ETV Bharat / state

ମୟୂରଭଞ୍ଜ ସାରସକଣାରେ ଅଘଟଣ: ଭୋଜି ଖାଇ ଜଣେ ଛାତ୍ରୀ ମୃତ, ୪ ଗୁରୁତର - ରାଇରଙ୍ଗପୁର ନ୍ୟୁଜ

Students fell sick after consuming hostel food: ମୟୂରଭଞ୍ଜ ହରିଶ୍ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଭୋଜି ଖାଇ ଜଣେ ମୃତ, ୪ ଅସୁସ୍ଥ । ଅଧିକ ପଢନ୍ତୁ

ଭୋଜି ଖାଇ ଛାତ୍ରୀ ଅସୁସ୍ଥ
ଭୋଜି ଖାଇ ଛାତ୍ରୀ ଅସୁସ୍ଥ
author img

By ETV Bharat Odisha Team

Published : Feb 5, 2024, 12:40 PM IST

ମୟୂରଭଞ୍ଜ ସାରସକଣାରେ ଅଘଟଣ: ଭୋଜି ଖାଇ ଜଣେ ଛାତ୍ରୀ ମୃତ, ୪ ଗୁରୁତର

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକରେ ଅଭାବନୀୟ ଘଟଣା। ଭୋଜି ଖାଇ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ମୃତ ଛାତ୍ରୀ ଜଣକ ତୃତୀୟ ଶ୍ରେଣୀର ସୌଦାମିନୀ ମାରାଣ୍ଡି । ଅନ୍ୟ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ସୂଚନା ଅନୁଯାୟୀ, ଗତକାଲି ସାରସକଣା ବ୍ଲକରେ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିଲା । ଏନେଇ ପାନ୍ଧଡା ଗ୍ରାମ ସ୍ଥିତ ହରିଶ୍ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର କିଛି ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହାପରେ ସେମାନେ ଦିନ ଦ୍ବିପହରରେ ସେଠାରେ ଖଟା, ମାଂସ ଓ ଭାତ ଖାଇଥିଲେ । ଏହାପରେ ସେଠାରୁ ଆସିବା ପରେ ହଷ୍ଟେଲରେ ୫ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ଏନେଇ ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସୌଦାମିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେହପରି ଅନ୍ୟ ୪ ଛାତ୍ରୀ ଅଧିକ ଅସୁସ୍ଥ ହେବାରୁ ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଏହି ଘଟଣାକୁ ନେଇ ମୃତ ସୌଦାମିନୀଙ୍କ ବାପା ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ,ଦାୟିତ୍ଵରେ ଥିବା ମେଟ୍ରୋନ ଜଣକ ତାଙ୍କ ଝିଅକୁ କିଛି ମେଡିସିନ ଖାଇବାକୁ ଦେଇଥିଲେ । ତାପରେ ସେ ହଷ୍ଟେଲରୁ ଅନ୍ୟତ୍ର ପଳାଇ ଯାଇଥିଲେ। ହଷ୍ଟେଲରେ ଝିଅ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ ସୁଦ୍ଧା ପରିବାର ଲୋକଙ୍କୁ ଖବର ଦେଇ ନଥିଲେ କିମ୍ବା ନିକଟସ୍ଥ ମେଡିକାଲକୁ ମଧ୍ୟ ନେଇ ନଥିଲେ। ତେଣୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଝିଅର ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ସୌଦାମିନୀଙ୍କ ବାପା । ସେପଟେ ଏ ସମ୍ପର୍କରେ ଅବଗତ ହେବା ପରେ ମୟୂରଭଞ୍ଜ ଏସପି ଏସ ସୁଶ୍ରୀ ଓ ଜିଲ୍ଲାପାଳ ଆଶିଷ ଠାକରେ ମେଡିକାଲକୁ ଯାଇ ମୃତକଙ୍କ ପରିବାରକୁ ଭେଟିବା ସହ ଅସୁସ୍ଥ ଅନ୍ୟ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ତେବେ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ଏହା ମଧ୍ୟ ପଢନ୍ତୁ - ମଧ୍ୟାହ୍ନ ଭୋଜନ ଖାଇ ୨୦ରୁ ଅଧିକ ହଷ୍ଟେଲ ଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ବାରିପଦା ବିଧାୟକ

ପୂର୍ବରୁ ଜିଲ୍ଲାର ସଦରମହକୁମା ବାରିପଦା ସ୍ଥିତ ଏମପିକେ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସରେ ଗତ ଗୁରୁବାର ଦିନ ପ୍ରସ୍ତୁତ ହୋଇଥିବା ମଧ୍ୟାହ୍ନ ଭୋଜନ ଖାଇ କିଛି ଛାତ୍ରୀଙ୍କୁ ଅସୁସ୍ଥତା ଅନୁଭବ ହେବା ସହ ଜ୍ବର, ଝାଡ଼ା ଓ ବାନ୍ତି ହୋଇଥିଲା। ତେବେ ଛାତ୍ରୀ ନିବାସ ରେ ୯୮ ଜଣ ଛାତ୍ରୀ ରହୁଥିବା ବେଳେ ପ୍ରାୟ ୨୦ ରୁ ୨୫ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ହଷ୍ଟେଲର ମେଟ୍ରୋନ ଅସୁସ୍ଥ ଥିବା ସମସ୍ତଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ଆଣିବା ସହ ସେମାନଙ୍କର ଅଭିଭାବକ ମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ୨୦ ରୁ ଅଧିକ ଛାତ୍ରୀ ଅସୁସ୍ଥ ହୋଇ ବାରିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ଥିବାର ଜାଣିବା ପରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଡାକ୍ତରଖାନା ପହଞ୍ଚି ଥିଲେ। ଏଥିସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ କିଛି ଛାତ୍ରୀଙ୍କ ଚିକିତ୍ସା ରେ ବିଳମ୍ବ ହେବାରୁ ବିରକ୍ତ ପ୍ରକାଶ କରିଥିଲେ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.