ETV Bharat / state

ରାଜନୈତିକ ଶତ୍ରୁତା ହେଲା କାଳ ! ଗୁଳି ମାଡ଼ରେ ଯୁବକ ମୃତ - DHENKANAL FIRING

author img

By ETV Bharat Odisha Team

Published : Jul 22, 2024, 10:52 PM IST

DHENKANAL BULLET FIRING: ନୂଆବଗ ନିକଟରେ ଗୁଳିକାଣ୍ଡ । ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ । ପୂର୍ବ ରାଜନୈତିକ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

ONE PERSON DIED DUE TO BULLET FIRING FOR POLITICAL DISPUTES IN DHENKANAL
ONE PERSON DIED DUE TO BULLET FIRING FOR POLITICAL DISPUTES IN DHENKANAL (ETV Bharat Odisha)

ଢେଙ୍କାନାଳ: ରାଜନୈତିକ ଶତ୍ରୁତାରୁ ଗଡିଲା ମୁଣ୍ଡ ! ହିନ୍ଦୋଳ ଅଞ୍ଚଳରେ ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ଟଳିଲେ ଜଣେ ଯୁବକ । ରାସୋଳ ଥାନା ଅନ୍ତର୍ଗତ ନୂଆବଗ କେନାଲ ହୁଡାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି । ଘଟଣା ସ୍ଥଳରେ ହିଁ ଉକ୍ତ ଯୁବକଙ୍କର ମୃତ୍ୟୁ ଘଟିଛି । ତେବେ ମୃତ ଯୁବକ ଜଣକ ହେଲେ ବାଲିମି ଥାନା ଅନ୍ତର୍ଗତ ମହାଲୁଣ୍ଡା ଗ୍ରାମର ସୁବାଷ ସାହୁ ବୋଲି ଜଣାପଡିଛି ।

ସୂଚନା ଯୋଗ୍ୟ ଯେ, ମୃତ ସୁବାଷ ଜଣେ ବିଜେପି ଦଳର ଦୃଢ଼ ସମର୍ଥକ ଓ ତାଙ୍କ ଗ୍ରାମ ଜଳ ବିଭାଜିକା ମିଶନ କମିଟିର ସଭାପତି ରହିଥିଲେ । ରାସୋଳ ଠାରେ ଥିବା ଜଳ ବିଭାଜିକା ମିଶନ ଅଫିସରୁ କାମ ସାରି ନିଜ ଗାଁକୁ ବାଇକ ଯୋଗେ ଫେରୁଥିବା ବେଳେ ସୁବାଷଙ୍କୁ ଖୁବ ନିକଟରୁ ଗୁଳିମାଡ଼ କରାଯାଇଥିଲା । ବାଇକରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ନୂଆବଗ କେନାଲ ହୁଡାରେ ଗୁଳି ମାଡ଼ କରିଥିଲେ । ଫଳରେ ସୁବାଷଙ୍କ ଛାତିରେ ଦୁଇ ରାଉଣ୍ଡ ଗୁଳି ଲାଗିଥିଲା । ସୁବାଷଙ୍କୁ ହିନ୍ଦୋଳ ଉପଖଣ୍ଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।

ତେବେ ଗୁଳିକାଣ୍ଡ ଘଟାଇ ପଳାଇ ଯାଉଥିବାବେଳେ ଦୁଇ ଦୁର୍ବୃତ୍ତ ନୂଆବଗ ଜଙ୍ଗଲରୁ ଗ୍ରାମବାସୀଙ୍କ ସହାୟତାରେ ପୋଲିସ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଅନ୍ୟ ଜଣଙ୍କୁ ଗିରଫ ପାଇଁ ପୋଲିସ ଉକ୍ତ ଜଙ୍ଗଲରେ ଛାନଭିନ ଜାରି ରଖିଛି । ତେବେ ଗୁଳିକାଣ୍ଡର ପ୍ରକୃତ କାରଣ କ'ଣ ଜଣ ପଡିନଥିଲେ ମଧ୍ୟ ଜଳ ବିଭିଜିକା ମିଶନର କମିଟିକୁ ନେଇ ରାଜନୈତିକ ବିବାଦରୁ ଶତ୍ରୁତା ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଆମିଷ ପ୍ରେମ ଆଗରେ ଫିକା ପଡିଲା ରକ୍ତସମ୍ପର୍କ, ମା’ର ଜୀବନ ନେଲା ସଇତାନ ପୁଅ - Son Kills Mother

ଏପଟେ ମୃତଦେହ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତ ସୁଭାଷ ନିଜ ବାପା-ମାଆଙ୍କ ସହିତ କଟକରେ ରହୁଥିବା ବେଳେ ଗତ ୩ବର୍ଷ ହେଲା ଗାଁକୁ ଆସି ନିଜ ଜେଜେ ମାଆଙ୍କ ପାଖରେ ରହୁଥିଲେ । ଗତ ନିର୍ବାଚନରେ ବିଜେପି ଦଳର ଦୃଢ ସମର୍ଥକ ଭାବେ ମଧ୍ୟ କାମ କରୁଥିଲେ । ମାତ୍ର କାହିଁକି ତାଙ୍କୁ ହତ୍ୟା କରାଯାଇଛି ସେ ସମ୍ପର୍କରେ ତାଙ୍କ ପରିବାର ଲୋକେ କିଛି କହି
ପାରୁନାହାନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.