ETV Bharat / state

ମୋହନ ସରକାରକୁ ମାସେ; ଆରମ୍ଭରୁ ଝୁଣ୍ଟିଲେ ! ସୁଭଦ୍ରା ଯୋଜନା ଓ ଚିଟଫଣ୍ଡ ନେଇ ବିରୋଧୀଙ୍କ ଟାର୍ଗେଟ୍ - one month to cm Mohan majhi govt

author img

By ETV Bharat Odisha Team

Published : Jul 12, 2024, 12:10 PM IST

Updated : Jul 12, 2024, 9:52 PM IST

One month report card of odisha cm Mohan Majhi govt: ମୋହନ ସରକାର ପ୍ରଥମ ମାସରେ ବିବାଦର ସାମ୍ନା କରିଛି । ରଥଯାତ୍ରାରେ ବିଭ୍ରାଟ ଠାରୁ ଆରମ୍ଭ କରି ଲକ୍ଷ୍ମୀ ବସ ଯୋଜନା ପ୍ରସଙ୍ଗ, ବିଏସକେଓ୍ବାର ସ୍ବାସ୍ଥ୍ୟ କାର୍ଡରେ ଦ୍ବନ୍ଦ୍ବ ଇତ୍ୟାଦି । ତେବେ ଦେଖନ୍ତୁ ପ୍ରଥମ ମାସର ରିପୋର୍ଟ କାର୍ଡ-

ମୋହନ ସରକାରକୁ ମାସେ
ମୋହନ ସରକାରକୁ ମାସେ (ETV Bharat Odisha)

ହାଇଦ୍ରାବାଦ: 12 ଜୁନ ବୁଧବାର । ଗତ ମାସ 12 ତାରିଖରେ ଶପଥ ନେଇଥିଲେ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜକୁ ମାସେ ତଳୁ ଆରମ୍ଭ ହୋଇଥିଲା ମୋହନ ସରକାର । 24 ବର୍ଷ ପରେ କଡ ଲେଉଟାଇଲା ଓଡିଶା ରାଜନୀତି । ଅଢେଇ ଦଶନ୍ଧି ପରେ ରାଜ୍ୟରେ ଗଠନ ହେଲା ବିଜେପି ସରକାର । ଓଡିଆ ଅସ୍ମିତା, ଓଡିଆ ମୁଖ୍ୟମନ୍ତ୍ରୀ ସାଙ୍ଗକୁ ମାଳ ମାଳ ନିର୍ବାଚନୀ ପ୍ରତିଶ୍ରୁତି ଦେଇ ରାଜ୍ୟ ଶାସନରେ ଏଣ୍ଟ୍ରି ମାରିଥିଲା ବିଜେପି । ତେବେ ଆସନ୍ତୁ ଦେଖିବା ପ୍ରଥମ ମାସରେ କେତେ ଉପଲବ୍ଧି ହାସଲ କରିଛି ମୋହନ ସରକାର ଆଉ କେତେ ଆଶା ଆକାଂକ୍ଷାକୁ ପୂରଣ କରିଛନ୍ତି ନୂଆ ସରକାର । ଆଇନ ମନ୍ତ୍ରୀ କହିଛନ୍ତି, "ଗୋଟିଏ ମାସ ଭିତରେ ସରକାର ବଡ଼ ବଡ଼ ପଦକ୍ଷପ ନେଇଛନ୍ତି । ଦୃଢ ରାଜନୈତିକ ଇଛା ଶକ୍ତି ରଖି ସରକାର ଆଗକୁ ବଢୁଛନ୍ତି। ସକଳ୍ପ ପତ୍ରକୁ ଆଧାର କରି 100 ଦିନ ଭିତରେ ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛୁ । ବିକାଶର ଧାରା ଆଗକୁ ନେବା ଆମର ଲକ୍ଷ୍ୟ।"

ମୋହନ ସରକାରକୁ ମାସେ (ETV Bharat Odisha)

ସେପଟେ ନୂଆ ସରକାରକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ବିଜେଡି ଓକଂଗ୍ରେସ । ବିଜେଡି ନେତା ନୃସିଂହ ସାହୁ କହିଛନ୍ତି, "ଚିଟଫଣ୍ଡ ବାବଦରେ ସରକାର ଚୁପ୍ । ରଥଯାତ୍ରା ସମୟରେ ଯେଉଁ ଅଘଟଣ ଘଟିଲା ତାହା ଅନ୍ୟ କେଉଁ ସରକାର ସମୟରେ ହୋଇନି । ମାଗଣା ବିଜୁଳି ପ୍ରସଙ୍ଗରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ମଧ୍ୟ ପୂରଣ ହୋଇନି।" କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ରଥଯାତ୍ରାରେ ଅବ୍ୟବସ୍ଥା ସମସ୍ତଙ୍କୁ ଆଘାତ ଦେଇଛି । ଚିଟଫଣ୍ଡ ଜମାକାରୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପଇସା ଫେରସ୍ତ କରିବା ପ୍ରତିଶ୍ରୁତି ଦେଇଥିଲେ । ହେଲେ ସରକାର ଗଠନ ମାସକ ପରେ ମଧ୍ୟ ପ୍ରତିଶ୍ରୁତି ପୂରଣ ହୋଇନି । ଆସନ୍ତା ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ଲଢ଼େଇ ହେବ ।" ରାଜନୈତିକ ସମୀକ୍ଷକଙ୍କ ମତରେ, "ଦେଢ଼ ମାସ ଗୋଟିଏ ବଡ଼ ସମୟ ନୁହେଁ । ପ୍ରଶାସନିକ ବ୍ୟବସ୍ଥାରେ ପରିବର୍ତ୍ତନ ଆରମ୍ଭ ହୋଇଛି । 24 ବର୍ଷର ଶାସନକୁ ହଟାଇ ନୂଆ ସରକାର ଆସିଛି। ମନ୍ତ୍ରୀମାନେ ଅଭିଜ୍ଞ ନୁହେଁ। ବିଜେପିର ସଂକଳ୍ପ ପତ୍ର କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି।"

ଠିକ୍ ଆଜକୁ ପୁରୁଛି ମୋହନ ସରକାରର ପ୍ରଥମ ମାସ । ପ୍ରଥମ ମାସ ରିପୋର୍ଟ କାର୍ଡରେ ମୋହନ ସରକାର କେତେକାଂଶରେ ବିବାଦୀୟ ହୋଇଥିବା ବେଳେ ଅନେକାଂଶରେ ସଫଳତା ଲାଭ କରିଛି । ପ୍ରଥମ କ୍ୟାବିନେଟରେ 4ଟି ବଡ ନିଷ୍ପତ୍ତି ନେଇ ଓଡିଆ ଲୋକଙ୍କ ମନ ଜିତିବାକୁ ଚେଷ୍ଟା କରିଥିବା ମୋହନ ସରକାର କିନ୍ତୁ ପ୍ରଥମ ମାସରେ ବିବାଦର ସାମ୍ନା କରିଛି । ରଥଯାତ୍ରାରେ ବିଭ୍ରାଟ ଠାରୁ ଆରମ୍ଭ କରି ଲକ୍ଷ୍ମୀ ବସ ଯୋଜନା ପ୍ରସଙ୍ଗ, ବିଏସକେଓ୍ବା ସ୍ବାସ୍ଥ୍ୟ କାର୍ଡରେ ଦ୍ବନ୍ଦ୍ବ ଇତ୍ୟାଦି । ତେବେ ଦେଖନ୍ତୁ ପ୍ରଥମ ମାସର ରିପୋର୍ଟ କାର୍ଡ-

ଖୋଲିଲା ଚାରି ଦୁଆର, ହଟିଲା ବ୍ୟାରିକେଡ- ନିର୍ବାଚନୀ ମୁଦ୍ଦା କରିଥିବା ପ୍ରସଙ୍ଗକୁ ସରକାରକୁ ଆସୁ ଆସୁ ପ୍ରାଧାନ୍ୟ ଦେଇଥିଲା ବିଜେପି ସରକାର । ଯାହ କହିଥିଲେ ସେୟା କଲେ । କୋଭିଡ ପରଠୁ ବନ୍ଦ ଥିବା ଶ୍ରୀମନ୍ଦିର 4 ଦୁଆର ଖୋଲିବା ସହିତ ବଡଦାଣ୍ଡରୁ ବ୍ୟାରିକେଡ ହଟାଇଥିଲେ । ପ୍ରଥମ କ୍ୟାବିନେଟ ମିଟିଂରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ପାରିତ ହେବା ପରେ ନିଜେ ମୁଖ୍ୟମନ୍ତ୍ରୀ ଏବଂ ପୁରା ମନ୍ତ୍ରୀମଣ୍ଡଳ ସାମିଲ ରହି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଚାରି ଦୁଆର ଖୋଲିଥିଲେ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଦ୍ବନ୍ଦ୍ବ- ନୂଆ ସରକାର ଆସିବା ପରେ ନବୀନ ସରକାର ଆରମ୍ଭ କରିଥିବା ସ୍ବାସ୍ଥ୍ୟ କାର୍ଡକୁ ନେଇ ବଡ ଦ୍ବନ୍ଦ୍ବ ସାମ୍ନାକୁ ଆସିଥିଲା । ସୋସିଆଲ ମିଡିଆ ଅପପ୍ରଚାର ପାଇଁ ରୋଗୀ ସମସ୍ୟା ଭୋଗିଥିଲେ । ପରେ ସରକାର ଏଥିରେ ହସ୍ତକ୍ଷେପ କରି ଲୋକଙ୍କୁ ଆଶ୍ବାସନା ଦେବା ସହିତ ବିଏସକେଓ୍ବାଇ କାର୍ଡ ଚାଲୁ ରହିବ ବୋଲି କହିଥିଲେ । ଏପରିକି ମୁଖ୍ୟ ଶାସନ ସଚିବ ମଧ୍ୟ ବିଭାଗୀୟ ସଚିବଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ କେନ୍ଦ୍ରର ଆୟୁଷ୍ମାନ କାର୍ଡ ଯୋଜନା ଥିବା ବେଳେ ଆଗାମୀ ଦିନରେ ରାଜ୍ୟ ବିଜେପି ସରକାର କଣ କରିବ ତାକୁ ଅପେକ୍ଷା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବନ୍ଦ ହୋଇଯିବ ନା ଚାଲୁ ରହିବ ତାହା ଆଗାମୀ ଦିନରେ ଜଣାପଡିବ ।

ଚାଷୀଙ୍କ ଧାନ ଏମଏସପି ବୃଦ୍ଧି- ଚାଷୀଙ୍କୁ ଧାନ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ 3100 ଟଙ୍କାକୁ କ୍ବାଣ୍ଟାଲ ପିଛା ବୃଦ୍ଧି କରିବାକୁ ନିର୍ବାଚନୀ ଘୋଷଣାରେ କହିଥିଲା ବିଜେପି । ଆଉ ସରକାରକୁ ଆସୁ ଆସୁ ଏହାକୁ ଲାଗୁ କରିବାକୁ ମଧ୍ୟ ପ୍ରଥମ କ୍ୟାବିନେଟ ମିଟିଂରେ ପାରିତ ହୋଇଥିଲା । କେନ୍ଦ୍ର ନିକଟରେ ଧାନର ସର୍ବନିମ୍ନ ମୂଲ୍ୟ ବା ଏମଏସପିକୁ 2300 ଟଙ୍କାକୁ ବୃଦ୍ଧି କରଥିବା ବେଳେ ରାଜ୍ୟ ବିଜେପି ଏହାକୁ 3100 ଟଙ୍କାକୁ ବୃଦ୍ଧି କରିବ ବୋଲି ପ୍ରତିଶୃତି ଦେଇଛି ।

ସୁଭଦ୍ରା ଯୋଜନା- କେନ୍ଦ୍ରର ସୁଭଦ୍ରା ଯୋଜନା ଅନୁସାରେ ବିଜେପି ରାଜ୍ୟରେ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବ ବୋଲି ପ୍ରତିଶୃତି ଦେଇଥିଲା । ଏହି ଯାଜନା ଆଗାମୀ 100 ଦିନରେ ଲାଗୁ ହେବ ବୋଲି ମଧ୍ୟ ବିଜେପି ସରକାର କହିସାରିଛି । ହେଲେ ଏହି ଯୋଜନା ନେଇ ଏପର୍ଯ୍ୟନ୍ତ କୌଣସି ଖସଡା ଆସିନାହିଁ । ରାଜ୍ୟର ଯୋଗ୍ୟ ବିବାହିତ ମହିଳା ହିତାଧିକାରୀ (23-59 ବର୍ଷୀୟ)ଙ୍କୁ ଏଥିରେ ସାମିଲ କରାଯିବ ବୋଲି କହିଛି ବିଜେପି । ଏହି ଯୋଜନା ଅଧିନରେ ମହିଳାଙ୍କୁ 50 ହଜାର ଟଙ୍କାର ଭାଉଚର ମିଳିବ ।

ମିଶନ ଶକ୍ତି ମହିଳା- ବନ୍ଦ ହେଲା ନାହିଁ ମିଶନ ଶକ୍ତି । ମହିଳା ସଶକ୍ତି କରଣ ପାଇଁ ପୂର୍ବ ନବୀନ ସରକାର ଆରମ୍ଭ କରିଥିବା ଏହି ଯୋଜନା ବଳବତ୍ତର ରହିବ । 2001 ମସିହା ମାର୍ଚ୍ଚ 8 ତାରିଖରେ ଏହି ଯୋଜନା ଆରମ୍ଭ କରିଥିଲେ ନବୀନ ସରକାର । ଏହି ଯୋଜନା ଅଧିନରେ ମହିଳାଙ୍କୁ ପ୍ରଶିକ୍ଷଣ ଠାରୁ ଆରମ୍ଭ କରି ଋଣ ପ୍ରଦାନ ଏବଂ ଉତ୍ପାଦନ ଠାରୁ ଆରମ୍ଭ କରି ବିକ୍ରୟ ପର୍ଯ୍ୟନ୍ତ ଅଖଣ୍ଡ କ୍ଷମତା ପ୍ରଦାନ କରିଥିଲେ ପୂର୍ବ ସରକାର । ତେବେ ବିଜେପି ସରାକର ଆସିବା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହାକୁ ନେଇ କହିଥିଲେ ଏହା ଏକ ଶ୍ରେଷ୍ଠ ଯୋଜନା ଆମେ ଏହାକୁ ଚାଲୁ ରଖିବୁ ।

ଲକ୍ଷ୍ମୀ ବସ ହୋ ହାଲ୍ଲା- ନିର୍ବାଚନ ପୂର୍ବରୁ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଥେଲ ପୂର୍ବ ସରକାର । ପଞ୍ଚାୟତ ଓ ସଦର ମହକୁମାରୁ ପ୍ରତି ବ୍ଲକକୁ ଗଡିଲା ଲକ୍ଷ୍ମୀ ବସ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଯୋଜନା ଆରମ୍ଭ ହୋଇଥିଲା । ହେଲେ ନୂଆ ସରକାର ଆସିବ ପରେ ଏହି ଯୋଜନା ନେଇ ହୋ ହଲ୍ଲା ହୋଇଥିଲା । ପ୍ରଥମେ ଏହି ସବୁ ଅତ୍ୟାଧୁନିକ ବସ ପଡି ପଡି ଖତ ଖାଉଥିବା ଖବର ପ୍ରକାଶ ପାଇବା ପରେ ନୂଆ ସରକାର ଏହାକୁ ମୁଖ୍ୟମନ୍ତ୍ରୀ ବସ ଯୋଜନା କରିବା ସହିତ ଏହାର ରଙ୍ଗ ପରିବର୍ତ୍ତନ କରିଛନ୍ତି । ଆଉ ଏହି ସେବା ଜାରି ରହିବ ବୋଲି ସୂଚନା ରହିଛି ।

ଖୋଲିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ- ଦୀର୍ଘ 16 ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ । ପୂର୍ବ ସରକାରରେ ବନ୍ଦ ଥିଲା ଏହି ବ୍ୟବସ୍ଥା । ତେବେ ନୂଆ ସରକାର ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଶହ ଶହ ଲୋକଙ୍କ ଗୁହାରୀ ଶୁଣିଛନ୍ତି । ଏହାକୁ ରାଜ୍ୟବ୍ୟାପୀ ପ୍ରଶଂସା କରାଯାଇଛି । ଜନତା ଦରବାରରେ ଖୋଦ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ।

ରତ୍ନ ଭଣ୍ଡାର ପ୍ରସଙ୍ଗ- ରତ୍ନ ଭଣ୍ଡାର ପ୍ରସଙ୍ଗ ବର୍ତ୍ତମାନ ପାଇଁ ରାଜ୍ୟର ସବୁଠୁ ଚର୍ଚ୍ଚିତ ବିଷୟ । ବିଜେପି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବାକୁ ମୁଦ୍ଦା କରିଥିଲା ନିର୍ବାଚନ ସମୟରେ । ଆଉ ନୂଆ ସରକାର ଆସିବା ପରେ ଏହାକୁ ଖୋଲିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଥମେ ଏଥିପାଇଁ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧକ୍ଷତାରେ କମିଟି ଗଠନ । ପରେ କମିଟିର ଦୁଇ ଦୁଇ ଥର ବୈଠକ । ଆଉ ଶେଷରେ ଆସନ୍ତା 14 ତାରିଖରେ ରତ୍ନ ଭଣ୍ଡାର ଖୋଲିବା ପାଇଁ ସରକାରକୁ କମିଟି ସୁପାରିଶ କରିଥିଲା । ସରକାର ସୁପାରିଶକୁ ଗ୍ରହଣ କରିବା ସହିତ ଏନେଇ ମନ୍ଦିର ପ୍ରଶାସନକୁ ଏସଓପି ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଜଷ୍ଟିସ୍ ରଥ କହିଛନ୍ତି ଆମେ 14 ତାରିଖରେ ରତ୍ନ ଭଣ୍ଡାର ଖୋଲିବାକୁ ସମସ୍ତ ଉଦ୍ୟମ କରିବୁ । ଚାବି ନମିଳିଲେ ମଧ୍ୟ ତାଲା ଭଙ୍ଗାଯିବ ବୋଲି କହିଛନ୍ତି ଜଷ୍ଟିସ୍ ରଥ ।

ଏହା ବି ପଢନ୍ତୁ- ନବୀନଙ୍କ ଚିଠିର ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ, କହିଲେ ମୁଁ ବି ମର୍ମାହତ - CM MOHAN TO NAVEEN

ରଥ ଅଘଟଣ-ଚଳିତ ରଥଯାତ୍ରାରେ ଘଟିଛି ବଡ ଅଘଟଣ । ମାଉସୀ ମା’ଙ୍କ ଘରକୁ ଯିବା ବେଳେ ଆଡପ ପହଣ୍ଡି ବିଜେ ସମୟରେ ତଳି ପଡିଯାଇଥିଲେ ବଡଠାକୁର ବଳଭଦ୍ର । ଆଉ ଏହାକୁ ନେଇ ଆରମ୍ଭ ହୋଇଛି ତୁମ୍ବିତୋଫାନ । କିଏ ସେବାୟତକୁ ଏଥିପାଇଁ ଦାୟୀ କରୁଥିବା ବେଳେ କିଏ ମନ୍ଦିର ପ୍ରଶାସନକୁ ଏଥିପାଇଁ କାଠଗଡାକୁ ଟାଣିଛି । ଚାରମାଳରେ ଅତ୍ୟଧିକ ସେବାୟତଙ୍କ ଉପସ୍ଥିତି ପାଇଁ ଏହି ଅଘଟଣ ଘଟିଥିବା କୁହାଯାଉଥିବା ବେଳେ ଏହାକୁ ନେଇ ମନ୍ତ୍ରୀଙ୍କ ହାଲୁକା ଉତ୍ତର ସମସ୍ତଙ୍କୁ ଚକିତ କରିଛି । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏହାର ପୁନରାବୃତ୍ତି ଯେପରି ନହୁଏ ତାକୁ ସୁନିଶ୍ଚିତ କରିବାକୁ କହିଛନ୍ତି । ଏହା ସହିତ ଦୋଷୀଙ୍କୁ ଦଣ୍ଡବିଧାନ ପାଇଁ ସ୍ବର ଉଠିଛି । ଏପଟେ ଘଟଣା ପରେ ବାହୁଡା ଯାତ୍ରା ପୂର୍ବରୁ ବଦଳିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସେହିପରି ରଥଯାତ୍ରା ଦିନ ମଧ୍ୟ ଜଣେ ଭକ୍ତଙ୍କ ମୃତ୍ୟୁ ଘଟିଥିଲା । ଯାହା ରଥଯାତ୍ରାରେ ସରକାରଙ୍କ ପୂର୍ବ ପ୍ରସ୍ତୁତିକୁ ପ୍ରଶ୍ନ ଉଠାଇଛି ।

ଅତ୍ୟଧିକ ବର୍ଷାରେ ଡ୍ରେନ ସମସ୍ୟା- ଖୋଦ ରାଜଧାନୀରେ ନୂଆ ସରକାରକୁ ଘାରିଛି ଡ୍ରେନ ସମସ୍ୟା । ବର୍ଷା ଦିନ ଆରମ୍ଭରୁ ଜଣେ ପିଲା ଡ୍ରେନରେ ପଡି ଜୀବନ ହାରିବା ଖବରରେ ସଭିଏଁ ମର୍ମାହିତ ହୋଇଛନ୍ତି । ଏହା ପରେ ସରକାରଙ୍କ ମନ୍ତ୍ରୀ କହିଛନ୍ତି ରାଜଧାନୀର ସମସ୍ତ ଡ୍ରେନରେ ସ୍ଲାବ ପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 12, 2024, 9:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.