଜେଡି ଏବଂ କଂଗ୍ରେସ କହିଛନ୍ତି । ବସ୍ତା ବିଜେଡି ବିଧାୟିକା ସୁଭାସିନୀ ଜେନା କହିଛନ୍ତି, "ଏହା ସ୍ବାଗତ୍ବଯୋଗ୍ୟ ପଦକ୍ଷେପ । ଘୋଷଣା ହେଲା ଠିକ କଥା, କିନ୍ତୁ କାର୍ଯ୍ୟକାରୀ କରିବା କଥା । କେବଳ ଘୋଷଣା କଲେ ହେବନାହିଁ । ଏଥିପାଇଁ ସ୍ୱତନ୍ତ୍ର ଅନୁଦାନର ଆବଶ୍ୟକତା ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.