ETV Bharat / state

ବିବାହ ଭୋଜି ଖାଇ ବିଗିଡିଲା ସ୍ବାସ୍ଥ୍ୟ: ଶିଶୁ ମୃତ, 30ରୁ ଊର୍ଦ୍ଧ୍ବ ଅସୁସ୍ଥ

author img

By ETV Bharat Odisha Team

Published : Mar 7, 2024, 11:09 AM IST

Several Sick after eat Marriage Feast: ନୂଆଗୁଡ଼ାରେ ଅଭାବନୀୟ ଘଟଣା । ବିବାହ ଭୋଜି ଖାଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 30ରୁ ଊର୍ଦ୍ଧ୍ବ ଲୋକେ ଅସୁସ୍ଥ ରହିଛନ୍ତି । ଅଧିକ ପଢନ୍ତୁ

One Dead After Marriage Feast
One Dead After Marriage Feast
One Dead After Marriage Feast

ମାଲକାନଗିରି: ବିବାହ ଭୋଜି ଖାଇ ଜଣେ ମୃତ, 30ରୁ ଊର୍ଦ୍ଧ୍ବ ଅସୁସ୍ଥ । ଦୁଇଟି ଗାଁର ୩୦ରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଥିବାବେଳେ ଜଣେ ଶିଶୁର ମୃତ୍ୟୁ ହୋଇଛି । ଗୁରୁତରଙ୍କ ମଧ୍ୟରୁ ଗୋଟିଏ ପରିବାରର ୪ ଜଣ ରହିଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ବନ୍ଧଗୁଡା ଏବଂ ନୂଆଗୁଡ଼ାରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ବନ୍ଧଗୁଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ବିବାହ ଭୋଜିର ଆୟୋଜନ ହୋଇଥିଲା । ଚାଉଳମେନ୍ଦି ପଞ୍ଚାୟତର ବନ୍ଧଗୁଡ଼ା, ନୂଆଗୁଡା ସହ ଆଖପାଖ ଅଞ୍ଚଳର ଲୋକେ ଭୋଜି ଖାଇଥିଲେ । ଗତକାଲି (ବୁଧବାର) ଭୋଜି ଖାଇଥିବା ନୂଆଗୁଡ଼ା ଗ୍ରାମର କିଛି ଶିଶୁ ପ୍ରଥମେ ଅସୁସ୍ଥ ହୋଇଥିବା ଜଣାପଡ଼ିଥିଲା । ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା । ପରେ ପରେ ପର୍ଯ୍ୟାୟକ୍ରମେ ଗୁରୁତରଙ୍କ ସଂଖ୍ୟା ବଢିବାକୁ ଲାଗିଥିଲା । ଏପରିକି ଜଣେ ୮ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା ।

ଖବରପାଇ ମାଥିଲିରୁ ଏକ ଡାକ୍ତରୀଦଳ ନୂଆଗୁଡ଼ା ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ୪ ଜଣଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଧନ ନାଲିଙ୍କ ଚାରି ଶିଶୁମାନେ ହେଲେ ରାଧିକା ନାଲି, ମମତା ନାଲି, ଅଜୟ ନାଲି ଏବଂ ମାଗିକା ନାଲି । ଏମାନେ ଗୁରୁତର ହେବାରୁ ପ୍ରଥମେ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ...ନବୋଦୟ ବିଦ୍ୟାଳୟ ନାଁରେ ସାଙ୍ଘାତିକ ଅଭିଯୋଗ, ବିନା କାରଣରେ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି

ଏହା ମଧ୍ୟ ପଢନ୍ତୁ...ଭୋଜି ଖାଇ ଛାତ୍ରୀ ମୃତ ଘଟଣାରେ କାର୍ଯ୍ୟାନୁଷ୍ଠାନ: ବିଦା ହେଲେ ୱାର୍ଡେନ, ପ୍ରଧାନଶିକ୍ଷକ ସସପେଣ୍ଡ

ସୂଚନା ଅନୁସାରେ, ମାଲକାନଗିରି ମେଡିକାଲରେ ମାଗିକା ନାଲିର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଧୀରେ ଧୀରେ ସୁଧାର ହେଉଥିବା ଲାଗିଥିବା ଡାକ୍ତର କହିଛନ୍ତି। ମାଲକାନଗିରିରୁ ମଧ୍ୟ ଏକ ଡାକ୍ତରୀଦଳ ନୂଆଗୁଡା ଗାଁରେ ପହଞ୍ଚି ଭୋଜିରେ ହୋଇଥିବା ଖାଦ୍ୟର ନମୁନା ସଂଗ୍ରହ କରି ଟେଷ୍ଟିଂ ପାଇଁ ପଠାଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କୁ ପର୍ଯ୍ୟାୟକ୍ରମେ ମାଥିଲି ଡାକ୍ତରଖାନାକୁ ଅଣାଯାଇଛି । ଗାଁରେ ସ୍ଥିତି ସ୍ବାଭାବିକ ଥିବାବେଳେ ଏକ ଡାକ୍ତରୀ ଦଳ ନୂଆଗୁଡ଼ାରେ କ୍ୟାମ୍ପ କରି ପରିସ୍ଥିତି ଉପରେ ନଜର ରଖିଥିବା ଜଣାପଡ଼ିଛି । ଭୋଜି ଖାଇବା ପରେ ଏକାସହ ୩୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ ହେବା ଘଟଣା ଅଞ୍ଚଳବାସୀଙ୍କ ଚିନ୍ତା ବଢାଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.