ETV Bharat / state

ବିଶ୍ୱ କର୍କଟ ଦିବସ: କ୍ରାନ୍ତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ, କ୍ୟାନ୍ସର ମୁକ୍ତ ଭାରତ ଗଢ଼ିବା ଆହ୍ୱାନ

author img

By ETV Bharat Odisha Team

Published : Feb 4, 2024, 10:06 PM IST

World Cancer Day:ବିଶ୍ୱ କର୍କଟ ଦିବସ ଅବସରରେ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ସାମାଜିକ ଅନୁଷ୍ଠାନ କ୍ରାନ୍ତିର ସଚେତନତା କାର୍ଯ୍ୟକ୍ରମ । ଅଧିକ ପଢ଼ନ୍ତୁ

ବିଶ୍ବ କର୍କଟ ଦିବସ
ବିଶ୍ବ କର୍କଟ ଦିବସ
ବିଶ୍ବ କର୍କଟ ଦିବସ

ବ୍ରହ୍ମପୁର: ସମସ୍ତଙ୍କ ସହଯୋଗ ରହିଲେ କ୍ୟାନ୍ସର ମୁକ୍ତ ଭବିଷ୍ୟତ ଭାରତ ଗଢ଼ିବା ସମ୍ଭବ । ବ୍ରହ୍ମପୁରଠାରେ ଆଜି ବିଶ୍ୱ କର୍କଟ ଦିବସ ଅବସରରେ କ୍ରାନ୍ତି ତରଫରୁ ସମସ୍ତଙ୍କୁ ଏପରି ଆହ୍ୱାନ କରାଯାଇଛି । ବିଶ୍ୱ କର୍କଟ ଦିବସ ଅବସରରେ ରୋଗ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଉଦ୍ୟମରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆଠାରୁ ଏକ ବିଶାଳ ଗଣ ପଦଯାତ୍ରାରେ ବାହାରି ସଚେତନତା କରାଯାଇଛି ।

ବ୍ରହ୍ମପୁରର ସାମାଜିକ ଅନୁଷ୍ଠାନ କ୍ରାନ୍ତି ପକ୍ଷରୁ କର୍କଟ ରୋଗ ସଚେତନତା ନେଇ ଏକ ଗଣ ପହଯାତ୍ରା ଆୟୋଜନ କରାଯାଇଥିଲା । ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଖେଳପଡିଆ ଠାରୁ ବାହାରିଥିବା ଏହି ବିଶାଳ ଗଣ ପଦଯାତ୍ରାରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ସାମାଜିକ ଅନୁଷ୍ଠାନର ଶିଶୁ, ଯୁବକ, ଯୁବତୀ ଓ ବିଭିନ୍ନ ବ୍ୟକ୍ତିମାନ ସାମିଲ ହୋଇଥିଲେ । ଏହି ଅବସରରେ ସହରର ବିଭିନ୍ନ ରାସ୍ତା ପରିକ୍ରମା କରି କର୍କଟ ରୋଗର ଭୟାବହତା ବିଷୟରେ ସଚେତନତା କରାଇଥିଲେ । ଏହି କର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଜନସାଧାରଣଙ୍କୁ କର୍କଟ ରୋଗର କାରଣ, ନିରାକରଣ ଓ ଭୟାବହତା ବିଷୟରେ ସଚେତନତା କରାଇଥିଲେ ।

ଏହି ଅବସରରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ଼ଃ ଦେବାନନ୍ଦ ଦାଶ କହିଥିଲେ ଯେ, କର୍କଟ ରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଠିକ୍ ସଚେତନ ନଥିବାରୁ ଏହି ରୋଗରେ ପୀଡିତ ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି ନିଅନ୍ତି ଏବଂ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । କର୍କଟ ରୋଗର ଚିକିତ୍ସା ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଉପଯୁକ୍ତ ଚିକିତ୍ସା ମିଳିଲେ ଏଥିରୁ ରୋଗୀ ବଞ୍ଚିପାରିବେ । ଏହାସହ ସମସ୍ତଙ୍କୁ ସଚେତନତା ପାଇଁ ତମାଖୁ ଛାଡ଼ନ୍ତୁ ଜୀବନ ବଚାନ୍ତୁ ଏହି ମନ୍ତ୍ର ସଂକଳ୍ପ କରାଇଥିଲେ । ସେପଟେ ଡ. ପାତ୍ର କର୍କଟ ରୋଗ ବିଷୟରେ ଆଲୋକପାତ କରାଇବା ସହ ଲୋକମାନେ କିପରି ସୁବିଧାରେ ଚିକିତ୍ସା କରିପାରିବେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ଆଜିର ଏହି ବିଶାଳ ସମାରୋହ ଓ ଗଣ ପଦଯାତ୍ରାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀମାନଙ୍କ ସହ କିଡ୍ ଜି ପ୍ଲେ ସ୍କୁଲ୍, କାଲାମ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ସାମନ୍ତରାୟ ଏକାଡେମୀ, ଆର୍ୟାନ ଗୁରୁକୂଳ, କେ.ସି. ପବ୍ଲିକ ସ୍କୁଲ, ଆଇଟିଆଇ ବ୍ରହ୍ମପୁର, ଜ୍ଞାନ ବିକାଶ ଇଂଲିଶ ମିଡ଼ିୟମ ସ୍କୁଲ, ସିମସ୍ କଲେଜ ଅପ୍ ହୋଟେଲ ମେନେଜମେଣ୍ଟ, ଏକାଡେମୀ ଅପ୍ ଟେକନୋକ୍ରାଫ୍ଟ, ବେଦବ୍ୟାସ ମହାବିଦ୍ୟାଳୟ, ଆଦର୍ଶ ପବ୍ଲିକ ସ୍କୁଲ, ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୧୪୦୦ ଯୁବକ ଯୁବତୀ ଯୋଗଦେଇ ପଦଯାତ୍ରାରେ କର୍କଟ ରୋଗ ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ....ହାରିବ କ୍ୟାନ୍ସର ଜିତିବ ମଣିଷ; ମାନସିକ ଭାବରେ ଦୃଢ଼ ହେବା ଆବଶ୍ୟକ କହିଲେ ପୀଡ଼ିତା

ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରର ବରିଷ୍ଠ କ୍ୟାନ୍ସର ଡାକ୍ତର କାହ୍ନୁ ଚରଣ ପାତ୍ର,କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ କୁମାର ଜେନା,ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷାବିତ୍ ଅଜିତ କୁମାର ମହାପାତ୍ର, ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ ଓ ଆଈ ଏସ ଆର ଡି ନିର୍ଦ୍ଦେଶକ ସୁଧୀର ସାବତଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଏହାସହ କ୍ରାନ୍ତି ଅନୁଷ୍ଠାନର ଦେବରାଜ ରାଉତ, ନିର୍ମଳା ଦାଶ, ଅରୁଣ ପଟ୍ଟନାୟକ,ଅନିଲ କୁମାର ସେଠୀ ଓ ମହାତ୍ମାଗାନ୍ଧୀ କ୍ୟାନ୍ସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରର ଏ. ପ୍ରତାପ ରାଓ, ଚନ୍ଦନ କୁମାର ଜେନା ଓ ପି. ଆନନ୍ଦ ରାଓ ସମେତ କ୍ରାନ୍ତି ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତି ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.