ETV Bharat / state

୯ରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି, 'ଚାବିରେ ନଖୋଲିଲେ ତାଲା ଭଙ୍ଗାଯିବ' - Ratna Bhandar opening

Ratna Bhandar committee meeting: ରତ୍ନଭଣ୍ଡାର ଖୋଲିବା ନେଇ ବୈଠକରେ ବାହାରି ପାରିଲାନି କୌଣସି ନିଷ୍କର୍ସ । ଆସନ୍ତା 9 ତାରିଖରେ ପୁଣି ବସିବ ତଦାରଖ କମିଟି ବୈଠକ ।

author img

By ETV Bharat Odisha Team

Published : Jul 6, 2024, 2:18 PM IST

Updated : Jul 6, 2024, 4:21 PM IST

Ratna Bhandar committee meeting
Ratna Bhandar committee meeting (ETV Bharat Odisha)

ପୁରୀ: ଶେଷ ହେଲା ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକ । ପୁଣି ଝୁଲିକି ରହିଲା ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି । ରତ୍ନଭଣ୍ଡାର ଖୋଲିବା ନେଇ ବାହାରି ପାରିଲାନି କୌଣସି ନିଷ୍କର୍ସ । ଆସନ୍ତା 9 ତାରିଖରେ ପୁଣି ବସିବ ତଦାରଖ କମିଟି ବୈଠକ । ସରକାରଙ୍କ ଅନୁମତି ପରେ ସବ କମିଟି ଗଠନ କରାଯିବ । ଏହାପରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ ।

ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, "ରତ୍ନଭଣ୍ଡାର ଚାବି ଟ୍ରେଜେରୀରେ ଥିବା ଜଣାପଡ଼ିଛି । ଟ୍ରେଜେରୀରୁ ଚାବି ଆଣିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି । ୯ରେ ଏହି ଡୁପ୍ଲିକେଟ ଚାବି ଉପସ୍ଥାପନ ହେବ । ତେବେ ଚାବି କାମ ନକଲେ ତାଲା ଭଙ୍ଗାଯିବ । ଏନେଇ SOP ଜାରି ହେବ । ଅସ୍ଥାୟୀ ଭଣ୍ଡାରକୁ ସିସିଟିଭି ନଜର ରଖିବ । ରତ୍ନର ଗଣତି ମଣତି ସମୟରେ ଏହାର ତଦାରଖ କମିଟି ପକ୍ଷରୁ କରାଯିବ । ରତ୍ନ ଗହଣା ଆଦି ଚିହ୍ନିବା ପାଇଁ ବିଶେଷଜ୍ଞଙ୍କୁ ଅଣାଯିବ । ଯିଏ କି ସ୍ଵର୍ଣ୍ଣ ଅଳଙ୍କାର ଚିହ୍ନଟରେ ବେଶ ଦକ୍ଷ ହୋଇଥିବେ । ଶ୍ରୀମନ୍ଦିର ପରିଚାଳନା କମିଟି ଏମାନଙ୍କୁ ଡାକି ରତ୍ନ ଅଳଙ୍କାରର ଗଣତି କରିବେ । ତେବେ ରତ୍ନ ଭଣ୍ଡାର ମରାମତି ଓ ରତ୍ନ ଅଳଙ୍କାର ଗଣତି ପ୍ରକ୍ରିୟାକୁ ନେଇ ଶ୍ରୀ ମନ୍ଦିରରେ ଯେମିତି ଦୈନିକ ନୀତିକାନ୍ତିରେ ଅସୁବିଧା ନଉପୁଜେ ସେଥିପ୍ରତି ଦୃଷ୍ଟି ଦିଆଯିବ । ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ସମସ୍ୟା ନ ହୁଏ ତାକୁ ଦୃଷ୍ଟିରେ ରଖାଯାଇ ରତ୍ନ ଭଣ୍ଡାର ଖୋଲାଯିବ ।"

ସେ ଆହୁରି କହିଛନ୍ତି,"ରତ୍ନଭଣ୍ଡାରରେ ବିଭିନ୍ନ ମୂଲ୍ୟବାନ ଧାତୁ ରହିଛି । ୧୯୭୮ରେ ଗଣତି ପାଇଁ ୭୦ ଦିନ ସମୟ ଲାଗିଥିଲା । ଏବେ ଯେହେତୁ ଉନ୍ନତ ଟେକ୍ନୋଲୋଜି ଆସିଲାଣି, ତାହାର ବ୍ୟବହାର କରାଯାଇ କମ୍ ଦିନରେ ଗଣତି ସାରିବାକୁ ଚେଷ୍ଟା କରାଯିବ ।" ଆସନ୍ତା 9 ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ତାରିଖ ସ୍ପଷ୍ଟ ହେବ । ଯାହାକୁ ସମସ୍ତଙ୍କର ଅପେକ୍ଷା ରହିଛି । ଏହା ପୂର୍ବରୁ ରତ୍ନଭଣ୍ଡାର ଖୋଲାଯିବା ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା । ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ କୌଣସି ନିଷ୍କର୍ସ ବାହାରି ନାହିଁ । 9 ତାରିଖରେ ବସିବାକୁ ଥିବା ତଦାରଖ କମିଟି ବୈଠକରେ ଏହାର ନିଷ୍ପତ୍ତି ନିଆଯିବ । ସରକାରଙ୍କ ଅନୁମତି ପରେ ସବ କମିଟି ଗଠନ କରାଯାଇ ସମସ୍ତ ନିୟମ ପାଳନ ପୂର୍ବକ ରତ୍ନଭଣ୍ଡାର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ ବିଶ୍ବନାଥ ରଥ ।

ଏହା ମଧ୍ୟ ପଢନ୍ତୁ-ରତ୍ନଭଣ୍ଡାର ଖୋଲିବା ନେଇ 16ଜଣିଆ କମିଟି ଘୋଷଣା, ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଲେ ଜଗନ୍ନାଥଙ୍କ ଆଶୀର୍ବାଦରୁ ଠିକ୍ ସମୟରେ କାର୍ଯ୍ୟ କରାଯିବ - Ratna Bhandar Opining matter

Last Updated : Jul 6, 2024, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.