ETV Bharat / state

ପୁରୀ ଶ୍ରୀମନ୍ଦିରରେ ଦୀପ ହେଉ କି ପ୍ରସାଦ ଓମଫେଡ ଘିଅ ବ୍ୟବହାର, ଆଇନ ମନ୍ତ୍ରୀ କହିଲେ ଆଶ୍ଵସ୍ଥ ହେବେ ଭକ୍ତ

ଏଣିକି ଶ୍ରୀମନ୍ଦିରରେ କେବଳ ବ୍ୟବହାର ହେବ ଓମଫେଡ ଘିଅ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଓମଫେଡକୁ ପତ୍ର ଲେଖିଲେ ଶ୍ରୀମନ୍ଦିର ପ୍ରଶାସକ ।

author img

By ETV Bharat Odisha Team

Published : 12 hours ago

Updated : 4 hours ago

PURI SRIMANDIR
PURI SRIMANDIR (SJTA)

ପୁରୀ: ଶ୍ରୀମନ୍ଦିର ମଧ୍ୟରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ । ଏନେଇ ସହଯୋଗ ପ୍ରଦାନ କରିବାକୁ ଓମେଫେଡକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ । ଏଥିପାଇଁ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ଅନ୍ୟ ଘିଅ ବ୍ୟବହାର କରାଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏଭଳି ସତର୍କ କରାଇଛନ୍ତି ଶ୍ରମନ୍ଦିର ପ୍ରଶାସକ ।

ଚିଠି ଲେଖିଲେ ଶ୍ରୀମନ୍ଦିର ପ୍ରଶାସକ:

ଶ୍ରୀମନ୍ଦିର ମଧ୍ୟରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଥିବା ବେଳେ ଏନେଇ ସହଯୋଗ ପ୍ରଦାନ କରିବାକୁ ଓମେଫେଡକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ି । ଶ୍ରୀଜଗନ୍ନାଥ ମନ୍ଦିର ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଡିପୋ ଖୋଲାଯିବା ସକାଶେ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି ।

ଆଇନ ମନ୍ତ୍ରୀ କହିଲେ ଆଶ୍ଵସ୍ଥ ହେବେ ଭକ୍ତ (ETV Bharat Odisha)

କଣ ଲେଖାଯାଇଛି ପତ୍ରରେ:

ମୁଖ୍ୟ ପ୍ରଶାସକ ପତ୍ରରେ ଲେଖିଛନ୍ତି ଯେ, ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦ ପ୍ରସ୍ତୁତି ଏବଂ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି । ଏନେଇ ସମ୍ପୃକ୍ତ ନିଯୋଗ ଗୁଡ଼ିକ ସହ ମଧ୍ୟ ଆଲୋଚନା ହେବା ସହ ସହମତି ପ୍ରକାଶ ପାଇଛି । ତେଣୁ ଶ୍ରୀମନ୍ଦିରରେ ଓମଫେଡ଼ ଘିଅର ଆବଶ୍ୟକତାକୁ ନଜରରେ ଯଥେଷ୍ଟ ଘିଅ ମହଜୁଦ୍ ରଖିବାକୁ ରଖି ପଦକ୍ଷେପ ଗ୍ରହଣ କରିବାକୁ ଓମଫେଡ଼କୁ ଅନୁରୋଧ କରାଯାଇଛି ।

ସ୍ବତନ୍ତ୍ର ଡିପୋ ପାଇଁ ଅନୁରୋଧ:

ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୂରଣ ହେବା ସହ ଅପମଶ୍ରିତ ଘିଅକୁ ମଧ୍ୟ ରୋକାଯାଇ ପାରିବ ବୋଲି ମୁଖ୍ୟ ପ୍ରଶାସକ ଗୁରୁତ୍ବାରୋପ କରିଛନ୍ତି । ଏଥିସହିତ ଘିଅ ଦର ମଧ୍ୟ ହ୍ରାସ କରାଯିବାକୁ ବିଭିନ୍ନ ନିଯୋଗ ପକ୍ଷରୁ ହୋଇଥିବା ଅନୁରୋଧକୁ ଗ୍ରହଣ କରିବାକୁ ପତ୍ରରେ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଉଛି କି ହାନିକାରକ ଘିଅ ? ଖଣ୍ଡନ କଲା ମହାସୁଆର ନିଯୋଗ - specified company ghee using Khaja

ଶ୍ରୀମନ୍ଦିର ମହାପ୍ରସାଦ ମାନ ଯାଞ୍ଚ ନିଷ୍ପତ୍ତିକୁ କଡା ବିରୋଧ, ପ୍ରସ୍ତୁତି ପୂର୍ବରୁ ସାମଗ୍ରୀର ହେଉ ଯାଞ୍ଚ - Opposed To Mahaprasad Quality Check

ତିରୁପତି ବିବାଦ ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ, ଜିଲ୍ଲାପାଳ କହିଲେ ଯାଞ୍ଚ ହେବ - Srimandir Ghee Quality

ଲୁହା କଡ଼େଇରେ ମହାପ୍ରସାଦ ରନ୍ଧାଯିବା ଘଟଣା, ମହାପ୍ରଭୁଙ୍କ ସେବାରୁ 3 ସୁପକାର ନିଲମ୍ବିତ - MAHAPRASAD PREPARATION IN IRON PANS

ଓମଫେଡ ବ୍ୟତୀତ ଆଉ କୌଣସି ଘିଅ ନୁହେଁ:

ଅନ୍ୟପକ୍ଷରେ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନ କରେ, ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ତଦନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ଜଣାଇ ଦିଆଯାଇଛି l ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ, ଏଣିକି ଅନ୍ୟ ଛାପ ଘିଅ ଶ୍ରୀମନ୍ଦିରକୁ ନେବାକୁ ଚେଷ୍ଟା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରି ଦେଇଛନ୍ତି ।

ଶ୍ରୀମନ୍ଦିରରେ ଦୀପ ହେଉ କି ପ୍ରସାଦ ହେଉ କି କେଉଁଥିରେ ବି ଓମଫେଡ଼ ଛଡା ଆଉ କିଛି ବ୍ୟବହାର ହେବନି, ଯାହା ଭକ୍ତଙ୍କୁ ଆଶ୍ଵସ୍ଥ କରିବ ଆଇନ୍ ମନ୍ତ୍ରୀ

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ । ଏନେଇ ଆଇନ୍ ମନ୍ତ୍ରୀ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, "ଆମେ ଆଗରୁ କହିଛୁ ମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ନିଷ୍ପତ୍ତି ହୋଇଛି । ସରକାର ବି ସ୍ପଷ୍ଟତା ସହିତ କହିଛନ୍ତି କୌଣସି ମନ୍ଦିର ପ୍ରସାଦ କିମ୍ବା ଦୀପରେ ଆଶୁଦ୍ଧତାର ପ୍ରଶ୍ନବାଚୀ ରହିବନି । ମହାପ୍ରଭୁଙ୍କ ପାଖରେ ବ୍ୟବହାର ହେଉଥିବା କୌଣସି ଜିନିଷରେ କିଛି ଅସୁବିଧା ନହେଉ ସେଦୃଷ୍ଟିରୁ ନିଷ୍ପତ୍ତି ହେଉଛି ଦୀପ ହେଉ କି ପ୍ରସାଦ ହେଉ କି କେଉଁଥିରେ ବି ଓମଫେଡ଼ ଛଡା ଆଉ କିଛି ବ୍ୟବହାର ହେବ ନି। ଯାହା ଭକ୍ତଙ୍କୁ ଆଶ୍ଵସ୍ଥ କରିବ। କୌଣସି ଅଶୁଦ୍ଧତାର ପ୍ରଶ୍ନ ଆସିବ ନାହିଁ। ଆଗକୁ ଅନ୍ୟ ମନ୍ଦିର ପାଇଁ ବି ନିଷ୍ପତ୍ତି ନିଆଯିବ। ଧୀରେ ଧୀରେ ସେ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।"

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ-

ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଓମଫେଡ୍ କୁ ମୁଖ୍ୟ ପ୍ରଶାସକ ଚିଠି ଲେଖିଥିବା ସୂଚନା ମିଳିଛି । ଆବଶ୍ୟକତା ଦୃଷ୍ଟିରୁ ସ୍ୱତନ୍ତ୍ର ଡିପୋ ବ୍ୟବସ୍ଥା ପାଇଁ ଓମଫେଡ୍ ଏମଡି ଙ୍କୁ ଚିଠିରେ ଅନୁରୋଧ କରାଯାଇଛି । ଘିଅ ଦାମ୍ ହ୍ରାସ ପାଇଁ ନିଯୋଗ ଅନୁରୋଧ କରିଥିବା ଚିଠିରେ ଓମଫେଡକୁ ଜଣାଇଛନ୍ତି ମୁଖ୍ୟ ପ୍ରଶାସକ । ଏଥିସହ ଅନ୍ୟ ଘିଅ ଶ୍ରୀମନ୍ଦିର ଭିତରକୁ ନେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି । ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ପୁରୀ

Last Updated : 4 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.